ହାଇଦ୍ରାବାଦ: ଚଳନ୍ତା ବସ୍ରେ ଲାଗିଲା ନିଆଁ। ହଠାତ୍ ଦେଖୁ ଦେଖୁ ହୁ ହୁ ହୋଇ ଜଳି ଉଠିଲା ବସ୍। ଅଳ୍ପକେ ବର୍ତ୍ତି ଗଲେ ଯାତ୍ରୀ। ତେଲେଙ୍ଗାନାର ହାଇଦ୍ରାବାଦ ସ୍ଥିତ କୁକଟପଲ୍ଲି ନିକଟରେ ଆଜି ସକାଳୁ ଏଭଳି କିଛି ଦୁର୍ଘଟଣା ଘଟିଛି।
ସୂଚନା ମୁତାବକ, ଏକ ଘରୋଇ ବସ୍ ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦରୁ ଗୋଆ ଯାଉଥିଲା। ଏତିକି ବେଳେ ହଠାତ୍ ଅଧା ରାସ୍ତାରେ ବସ୍ ଇଞ୍ଜିନରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁକୁ ଦେଖି ଲୋକେ ଆତଙ୍କିତ ହୋଇପଡିଥିଲେ । କୌଣସି ବଡ ଅଘଟଣ ଘଟିବା ପୂର୍ବରୁ ସମସ୍ତ ଯାତ୍ରୀ ବସ୍ରୁ ଓହ୍ଲାଇ ପଡିଥିଲେ। ସେପଟେ ଖବର ପାଇ ପୁଲିସ ଓ ଅନ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
ଅନ୍ୟପଟେ ଚଳନ୍ତା ବସ୍ରେ ନିଆଁ ଲାଗିବା ଯୋଗୁ ଦୀର୍ଘ ସିମୟ ଧରି ଟ୍ରାଫିକ ସମସ୍ୟା ଉପୁଜିଥିଲା। ଏହି ବସ୍ରେ ମୋଟ ୬ ଜଣ ଯାତ୍ରୀ ଥିଲେ।
ଏହାପୂର୍ବୁର କର୍ଣ୍ଣାଟକର କଲାବୁର୍ଗୀରେ ଏକ ବସ୍ରେ ଅନ୍ନିକାଣ୍ଡ ଘଟି ୭ ଜଣ ଜୀବନ୍ତ ଜଳି ଯାଇଥିଲେ। ଏଥିସହ ପ୍ରାୟ ୧୨ ଯାତ୍ରୀ ଗୁରୁତର ହୋଇଥିଲେ। ଏହି ବସ୍ଟି ମଧ୍ୟ ଗୋଆରୁ ହାଇଦ୍ରାବାଦ ଯାଉଥିଲା। ଏଥିରେ ମୋଟ ୨୯ ଯାତ୍ରୀ ଥିଲେ। ଏକ ଟ୍ରକ୍କୁ ଧକ୍କା ଦେବା ପରେ ବସ୍ରେ ନିଆଁ ଲାଗିଥିବା ପୁଲିସ କହିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।