୧୫୦ ମିଟର୍ ଯାଏ ଯୁବତୀଙ୍କୁ ଘୋଷାଡି ନେଲେ, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦୁର୍ବୃତ୍ତଙ୍କ ଆତଙ୍କ ଲଗାତର ବଢ଼ିବାରେ ଲାଗିଛି। ଏଠାରେ ଯେପରି ଅପରାଧ କମିବାର ନାଁ ନେଉନାହିଁ। ଦିଲ୍ଲୀର ଶାଲିମାର୍ ବାଗରେ ଲୁଟର ଭୟଙ୍କର ଘଟଣା ଏବେ ସାମ୍ନାକୁ ଆସିଛି। ଯାହାକୁ ଦେଖି ଲୋକେ ଆଚମ୍ବିତ ହୋଇପଡ଼ିଛନ୍ତି। ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ସ୍କୁଟିରେ ଦୁଇ ଲୁଟେରା ଭୁଲ୍ ରାସ୍ତାରେ ଆସୁଛନ୍ତି। ପଛ ସିଟରେ ବସିଥିବା ଯୁବକ ଜଣକ ଯୁବତୀଙ୍କ ଫୋନ୍ ଛଡ଼ାଇ ନେଇଛି। ଏହାରି […]

snatching

Ranjit Kumar Jena
  • Published: Friday, 17 December 2021
  • , Updated: 18 December 2021, 10:36 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦୁର୍ବୃତ୍ତଙ୍କ ଆତଙ୍କ ଲଗାତର ବଢ଼ିବାରେ ଲାଗିଛି। ଏଠାରେ ଯେପରି ଅପରାଧ କମିବାର ନାଁ ନେଉନାହିଁ। ଦିଲ୍ଲୀର ଶାଲିମାର୍ ବାଗରେ ଲୁଟର ଭୟଙ୍କର ଘଟଣା ଏବେ ସାମ୍ନାକୁ ଆସିଛି। ଯାହାକୁ ଦେଖି ଲୋକେ ଆଚମ୍ବିତ ହୋଇପଡ଼ିଛନ୍ତି। ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ସ୍କୁଟିରେ ଦୁଇ ଲୁଟେରା ଭୁଲ୍ ରାସ୍ତାରେ ଆସୁଛନ୍ତି। ପଛ ସିଟରେ ବସିଥିବା ଯୁବକ ଜଣକ ଯୁବତୀଙ୍କ ଫୋନ୍ ଛଡ଼ାଇ ନେଇଛି।

ଏହାରି ଭିତରେ ଲୁଟର ଶିକାର ହୋଇଥିବା ଯୁବତୀ ଚିତ୍କାର କରି ଲୁଟେରାଙ୍କ ପଛରେ ପଛେ ଦୌଡ଼ିବାରେ ଲାଗନ୍ତି। ଯୁବତୀ ଜଣକ ସ୍କୁଟିରେ ଥିବା ଲୁଟେରାର ଜ୍ୟାକେଟ୍ ଜାବୁଡ଼ି ଧରି ପକାଇଥିଲେ। ଲୁଟେରା ପାଖାପାଖି ୧୫୦ ମିଟର୍ ଯାଏ ଯୁବତୀଙ୍କୁ ରାସ୍ତାରେ ଘୋଷାଡି ଘୋଷାଡି ନେଇ ଯାଇଥିଲା। ଆଉ ଏସବୁ ଘଟଣା ସିସିଟିଭିରେ କଏଦ ହୋଇଛି।

https://twitter.com/ANI/status/1471789825426554883?s=20

ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ମିଡିଆ ରିପୋର୍ଟ ମୁତାବକ, ଲୁଟର ଶିକାର ହୋଇଥିବା ଯୁବତୀ ଜଣକ ଦିଲ୍ଲୀର ଏକ ପ୍ରାଇଭେଟ୍ ହସ୍ପିଟାଲରେ କାମ କରନ୍ତି। ଯେଉଁ ସମୟରେ ଏହି ଘଟଣା ଘଟିଲା, ସେତେବେଳେ ସେ ହସ୍ପିଟାଲରୁ ଘରକୁ ଯାଉଥିଲେ।

ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୁଲିସ୍ ତଦନ୍ତ ଆରମ୍ଭ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେହିପରି ଆଣ୍ଠୁରେ ଆଘାତ ପାଇଥିବା ପୀଡ଼ିତା ମଧ୍ୟ ହସ୍ପିଟାଲରୁ ଡିଜଚାର୍ଜ ହୋଇଛନ୍ତି। ପୁଲିସ୍ ଲୁଟେରା ଠାରୁ ସ୍କୁଟିକୁ ଜବତ କରିବା ସହ ଅନ୍ୟ ଜଣେ ଅଭିଯୁକ୍ତକୁ ଖୋଜାଖୋଜି କରୁଛି।

Related story