ରାଜସ୍ଥାନ ମନ୍ତ୍ରୀଙ୍କ ପୁଅ ନାମରେ ଦୁଷ୍କର୍ମ ଅଭିଯୋଗ

ଜୟପୁର: ରାଜସ୍ଥାନରେ ଜଣେ ୨୩ ବର୍ଷୀୟ ଯୁବତୀ ରାଜ୍ୟର ଜଣେ କଂଗ୍ରେସ ନେତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।  ରାଜସ୍ଥାନର ମନ୍ତ୍ରୀ ମହେଶ ଜୋଷୀଙ୍କ ପୁଅ ନାମରେ ଏହି ସଙ୍ଗିନ ଅଭିଯୋଗ ଆସିଛି। ଗତ ବର୍ଷ ଜୟପୁର ଏବଂ ଦିଲ୍ଲୀରେ ମନ୍ତ୍ରୀଙ୍କ ପୁଅ ରୋହିତ ଜୋଷୀ  ଦୁଷ୍କର୍ମ କରଥିବା ଅଭିଯୋଗ ହୋଇଛି। ୨୦୨୧ରୁ ଜାନୁଆରୀ ୮ରୁ ଏପ୍ରିଲ ୧୭ ମଧ୍ୟରେ ଏକାଧିକ ଥର ମନ୍ତ୍ରୀଙ୍କ ପୁଅ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା।  ପୀଡିତା ଅଭିଯୋଗ କରିଛନ୍ତି […]

cong-44

Tapas Behera
  • Published: Sunday, 08 May 2022
  • , Updated: 08 May 2022, 09:51 PM IST

ଜୟପୁର: ରାଜସ୍ଥାନରେ ଜଣେ ୨୩ ବର୍ଷୀୟ ଯୁବତୀ ରାଜ୍ୟର ଜଣେ କଂଗ୍ରେସ ନେତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।  ରାଜସ୍ଥାନର ମନ୍ତ୍ରୀ ମହେଶ ଜୋଷୀଙ୍କ ପୁଅ ନାମରେ ଏହି ସଙ୍ଗିନ ଅଭିଯୋଗ ଆସିଛି। ଗତ ବର୍ଷ ଜୟପୁର ଏବଂ ଦିଲ୍ଲୀରେ ମନ୍ତ୍ରୀଙ୍କ ପୁଅ ରୋହିତ ଜୋଷୀ  ଦୁଷ୍କର୍ମ କରଥିବା ଅଭିଯୋଗ ହୋଇଛି। ୨୦୨୧ରୁ ଜାନୁଆରୀ ୮ରୁ ଏପ୍ରିଲ ୧୭ ମଧ୍ୟରେ ଏକାଧିକ ଥର ମନ୍ତ୍ରୀଙ୍କ ପୁଅ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା।  ପୀଡିତା ଅଭିଯୋଗ କରିଛନ୍ତି ଯେ, ମନ୍ତ୍ରୀଙ୍କ ପୁଅ ରୋହିତ ଯୋଶୀ ମଦ୍ୟପାନ କରିବା ପରେ ତାଙ୍କୁ ଅନେକ ଥର ଦୁଷ୍କର୍ମ କରିଥିଲେ। ସେ ଯେତେବେଳେ ଗର୍ଭବତୀ ହୋଇଥିଲେ ସେତେବେଳେ ତାଙ୍କର ଗର୍ଭପାତ କରାଯାଇଥିଲା । ପୀଡିତା ଉତ୍ତର ଦିଲ୍ଲୀର ସଦର ପୁଲିସ ଷ୍ଟେସନରେ ମାମଲା ଦାୟର କରିଛନ୍ତି। ପୀଡିତା ଅଭିଯୋଗରେ କହିଛନ୍ତି ଯେ ରୋହିତ ଯୋଶୀ ଫେସବୁକରେ ତାଙ୍କର ବନ୍ଧୁ ଥିଲେ।

ଏହା ପରେ, ରୋହିତ ତାଙ୍କୁ ୮ ଜାନୁଆରୀ ୨୦୨୧ରେ ସାୱାଇ ମାଧୋପୁରରେ ଥିବା ତାଙ୍କ ବନ୍ଧୁଙ୍କ ଘରକୁ ନେଇଥିଲେ | ଯେଉଁଠାରେ ରୋହିତ ମଦ୍ୟପାନ କରିବା ପରେ ଦୁଷ୍କର୍ମ କରିଥିଲେ। ପୀଡିତାଙ୍କ ଅଭିଯୋଗ ପରେ ଉତ୍ତର ଦିଲ୍ଲୀ ପୁଲିସ ଏକ ଏଫଆଇଆର ପଞ୍ଜିକରଣ କରି ଏହାକୁ ସାୱାଇ ମାଧୋପୁର ଏସପିଙ୍କ ନିକଟକୁ ପଠାଇ ଦେଇଛି। ପୀଡିତା ଅଭିଯୋଗ କରିଛନ୍ତି ଯେ ଏହା ପରେ ୨୦ ଏପ୍ରିଲ ୨୦୨୧ରେ ରୋହିତ ଯୋଶୀ ତାଙ୍କ ବନ୍ଧୁଙ୍କ ଫାର୍ମ ହାଉସକୁ ନେଇଯାଇଥିଲେ। ଯେଉଁଠାରେ ସେ ତାଙ୍କୁ ବିବାହ କରିବା ବିଷୟରେ କହିଥିଲେ।

ପୀଡିତାଙ୍କ କହିବାନୁସାରେ, ୨୬ ଜୁନ୍ ୨୦୨୧ରେ, ଅଭିଯୁକ୍ତ ତାଙ୍କୁ ମନାଲିକୁ ନେଇଥିଲେ | ପୀଡିତା ୧୧ ଅଗଷ୍ଟ ୨୦୨୧ରେ ଗର୍ଭବତୀ ହୋଇଥିଲେ। ଯେତେବେଳେ ସେ ରୋହିତଙ୍କୁ ଏ ବିଷୟରେ ଜଣାଇଲେ । ସେତେବେଳେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ପୀଡିତା ଅଭିଯୋଗ କରିଛନ୍ତି ଯେ ସେପ୍ଟେମ୍ବର ୩ ରୁ ୪ ତାରିଖ ପର୍ଯ୍ୟନ୍ତ ରୋହିତ ତାଙ୍କୁ ଦିଲ୍ଲୀର ହୋଟେଲ ସମ୍ରାଟରେ ଦୁଷ୍କର୍ମ କରିଥିଲେ। ପୀଡିତାଙ୍କ କହିବା ଅନୁଯାୟୀ, ୨୦୨୨ ମସିହା ଏପ୍ରିଲ ୧୭ରେ ତାଙ୍କୁ ପୁଣି ଦୁଷ୍କର୍ମ କରାଯାଇଥିଲା।

Related story