୧୫ ତାମିଲନାଡ଼ୁ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ଶ୍ରୀଲଙ୍କା ନୌସେନା ଶନିବାର ତାମିଲନାଡୁର ୧୫ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଶ୍ରୀଲଙ୍କା ଜଳଭାଗରେ ଏମାନେ ମାଛ ଧରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନଙ୍କଠାରୁ ଦୁଇଟି ଡଙ୍ଗା ଜବତ କରାଯାଇଛି। ଶନିବାର ସନ୍ଧ୍ୟାରେ ପ୍ରାୟ ୨୫୦୦ମତ୍ସ୍ୟଜୀବୀ ୪୦୦ ଡଙ୍ଗାରେ ମାଛ ଧରିବାକୁ ଯାଇଥିଲେ। କିନ୍ତୁ ସେମାନେ ଦାବି କରିଛନ୍ତି ଯେ, ଧନୁଷ୍କୋଡି ଏବଂ ଥାଲାମନାନାର ନିକଟରେ ମାଛ ଧରିବାବେଳେ ଶ୍ରୀଲଙ୍କା ନୌସେନାର ପାଟ୍ରୋଲିଂ ବୋଟ୍‌  ସେମାନଙ୍କୁ ଘେରିଯାଇ ଗୋଡ଼ାଇଥିଲେ । ଏହି ରେଡ୍‌ରେ ପାଖାପାଖି […]

lanka

  • Published: Sunday, 06 November 2022
  • , Updated: 06 November 2022, 04:48 PM IST

ନୂଆଦିଲ୍ଲୀ: ଶ୍ରୀଲଙ୍କା ନୌସେନା ଶନିବାର ତାମିଲନାଡୁର ୧୫ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଶ୍ରୀଲଙ୍କା ଜଳଭାଗରେ ଏମାନେ ମାଛ ଧରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନଙ୍କଠାରୁ ଦୁଇଟି ଡଙ୍ଗା ଜବତ କରାଯାଇଛି। ଶନିବାର ସନ୍ଧ୍ୟାରେ ପ୍ରାୟ ୨୫୦୦ମତ୍ସ୍ୟଜୀବୀ ୪୦୦ ଡଙ୍ଗାରେ ମାଛ ଧରିବାକୁ ଯାଇଥିଲେ। କିନ୍ତୁ ସେମାନେ ଦାବି କରିଛନ୍ତି ଯେ, ଧନୁଷ୍କୋଡି ଏବଂ ଥାଲାମନାନାର ନିକଟରେ ମାଛ ଧରିବାବେଳେ ଶ୍ରୀଲଙ୍କା ନୌସେନାର ପାଟ୍ରୋଲିଂ ବୋଟ୍‌  ସେମାନଙ୍କୁ ଘେରିଯାଇ ଗୋଡ଼ାଇଥିଲେ ।

ଏହି ରେଡ୍‌ରେ ପାଖାପାଖି ୧୫ ଜଣ ମତ୍ସ୍ୟଜୀବୀ ଧରାପଡିଥିଲେ । ସାମୁଦ୍ରିକ ସୀମା ପାର ହେବା ଅଭିଯୋଗରେ ସେମାନଙ୍କର ଦୁଇଟି ଡଙ୍ଗା ଜବତ କରାଯାଇଛି । ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ପରେ ସେମାନଙ୍କୁ ଥାଲାଇମନ୍ନାର ନେଭି କ୍ୟାମ୍ପକୁ ନିଆଯାଇଛି। ଶ୍ରୀଲଙ୍କା ନୌସେନା ଯାଞ୍ଚ କରିବା ପରେ ଏମାନଙ୍କୁ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯିବ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଗିରଫ ୧୫ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଜଣେ ୧୨ ବର୍ଷ ନାବାଳକ ବି ରହିଛି।

ତେଣୁ ଗିରଫମାନଙ୍କୁ ଉଦ୍ଧାର କରିବା ପାଇଁ ମତ୍ସ୍ୟଜୀବୀ ପରିବାର ଲୋକେ ଦାବି କରିଛନ୍ତି। ଭାରତୀୟ ମତ୍ସ୍ୟଜୀବୀମାନେ ତାଙ୍କ ଜଳସୀମାରେ ପ୍ରବେଶ କରିଥିବା ଶ୍ରୀଲଙ୍କା ଅଭିଯୋଗ କରିଥିଲେ ମଧ୍ୟ ମତ୍ସ୍ୟଜୀବୀ କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Related story