କୋଲକାତା: ପଶ୍ଚିମବଙ୍ଗରେ ନିକଟରେ ଆରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଉପରକୁ ପଥର ମାଡ। ମାଲଦା ଜିଲ୍ଲାରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଉପରେ ପଥର ମାଡ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ଟ୍ରେନ୍ର କବାଟ ଓ ଝରକା ଭାଙ୍ଗି ଯାଇଛି।
ଏହି ଘଟଣାକୁ ନେଇ ବିଜେପି ନେତା ଅମିତ ମାଲବୀୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେପଟେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏହି ଘଟଣାର ଏନ୍ଆଇ ତଦନ୍ତ ପାଇଁ ଦାବି କରିଛନ୍ତି।
https://twitter.com/amitmalviya/status/1610073003684945928?s=20&t=abuGgmae28LVRUCsZw_pgA
ହାୱାଡାକୁ ନ୍ୟୁ ଜଲପାଇଗୁଡ ସହ ଯୋଡିବା ପାଇଁ ଭାରତ ବନ୍ଦେ ଏକ୍ସପ୍ରେସ ଆରମ୍ଭ ହେବାର ୪ ଦିନ ପରେ ହିଁ ଏହା ଉପରେ ପଥର ମାଡ ହୋଇଛି। ପଥର ମାଡ ଯୋଗୁଁ ଟ୍ରେନ୍ର ଅନେକ କ୍ଷତିଗ୍ରସ୍ତ ହୋଇଛି। ପୁଲିସ ଏହି ଘଟଣାକୁ ନେଇ ଏକ ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଟ୍ୱିଟ୍ କରି କହିଛନ୍ତି, ‘ଏହି ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ । ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଭାରତର ଗୌରବ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ମାଡ ହୋଇଛି। ଉଦ୍ଘାଟନ ଦିନ ଜୟ ଶ୍ରୀ ରାମ ନାରାବାଜି ଦିଆଯାଇଥିଲା, ତା’ର ଏହା ପ୍ରତିଶୋଧ କି? ଏହି ମାମଲାରେ ଏନ୍ଆଇଏ ତଦନ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଁ ଅନୁରୋଧ କରିବି।’
ଉଲ୍ଲେଖଯୋଗ୍ୟ, ଡିସେମ୍ବର ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରା ବେନ୍ଙ୍କୁ ମୁଖାଅଗ୍ନୀ ଦେବା ପରେ ପଶ୍ଚିମବଙ୍ଗକୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେଇଥିଲେ। ଜାନୁଆରୀ ୧ ତାରିଖରେ ବନ୍ଦେ ଭାରତ ଯାତ୍ରା ଆରମ୍ଭ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।