ଗୋଷ୍ଠୀ ସଂଘର୍ଷ ପରେ ଜାରି ହେଲା କର୍ଫ୍ୟୁ, ଶିବସେନାର କାର୍ଯ୍ୟାନୁଷ୍ଠାନ

ପଟିଆଲା: ଖଲିସ୍ତାନ ବିରୋଧୀ ଶୋଭାଯାତ୍ରା ବେଳେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଯୋଗୁ ପଞ୍ଜାବର ପଟିଆଲା ଅଶାନ୍ତ ହୋଇ ଉଠିଛି। ସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ପୁଲିସ୍‌ ଫ୍ଲାଗମାର୍ଚ୍ଚ କରିବା ସହ ଚେକିଂ କରୁଛି। ଆଜି ସକାଳେ ଶିବସେନା ପକ୍ଷରୁ ପିଟିଆଲାରେ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହାକୁ ଗୋଟିଏ ଗୋଷ୍ଠୀ ବିରୋଧ କରିବାରୁ ପଟିଆଲାର କାଳୀ ମାତା ମନ୍ଦିର ନିକଟରେ ସଂଘର୍ଷ ଦେ‌ଖିବାକୁ ମିଳିଥିଲା। ଦୁଇ ଗୋଷ୍ଠୀ […]

Punjab

Hemant Lenka
  • Published: Friday, 29 April 2022
  • , Updated: 29 April 2022, 08:04 PM IST

ପଟିଆଲା: ଖଲିସ୍ତାନ ବିରୋଧୀ ଶୋଭାଯାତ୍ରା ବେଳେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଯୋଗୁ ପଞ୍ଜାବର ପଟିଆଲା ଅଶାନ୍ତ ହୋଇ ଉଠିଛି। ସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ପୁଲିସ୍‌ ଫ୍ଲାଗମାର୍ଚ୍ଚ କରିବା ସହ ଚେକିଂ କରୁଛି। ଆଜି ସକାଳେ ଶିବସେନା ପକ୍ଷରୁ ପିଟିଆଲାରେ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହାକୁ ଗୋଟିଏ ଗୋଷ୍ଠୀ ବିରୋଧ କରିବାରୁ ପଟିଆଲାର କାଳୀ ମାତା ମନ୍ଦିର ନିକଟରେ ସଂଘର୍ଷ ଦେ‌ଖିବାକୁ ମିଳିଥିଲା।

ଦୁଇ ଗୋଷ୍ଠୀ ପରସ୍ପରକୁ ପଥର ମାଡ଼ କରିବା ସହ ଖଣ୍ଡା ଦ୍ୱାରା ଆକ୍ରମଣ କରିଥିଲେ। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍‌ ମଧ୍ୟ ଫାଙ୍କା ଗୁଳି ଚାଳନା କରିଥିଲା।


ପଞ୍ଜାବ ଶିବସେନା (ବାଲ ଠାକରେ)ର କାର୍ଯ୍ୟକାରୀ ସଭାପତି ହରିଶ ସିଙ୍ଗଲାଙ୍କ ନେତୃତ୍ୱରେ ହିଁ ପୁଲିସ୍‌ର ବିନା ଅନୁମତିରେ ଖଲିସ୍ତାନୀ ବିରୋଧୀ ଶୋଭାଯାତ୍ରା ଆୟୋଜନ କରାଯାଇଥିଲେ। ଶୋଭାଯାତ୍ରା ଚାଲିଥିବା ବେଳେ ଗୋଟିଏ ଶିଖ୍‌ ଗୋଷ୍ଠୀ ଏହାକୁ ବିରୋଧ କରିଥିଲା। ଏହାକୁ ନେଇ ଶିବସେନା କର୍ମୀଙ୍କ ସହ ସେମାନଙ୍କର ପାରପିଟ ହୋଇଥିଲା।

ସ୍ଥିତି ଏପରି ହୋଇଥିବା ଯେ ମନ୍ଦିର ନିକଟରେ ଦୁଇ ଗୋଷ୍ଠୀର ସଦସ୍ୟମାନେ ଖଣ୍ଡା ବୁଲାଇବା ସହ ପରସ୍ପରକୁ ଟେକାପଥର ମାଡ଼ କରିଥିଲେ। ସ୍ଥିତି ଅଣାୟତ ହେବାକୁ ପୁଲିସ୍‌ ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏଥିସହ ସେମାନଙ୍କୁ ହିଂସାରୁ ବିରତ ରହିବାକୁ ଫାଙ୍କା ଗୁଳିମାଡ଼ କରିଥିଲା।

ଘଟଣା ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ତୁରନ୍ତ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଏହାପରେ ଶୁକ୍ରବାର ସନ୍ଧ୍ୟା ୭ଟାରୁ ଶନିବାର ସକାଳ ୬ଟା ଯାଏ ପୂରା ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି। ଘଟଣାକୁ ନେଇ ଶିବସେନା ମଧ୍ୟ ଦଳୀୟ କର୍ମୀଙ୍କ ଉପରେ ଖପ୍ପା ହୋଇଛି। ଏଥିସହ ହରିଶ ସିଙ୍ଗଲଙ୍କୁ ଦଳରୁ ନିଲମ୍ବିତ କରିଛି।


ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଅନେକ ଲୋକ ଖଣ୍ଡା ବୁଲାଇବା ସହ ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଛି। ଏପରି କି କିଛି ଲୋକ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଥିବା ପୁଲିସ ସହ ଯୁକ୍ତିତର୍କ କରୁଥିବା ମଧ୍ୟ ଦୃଶ୍ୟ ସାମ୍ନାକୁ ଆସିଛି। ସେହିପରି ଆଉ ଗୋଟିଏ ଭିଡିଓରେ ଜଣେ ବ୍ୟକ୍ତି ମନ୍ଦିର ପାଖରେ ଥିବା ବିଲଡିଂ ଉପରେ ଛଡ଼ା ହୋଇ ପଥର ମାଡ଼ କରୁଥିବା ଦେଖାଯାଉଛି। ଏହାକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲେ ମଧ୍ୟ ସବୁ କିଛି ନିୟନ୍ତ୍ରଣ ମଧ୍ୟରେ ଥିବା ପୁଲିସ୍‌ କହିଛି।

Related story