ମାଟିରେ ମିଶିବ ୪୦ ମହଲା ବିଶିଷ୍ଟ ବିଲ୍ଡିଂ

ନୂଆଦିଲ୍ଲୀ: ସୁପରଟେକ୍ ଏମେରାଲ୍ଡ ମାମଲାରେ ସୁପ୍ରିମ୍ କୋର୍ଟ ଆଜି ବଡ଼ ଶୁଣାଣି କରିଛନ୍ତି। ନୋଏଡା ସ୍ଥିତ ୪୦ ମହଲା ବିଶିଷ୍ଟ ସୁପରଟେକ୍ ଏମେରାଲ୍ଡ ଟ୍ୱିନ୍ ଟାୱାରକୁ ତିନି ମାସ ଭିତରେ ଭାଙ୍ଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏମଆର୍ ଶାହଙ୍କ ବେଞ୍ଚ୍ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡ଼ ଏହି ରାୟ ଶୁଣାଶି ବେଳେ କହିଛନ୍ତି ଯେ ନୋଏଡା ପ୍ରାଧିକରଣ ଏବଂ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଏହି ଫ୍ଲାଟ୍ ନିର୍ମାଣ […]

building

building

Ranjit Kumar Jena
  • Published: Tuesday, 31 August 2021
  • Updated: 31 August 2021, 04:04 PM IST

ନୂଆଦିଲ୍ଲୀ: ସୁପରଟେକ୍ ଏମେରାଲ୍ଡ ମାମଲାରେ ସୁପ୍ରିମ୍ କୋର୍ଟ ଆଜି ବଡ଼ ଶୁଣାଣି କରିଛନ୍ତି। ନୋଏଡା ସ୍ଥିତ ୪୦ ମହଲା ବିଶିଷ୍ଟ ସୁପରଟେକ୍ ଏମେରାଲ୍ଡ ଟ୍ୱିନ୍ ଟାୱାରକୁ ତିନି ମାସ ଭିତରେ ଭାଙ୍ଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏମଆର୍ ଶାହଙ୍କ ବେଞ୍ଚ୍ ଏହି ନିଷ୍ପତ୍ତି ଶୁଣାଇଛନ୍ତି।

ଜଷ୍ଟିସ ଚନ୍ଦ୍ରଚୂଡ଼ ଏହି ରାୟ ଶୁଣାଶି ବେଳେ କହିଛନ୍ତି ଯେ ନୋଏଡା ପ୍ରାଧିକରଣ ଏବଂ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଏହି ଫ୍ଲାଟ୍ ନିର୍ମାଣ ହୋଇଛି, ଯାହାର ମଞ୍ଜୁରୀର ଯୋଜନା ଆରଡବ୍ଲ୍ୟୁକୁ ଜଣାନଥିଲା। ଏହି ମାମଲାରେ ନିର୍ମାଣ ଯୋଜନାର ସିଧାସଳଖ ଉଲ୍ଲଂଘନ କରାଯାଇଛି। ଏଭଳି ପରିସ୍ଥିତିରେ ଟାୱାର ଭାଙ୍ଗିବା ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ସଠିକ୍ ଥିଲା। କୋର୍ଟ କହିଛନ୍ତି, ସୁପରଟେକର ଟି-୧୬ ଓ ଟି-୧୭ ଟାୱାର୍ସକୁ ପ୍ରସ୍ତୁତ କରିବା ପୂର୍ବରୁ ଫ୍ଲାଟ୍ ମାଲିକ ଓ ଆରଡବ୍ଲ୍ୟୁର ମଞ୍ଜୁରୀ ନେବା ଦରକାର ଥିଲା।

ସୁପ୍ରିମକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ଉଭୟ ଟାୱାର ଭାଙ୍ଗିବା ଖର୍ଚ୍ଚ ସୁପରଟେକ୍ ଠାରୁ ବହନ କରାଯିବ। ଏହାସହ ଅନ୍ୟ ବିଲ୍ଡିଂର ସୁରକ୍ଷାକୁ ଦୃଷ୍ଟିରେ ରଖି ଟାୱାରଗୁଡିକ ଭାଙ୍ଗିବା ଉଚିତ୍। ଏଥିପାଇଁ ନୋଏଡା ପ୍ରାଧିକରଣ ବିଶେଷଜ୍ଞଙ୍କ ସହାୟତା ନେବା ଦରକାର। ଯେଉଁମାନଙ୍କୁ ରିଫଣ୍ଡ କରାଯାଇ ନାହିଁ, ସେମାନଙ୍କୁ ରିଫଣ୍ଡ କରାଯିବ। କୋର୍ଟ କହିଛନ୍ତି ଯେ ଫ୍ଲାଟ୍ କ୍ରେତାଙ୍କୁ ଦୁଇ ମାସ ମଧ୍ୟରେ ଟଙ୍କା ଫେରସ୍ତ କରାଯିବା ଉଚିତ।

ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଅନଧିକୃତ ନିର୍ମାଣରେ ବହୁତ ବୃଦ୍ଧି ଘଟିଛି। ପରିବେଶର ସୁରକ୍ଷା ଏବଂ ବାସିନ୍ଦାଙ୍କ ସୁରକ୍ଷାକୁ ମଧ୍ୟ ବିଚାର କରିବାକୁ ପଡ଼ିବ। ଏହା ନିର୍ମାଣ ସୁରକ୍ଷା ମାନକୁ କ୍ଷୁର୍ଣ୍ଣ କରେ। ବେଆଇନକୁ ଦୃଢ଼ତାର ସହ ମୁକାବିଲା କରିବାକୁ ପଡ଼ିବ। କୋର୍ଟ କହିଛନ୍ତି ଯେ ନୋଏଡା କର୍ତ୍ତୃପକ୍ଷ ଦ୍ୱାରା ଦିଆଯାଇଥିବା ଅନୁମୋଦନ ବିଲଡିଂ ନିୟମର ଉଲ୍ଲଂଘନ କରିଛି। ଟାୱାର ମଧ୍ୟରେ ସର୍ବନିମ୍ନ ଦୂରତା ଆବଶ୍ୟକତାର ସମ୍ପୂର୍ଣ୍ଣ ବିପରୀତ।

୨୦୧୪ରେ ଆହ୍ଲାବାଦ କୋର୍ଟ ହାଉସିଂ ସୋସାଇଟିରେ ନିୟମର ଉଲ୍ଲଙ୍ଘନ ଆଧାରରେ ଦୁଇଟି ଟାୱାର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ କର୍ତ୍ତୃପକ୍ଷର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଥିଲା। ଏହା ପରେ ସୁପରଟେକର ଆବେଦନ ଉପରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଥିଲେ। ଏହାସହ ଏନବିସିସିକୁ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos