ନୂଆ ପ୍ରାଇଭେସି ପଲିସି: ହ୍ୱାଟସଆପକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ୟୁରୋପୀୟ ଦେଶଗୁଡ଼ିକ ତୁଳନାରେ ଭାରତରେ ପ୍ରାଇଭେସି ପଲିସି ବେଶ ଖରାପ। ବ୍ୟକ୍ତିଙ୍କ ଗୋପନୀୟତାର ସୁରକ୍ଷା କରିବା ନ୍ୟାୟପାଳିକାର କର୍ତ୍ତବ୍ୟ। ଏଭଳି ଆବେଦନର ଶୁଣାଣି କରି ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ସୋଶାଲ ମିଡିଆ ପ୍ଲାଟଫର୍ମ ହ୍ୱାଟସଆପ୍‌କୁ ନୋଟିସ କରିଛନ୍ତି। ସୁପ୍ରିମକୋର୍ଟ ହ୍ୱାଟସଆପ୍‌କୁ କହିଛନ୍ତି, ଆପଣ ୨-୩ ଟ୍ରିଲିଅନର କମ୍ପାନୀ ହୋଇଥାଇ ପାରନ୍ତି। କିନ୍ତୁ ଲୋକଙ୍କ ଗୋପନୀୟତା ସେମାନଙ୍କ ପାଇଁ ସବୁଠାରୁ ଅଧିକ ମୂଲ୍ୟବାନ। ଆମର କର୍ତ୍ତବ୍ୟ ହେଲା ଲୋକଙ୍କ ଗୋପନୀୟତା ରକ୍ଷା କରିବା। ନୋଟିସ୍‌ରେ […]

sc

Hemant Lenka
  • Published: Monday, 15 February 2021
  • , Updated: 15 February 2021, 03:17 PM IST

ନୂଆଦିଲ୍ଲୀ: ୟୁରୋପୀୟ ଦେଶଗୁଡ଼ିକ ତୁଳନାରେ ଭାରତରେ ପ୍ରାଇଭେସି ପଲିସି ବେଶ ଖରାପ। ବ୍ୟକ୍ତିଙ୍କ ଗୋପନୀୟତାର ସୁରକ୍ଷା କରିବା ନ୍ୟାୟପାଳିକାର କର୍ତ୍ତବ୍ୟ। ଏଭଳି ଆବେଦନର ଶୁଣାଣି କରି ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ସୋଶାଲ ମିଡିଆ ପ୍ଲାଟଫର୍ମ ହ୍ୱାଟସଆପ୍‌କୁ ନୋଟିସ କରିଛନ୍ତି।

ସୁପ୍ରିମକୋର୍ଟ ହ୍ୱାଟସଆପ୍‌କୁ କହିଛନ୍ତି, ଆପଣ ୨-୩ ଟ୍ରିଲିଅନର କମ୍ପାନୀ ହୋଇଥାଇ ପାରନ୍ତି। କିନ୍ତୁ ଲୋକଙ୍କ ଗୋପନୀୟତା ସେମାନଙ୍କ ପାଇଁ ସବୁଠାରୁ ଅଧିକ ମୂଲ୍ୟବାନ। ଆମର କର୍ତ୍ତବ୍ୟ ହେଲା ଲୋକଙ୍କ ଗୋପନୀୟତା ରକ୍ଷା କରିବା। ନୋଟିସ୍‌ରେ ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ଲୋକମାନେ ସେମାନଙ୍କ ଗୋପନୀୟତା କ୍ଷୁଣ୍ଣ ହେଉଛି ବୋଲି ଚିନ୍ତିତ ଅଛନ୍ତି। ସେମାନେ ଭାବୁଛନ୍ତି ସେମାନଙ୍କ ତଥ୍ୟ ଓ ଚ୍ୟାଟ ଅନ୍ୟମାନଙ୍କୁ ଲିକ୍‌ କରାଯାଉଛି।

ସେମାନେ ଏହା ଉପରେ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି। କମ୍ପାନୀ କେବେ ହେଲେ ବ୍ୟବହାରକାରୀଙ୍କ ତଥ୍ୟ ଶେୟାର କରିପାରିବ ନାହିଁ। ସେମାନଙ୍କ ତଥ୍ୟ ସୁରକ୍ଷିତ ରହିବା ଦରକାର। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ନୂଆ ପ୍ରାଇଭେସି ପଲିସି ନାଁରେ ସେମାନଙ୍କ ତଥ୍ୟ ନିଜର ଫାଇଦା ପାଇଁ ବିକ୍ରି କରାଯାଉଛି। ଏହା ପ୍ରତି ସତର୍କ ରହିବା ଦରକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଅନ୍ୟପକ୍ଷରେ ତଥ୍ୟ ଲିକ୍‌ ନେଇ କେନ୍ଦ୍ର ସରକାର ବାରମ୍ବାର ଫେସବୁକ ଓ ହ୍ୱାଟସଆପ୍‌ ନିକଟରେ ଅଭିଯୋଗ କରିଛନ୍ତି। ହେଲେ କମ୍ପାନୀ ଏପରି କୌଣସି କାମ କରୁନାହିଁ ବୋଲି କହିଛି। କମ୍ପାନୀ କୋର୍ଟଙ୍କୁ କହିଛି ଯେ ପ୍ରାଇଭେସି ପଲିସି କେବଳ ୟୁରୋପୀୟ ରାଷ୍ଟ୍ରକୁ ଛାଡ଼ି ଆଉ ସବୁ ଦେଶରେ ଲାଗୁ କରାଯାଉଛି। ୟୁରୋପୀୟ ଦେଶଗୁଡ଼ିକ ପାଖରେ ସ୍ୱତନ୍ତ୍ର ତଥ୍ୟ ସୁରକ୍ଷିତ ଆଇନ ରହିଛି।

Related story