ଓକିଲଙ୍କ ଉପରେ ବର୍ଷିଲେ, ଜୋରିମାନା ଲାଗୁ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଅଯଥାରେ ପିଆଇଏଲ ଦାଖଲ କରି ସମୟ ନଷ୍ଟ କରୁଥିବା ଜଣେ ଓକିଲଙ୍କ ଉପରେ ଜୋରଦାର ବର୍ଷିଛନ୍ତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼। ଏଥିସହ ଆବେଦନକାରୀ ଓକିଲଙ୍କୁ ଜୋରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀମାନଙ୍କୁ ଅଯଥା ପିଆଇଏଲ ଦାଖଲ କରିବା କାର୍ଯ୍ୟରୁ ନିବୃତ୍ତ ରଖିବା ପାଇଁ ସମୟ ଆସି ଯାଇଥିବା ମଧ୍ୟ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି। ୬୦ ବର୍ଷରୁ କମ ବୟସ୍କ ଓକିଲଙ୍କ ଯଦି ଦେହାନ୍ତ ହେଉଛି, ତା’ହେଲେ ସେମାନଙ୍କ ପରିବାର ବର୍ଗଙ୍କୁ ସରକାରଙ୍କ ପକ୍ଷରୁ […]

Lawyer

Hemant Lenka
  • Published: Tuesday, 14 September 2021
  • , Updated: 14 September 2021, 05:08 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଅଯଥାରେ ପିଆଇଏଲ ଦାଖଲ କରି ସମୟ ନଷ୍ଟ କରୁଥିବା ଜଣେ ଓକିଲଙ୍କ ଉପରେ ଜୋରଦାର ବର୍ଷିଛନ୍ତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼। ଏଥିସହ ଆବେଦନକାରୀ ଓକିଲଙ୍କୁ ଜୋରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀମାନଙ୍କୁ ଅଯଥା ପିଆଇଏଲ ଦାଖଲ କରିବା କାର୍ଯ୍ୟରୁ ନିବୃତ୍ତ ରଖିବା ପାଇଁ ସମୟ ଆସି ଯାଇଥିବା ମଧ୍ୟ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି।

୬୦ ବର୍ଷରୁ କମ ବୟସ୍କ ଓକିଲଙ୍କ ଯଦି ଦେହାନ୍ତ ହେଉଛି, ତା’ହେଲେ ସେମାନଙ୍କ ପରିବାର ବର୍ଗଙ୍କୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ମିଳିବା ଦରକାର ବୋଲି ଦାବି କରି ଆଇନଜୀବୀ ଜଣଙ୍କ ପିଆଇଏଲ ଦାଖଲ କରିଥିଲେ। ଏହାକୁ ଅଗ୍ରାହ୍ୟ କରି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏପରି ବୟାନ ଦେଇଛନ୍ତି।

ଆଇନଜୀବୀ ପ୍ରଦୀପ କୁମାର ଯାଦବ ନିଜର ଆବେଦନ ଜରିଆରେ ସରକାରଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ମାଗିଥିଲେ। ତେବେ ତାଙ୍କର ଏହି ଆବେଦନକୁ ସୁପ୍ରିମକୋର୍ଟ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, “ଆପଣ କଳା କୋଟ୍‌ ପିନ୍ଧିଛନ୍ତି ବୋଲି ଆପଣଙ୍କ ଜୀବନ ଅଧିକ ମୂଲ୍ୟବାନ ହେଇଯାଇଛି ବୋଲି ଭାବନ୍ତୁ ନାହିଁ।

ଆପଣ ଓକିଲ ବୋଲି କ’ଣ ନିଜ ଇଚ୍ଛାରେ ଯାହା କିଛି ଦାଖଲ କରିଦେବେ? ଏପରି ପିଆଇଏଲକୁ ରୋକିବାକୁ ପଡ଼ିବ। ଓକିଲମାନେ ଏପରି ପିଆଇଏଲ ଦାଖଲ କରି କ୍ଷତିପୂରଣ ମାଗିବେ ଓ ବିଚାରପତି ଏହାକୁ ଅନୁମତି ଦେଇ ଦେବେ କି? ଆପଣ ଭଲ ଭାବେ ଜାଣିଛନ୍ତି ଯେ ଅନେକ ଲୋକ ପ୍ରାଣ ହରାଉଛନ୍ତି। ଆପଣ ସେମାନଙ୍କ ଠାରୁ କୌଣସି ଅଲଗା ନୁହନ୍ତି ଶ୍ରୀ ଯାଦବ।” ଏହାପରେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ୧୦ ହଜାର ଟଙ୍କାର ଜୋରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Related story