ବାଣ ଉପରେ ସଂପୂର୍ଣ୍ଣ ବ୍ୟାନକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ସୁପ୍ରିମକୋର୍ଟ ବାଣର ସବୁ ପ୍ରକାରର ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି। ପୂର୍ବରୁ କ୍ୟାଲକାଟା ହାଇକୋର୍ଟ ପଶ୍ଚିମବଙ୍ଗରେ ସବୁ ପ୍ରକାରର ବାଣ ଉପରେ ରୋକ ଲଗାଇଥିଲେ। ତେବେ ଆଜି ସୁପ୍ରିମକୋର୍ଟ ଏହାକୁ ପରିବର୍ତ୍ତନ କରି କେବଳ ଗ୍ରୀନ କ୍ରାକର୍ସକୁ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି। ଯେଉଁ ସବୁ ସ୍ଥାନରେ ବାୟୁର ଗୁଣବତ୍ତା ଭଲ କିମ୍ବା ମଧ୍ୟମଧରଣର ରହିଛି, ସେଠାରେ ଗ୍ରୀନ କ୍ରାକର୍ସକୁ ବିକ୍ରି ଓ ବ୍ୟବହାର କରାଯାଇ […]

sc

Hemant Lenka
  • Published: Monday, 01 November 2021
  • , Updated: 01 November 2021, 07:09 PM IST

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ସୁପ୍ରିମକୋର୍ଟ ବାଣର ସବୁ ପ୍ରକାରର ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି। ପୂର୍ବରୁ କ୍ୟାଲକାଟା ହାଇକୋର୍ଟ ପଶ୍ଚିମବଙ୍ଗରେ ସବୁ ପ୍ରକାରର ବାଣ ଉପରେ ରୋକ ଲଗାଇଥିଲେ। ତେବେ ଆଜି ସୁପ୍ରିମକୋର୍ଟ ଏହାକୁ ପରିବର୍ତ୍ତନ କରି କେବଳ ଗ୍ରୀନ କ୍ରାକର୍ସକୁ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି। ଯେଉଁ ସବୁ ସ୍ଥାନରେ ବାୟୁର ଗୁଣବତ୍ତା ଭଲ କିମ୍ବା ମଧ୍ୟମଧରଣର ରହିଛି, ସେଠାରେ ଗ୍ରୀନ କ୍ରାକର୍ସକୁ ବିକ୍ରି ଓ ବ୍ୟବହାର କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏଏମ ଖାନୱିଲକର ଓ ଜଷ୍ଟିସ ଅଜୟ ରୋସ୍ତଗୀଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛନ୍ତି। କ୍ୟାଲକାଟା ହାଇକୋର୍ଟ ଗ୍ରୀନ କ୍ରାକର୍ସ ସହ ସବୁ ପ୍ରକାରର ବାଣର ବ୍ୟବହାର ଓ ବିକ୍ରି ଉପରେ ରୋକ ଲଗାଇଥିଲେ। ଏହା ବିରୋଧରେ ବାଣ ବ୍ୟବସାୟୀମାନେ ଦୁଇଟି ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ।

ଏବେ ସୁପ୍ରିମକୋର୍ଟ କେବଳ ଗ୍ରୀନ କ୍ରାକର୍ସର ବ୍ୟବହାର ଓ ବିକ୍ରିକୁ ଅନୁମତି ଦେଇଛନ୍ତି। ବାହାରୁ ଯେମିତି ଅସିଦ୍ଧ ଘୋଷଣା ହୋଇଥିବା ବାଣ କିମ୍ବା ସେସଂକ୍ରାନ୍ତୀୟ ସାମଗ୍ରୀ ରାଜ୍ୟ ମଧ୍ୟକୁ ଆମଦାନୀ ନ ହେବ, ତା’ର ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୨୯ରେ କ୍ୟାଲକାଟା ହାଇକୋର୍ଟ କାଳୀ ପୂଜା, ଦୀପାବଳି, ଛଟ ପୂଜା ଓ ନବବର୍ଷ ବେଳେ ସମସ୍ତ ପ୍ରକାରର ବାଣର ବିକ୍ରି ଏବଂ ବ୍ୟବହାର ଉପରେ ରୋକ ଲଗାଇଥିଲେ। କୋର୍ଟ କେବଳ ତୈଳ ଭିତ୍ତିକ ଦୀପ ଜାଳି ଲୋକମାନେ ଉତ୍ସବ ପାଳନ କରିପାରିବେ ବୋଲି କହିଥିଲେ। ସେହିପରି ବାଣ ଯେମିତି କେହି ବିକ୍ରି କିମ୍ବା ବ୍ୟବହାର ନ କରିପାରିବେ, ସେକଥା ରାଜ୍ୟ ସରକାର ନିଶ୍ଚିତ କରିବେ ବୋଲି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Related story