ବିମୁଦ୍ରାକରଣ: କାଲି ସାମ୍ବିଧାନିକ ବୈଧତାର ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆସନ୍ତାକାଲି ୨୦୧୬ରେ ଦେଶରେ ଲାଗୁ ହୋଇଥିବା ବିମୁଦ୍ରାକରଣର ସାମ୍ବିଧାନିକ ବୈଧତା ସମ୍ପର୍କରେ ଶୁଣାଣି କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ବର୍ଷ ତଳେ ହଠାତ୍‌ ଦେଶରେ ପ୍ରଚଳିତ ଥିବା ୧୦୦୦ ଓ ୫ଶହ ଟଙ୍କିଆ ନୋଟ୍‌କୁ ଅବୈଧ ଘୋଷଣା କରିଥିଲେ। ସେବେଠାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ଆସନ୍ତାକାଲି ସୁପ୍ରିମକୋର୍ଟରେ ବିମୁଦ୍ରାକରଣ ବିରୋଧରେ ହୋଇଥିବା ଏକାଧିକ ଆବେଦନର ଶୁଣାଣି ହେବ। ଜଷ୍ଟିସ ଅବଦୁଲ ନଜିରଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି […]

Note-ban

  • Published: Tuesday, 27 September 2022
  • , Updated: 27 September 2022, 05:21 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆସନ୍ତାକାଲି ୨୦୧୬ରେ ଦେଶରେ ଲାଗୁ ହୋଇଥିବା ବିମୁଦ୍ରାକରଣର ସାମ୍ବିଧାନିକ ବୈଧତା ସମ୍ପର୍କରେ ଶୁଣାଣି କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ବର୍ଷ ତଳେ ହଠାତ୍‌ ଦେଶରେ ପ୍ରଚଳିତ ଥିବା ୧୦୦୦ ଓ ୫ଶହ ଟଙ୍କିଆ ନୋଟ୍‌କୁ ଅବୈଧ ଘୋଷଣା କରିଥିଲେ। ସେବେଠାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ଆସନ୍ତାକାଲି ସୁପ୍ରିମକୋର୍ଟରେ ବିମୁଦ୍ରାକରଣ ବିରୋଧରେ ହୋଇଥିବା ଏକାଧିକ ଆବେଦନର ଶୁଣାଣି ହେବ। ଜଷ୍ଟିସ ଅବଦୁଲ ନଜିରଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ।

ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ବିମୁଦ୍ରାକରଣ ବିରୋଧରେ ହୋଇଥିବା ଆବେଦନଗୁଡ଼ିକର ବିସ୍ତୃତ ଶୁଣାଣି ପାଇଁ ଆସନ୍ତାକାଲି ଦିନ ଧାର୍ଯ୍ୟ କରିପାରନ୍ତି। ୨୦୧୬ ଡିସେମ୍ବର ୧୬ରେ ଏହି ମାମଲାକୁ ସାମ୍ବିଧାନିକ ଖଣ୍ଡପୀଠକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଏଯାଏ ମାମଲାର ଶୁଣାଣି ପାଇଁ ଖଣ୍ଡପୀଠ ଗଠନ ହୋଇ ପାରି ନଥିଲା। ଏବେ ସୁପ୍ରିମକୋର୍ଟ ନୂଆ ସାମ୍ବିଧାନିକ ବେଞ୍ଚ ଗଠନ କରିଥିବେ ବେଳେ ପ୍ରଥମେ ବିମୁଦ୍ରାକରଣ ଉପରେ ଶୁଣାଣି ହେବ।

ପ୍ରଧାନମନ୍ତ୍ରୀ ବିମୁଦ୍ରାକରଣ ଲାଗୁ କରିଥିବା ବେଳେ ଏହାକୁ ପ୍ରଥମେ ନାରାୟଣ ଶର୍ମା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହାପରେ ଆଉ ୫୭ଟି ଆବେଦନ ବିମୁଦ୍ରାକରଣ ବିରୋଧରେ ଆଗତ କରାଯାଇଥିଲା। ଏବେ ସେସବୁ ଆବେଦନର ଶୁଣାଣି ଏକାଠି କରାଯିବ।

୨୦୧୬ ଡିସେମ୍ବର ୮ ତାରିଖ ସନ୍ଧ୍ୟା ୮ଟା ବେଳେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ରାତି ୧୨ଟା ପରଠାରୁ ଦେଶରେ ପ୍ରଚଳିତ ଥିବା ୫ଶହ ଓ ୧୦୦୦ ଟଙ୍କିଆ ନୋଟ ଆଉ ଚଳିବ ନାହିଁ ବୋଲି କହିଥିଲେ। ମୋଦିଙ୍କ ଘୋଷଣା ପରେ ଦେଶରେ ପ୍ରଚଳିତ ୮୬% ନୋଟ ହଠାତ୍‌ ଅଚଳ ହୋଇଯାଇଥିଲା।

ଟଙ୍କାର ଅଭାବ ଯୋଗୁ ବ୍ୟାଙ୍କ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖାଯାଇଥିଲା। ଲୋକମାନେ ଘଣ୍ଟାଘଣ୍ଟା ଅପେକ୍ଷା କରି ନିଜର ପୁରୁଣା ନୋଟ ବଦଳରେ ନୂଆ ୫ ଶହ ଓ ୨ହଜାର ଟଙ୍କିଆ ନୋଟ ସଂଗ୍ରହ କରିଥିଲେ। ଏହାକୁ ନେଇ ବେଶ ବିବାଦ ଦେଖାଯାଇଥିଲା। ହେଲେ କ୍ଷମତାସୀନ ବିଜେପି ସରକାର ଏହାକୁ ଦୁର୍ନୀତି ବିରୋଧୀ ଅପରେସନ କହି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ।

Related story