ସାମ୍ବାଦିକଙ୍କୁ ହତ୍ୟା କଲେ ନିଲମ୍ବିତ କନଷ୍ଟେବଲ

କୁରନୂଲ: ଆନ୍ଧ୍ର ପ୍ରଦେଶର କୁରନୂଲରେ ଅଭାବନୀୟ ଘଟଣା ଘଟିଛି। ଜଣେ ନିଲମ୍ବିତ ପୁଲିସ୍‌ କନଷ୍ଟେବଲ ସ୍କ୍ରୁଡାଇଭରରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ହତ୍ୟା କରିଛନ୍ତି। ଘଟଣାଟି ରବିବାର ରାତିରେ କୁରନୂଲ ଅନ୍ତର୍ଗତ ନନ୍ଦୟାଲରେ ଘଟିଛି। ରାସ୍ତାରେ ଯାଉଥିବା ଲୋକମାନେ ପ୍ରଥମେ ଘଟଣା ସମ୍ପର୍କରେ ପୁଲିସ୍‌କୁ ସୂଚନା ଦେଇଥିଲେ। ଏହାପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ମୃତକ ସାମ୍ବାଦିକ ଜଣଙ୍କ ହେଉଛନ୍ତି କେଶବ। ସେ ଗୋଟିଏ ଆଞ୍ଚଳିକ ଟିଭି ଚ୍ୟାନେଲରେ କାମ କରୁଥିଲେ। କିଛି ଦିନ ତଳେ ସେ […]

Journalist

Hemant Lenka
  • Published: Monday, 09 August 2021
  • , Updated: 09 August 2021, 06:08 PM IST

କୁରନୂଲ: ଆନ୍ଧ୍ର ପ୍ରଦେଶର କୁରନୂଲରେ ଅଭାବନୀୟ ଘଟଣା ଘଟିଛି। ଜଣେ ନିଲମ୍ବିତ ପୁଲିସ୍‌ କନଷ୍ଟେବଲ ସ୍କ୍ରୁଡାଇଭରରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ହତ୍ୟା କରିଛନ୍ତି। ଘଟଣାଟି ରବିବାର ରାତିରେ କୁରନୂଲ ଅନ୍ତର୍ଗତ ନନ୍ଦୟାଲରେ ଘଟିଛି। ରାସ୍ତାରେ ଯାଉଥିବା ଲୋକମାନେ ପ୍ରଥମେ ଘଟଣା ସମ୍ପର୍କରେ ପୁଲିସ୍‌କୁ ସୂଚନା ଦେଇଥିଲେ। ଏହାପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

ମୃତକ ସାମ୍ବାଦିକ ଜଣଙ୍କ ହେଉଛନ୍ତି କେଶବ। ସେ ଗୋଟିଏ ଆଞ୍ଚଳିକ ଟିଭି ଚ୍ୟାନେଲରେ କାମ କରୁଥିଲେ। କିଛି ଦିନ ତଳେ ସେ ସ୍ଥାନୀୟ ପୁଲିସ୍‌ ବିଭାଗରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ରିପୋର୍ଟ କରିଥିଲେ। ସାରା ରାଜ୍ୟ ଏହି ଖବର ଦେଖିବା ପରେ କନଷ୍ଟେବଲ ଭେଙ୍କଟ ସୁବାୟାଙ୍କୁ ନିଲମ୍ବିତ କରାଯାଇଥିଲା।

ତେବେ ଏହାର ପ୍ରତିଶୋଧ ନେବାକୁ ଭେଙ୍କଟ ପ୍ରତିଜ୍ଞା କରିଥିଲେ। ଏଥିପାଇଁ ସେ ରବିବାର ରାତିରେ କେଶବଙ୍କୁ ସ୍କ୍ରୁଡାଇଭର ଭୁସି ହତ୍ୟା କରିଥିବା ପୁଲିସ୍‌ ଜାଣିବାକୁ ପାଇଛି।

ଭେଙ୍କଟ ଓ କେଶବଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ବେଳେ ରାସ୍ତାରେ ଯାଉଥିବା ଲୋକମାନେ ଏହାକୁ ଦେଖିଥିଲେ। ସେମାନେ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ହେଲେ ପୁଲିସ୍‌ ଠିକଣା ସମୟରେ ଘଟଣାସ୍ଥଳରେ ପହଞ୍ଚି ପାରି ନଥିଲା। ପୁଲିସ୍‌ ପହଞ୍ଚିଲା ବେଳକୁ ଭେଙ୍କଟଙ୍କ ସ୍କ୍ରୁଡାଇଭର ଆକ୍ରମଣରେ କେଶବ ତଳେ ପଡ଼ି ସାରିଥିଲେ। କୁରନୂଲ ଏସପି ନିଜେ କେଶବଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏସ୍‌ପି କହିଛନ୍ତି, ଅଭିଯୁକ୍ତ କନଷ୍ଟେବଲ ଜଣଙ୍କ ପୂର୍ବରୁ ନିଲମ୍ବିତ ହୋଇସାରିଛନ୍ତି। କେଶବଙ୍କ ରିପୋର୍ଟ ପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଏହି କାରଣରୁ ସେ ଓ ତାଙ୍କ ଭାଇ ଏହାର ପ୍ରତିଶୋଧ ନେଇଛନ୍ତି। ଯୋଜନା ମୁତାବକ ସେମାନେ କେଶବଙ୍କୁ ଗୋଟିଏ ଢାବା ନିକଟକୁ ଡାକିଥିଲେ।

ସେଠାରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଭେଙ୍କଟ ଓ ତାଙ୍କ ଭାଇ ମିଳିତ ଭାବେ ସାମ୍ବାଦିକ କେଶବଙ୍କୁ ଆକ୍ରମଣ କରିଥିଲେ। ଶେଷରେ ସେମାନେ ସ୍କ୍ରୁଡାଇଭର ଭୁସି କେଶବଙ୍କୁ ହତ୍ୟା କରିଥିଲେ। ଉଭୟଙ୍କ ନାଁରେ ୩୦୨ ଦଫାରେ ମାମଲା ହୋଇଛି। ଦୁଇଟି ଟିମ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି।

Related story