ସୀମାରେ ଚାଇନାର ଗାଁ ତିଆରି ଘଟଣା: ଭାରତ ସରକାର ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ଭାରତର ଅରୁଣାଚଳ ପ୍ରଦେଶର ବିବାଦୀୟ ଅଞ୍ଚଳରେ ଚାଇନା ଗାଁ ତିଆରି ଘଟଣାକୁ ନେଇ ପେଣ୍ଟାଗନ ରିପୋର୍ଟ ଦେବା ପରେ ହଇଚଇ ସୃଷ୍ଟି ହୋଇଛି। ସୀମାନ୍ତରେ ଚାଇନାର ବସତିସ୍ଥାପନ କରିବା ଘଟଣାକୁ ଭାରତ ଗୁରୁତ୍ୱର ସହ ନେଇଛି ଓ ଚାଇନାର ଏପରି ବେଆଇନ ଦଖଲକୁ ଭାରତ କେବେ ହେଲେ ଗ୍ରହଣ କରି ନାହିଁ ବୋଲି ଆଜି କେନ୍ଦ୍ର ସରକାର କହିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଗୁରୁବାର ଘଟଣା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଚାଇନା […]

china

Hemant Lenka
  • Published: Thursday, 11 November 2021
  • , Updated: 11 November 2021, 08:41 PM IST

ନୂଆଦିଲ୍ଲୀ: ଭାରତର ଅରୁଣାଚଳ ପ୍ରଦେଶର ବିବାଦୀୟ ଅଞ୍ଚଳରେ ଚାଇନା ଗାଁ ତିଆରି ଘଟଣାକୁ ନେଇ ପେଣ୍ଟାଗନ ରିପୋର୍ଟ ଦେବା ପରେ ହଇଚଇ ସୃଷ୍ଟି ହୋଇଛି। ସୀମାନ୍ତରେ ଚାଇନାର ବସତିସ୍ଥାପନ କରିବା ଘଟଣାକୁ ଭାରତ ଗୁରୁତ୍ୱର ସହ ନେଇଛି ଓ ଚାଇନାର ଏପରି ବେଆଇନ ଦଖଲକୁ ଭାରତ କେବେ ହେଲେ ଗ୍ରହଣ କରି ନାହିଁ ବୋଲି ଆଜି କେନ୍ଦ୍ର ସରକାର କହିଛନ୍ତି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଗୁରୁବାର ଘଟଣା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଚାଇନା ଦୀର୍ଘ ଦଶନ୍ଧିରୁ କବାଜ କରିଥିବା ଅଞ୍ଚଳ ସମେତ ସୀମାନ୍ତବର୍ତ୍ତୀ ଇଲାକାରେ ନିର୍ମାଣ କାର୍ଯ୍ୟ କରିଆସୁଛି। ଭାରତ କେବେ ହେଲେ ଚାଇନାର ବେଆଇନ ଜମି ଦଖଲକୁ ଗ୍ରହଣ କରନି କିମ୍ବା ଚାଇନାର ଅଯୌକ୍ତିକ ଦାବିକୁ ପ୍ରସୟ ଦେଇନି।

ଭାରତ ସରକାର ସବୁବେଳେ ଏ ସମ୍ପର୍କରେ ଚାଇନାକୁ ଅବଗତ କରାଇଛନ୍ତି। ଆଗକୁ ମଧ୍ୟ ବେଜିଂକୁ ଏ ବିଷୟରେ ଅବଗତ କରାଇବେ ବୋଲି ସେ କହିଛନ୍ତି।

ଚାଇନା ବେଆଇନ ଭାବେ ଭାରତୀୟ ଅଞ୍ଚଳରେ ଗାଁ ନିର୍ମାଣ କରୁଥିବା ବିଷୟରେ ପ୍ରଥମେ ଗୋଟିଏ ଜାତୀୟ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଥିଲା। ଏହାପରେ ଆମେରିକାର ପ୍ରତିରକ୍ଷା ବିଭାଗର ବାର୍ଷିକ ରିପୋର୍ଟରେ ମଧ୍ୟ ଏକଥା କୁହାଯାଇଥିଲା। ଏହି ରିପୋର୍ଟରେ ଆମେରିକା କହିଛି ଯେ ଏଲଏସିରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଛି। ଏସବୁ ଭିତରେ ଭାରତର ଅରୁଣାଚଳ ସୀମାନ୍ତ ଅଞ୍ଚଳରେ ଚାଇନା ୧୦୦ ଘର ବିଶିଷ୍ଟ ଗାଁ ତିଆରି କରିଛି। ୨୦୨୦ ମସିହାରେ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା ତିବ୍ଦତର ସ୍ୱୟଂଶାସିତ ଅଞ୍ଚଳରେ ଓ ଅରୁଣାଚଳର ବିବାଦୀୟ ଅଞ୍ଚଳରେ ଏପରି ଘର ନିର୍ମାଣ କରିଛି।


ଏହାପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସଡ଼କ ଓ ବ୍ରିଜ ନିର୍ମାଣ ସମେତ ଭାରତ ମଧ୍ୟ ସୀମାରେ ଥିବା ନିଜର ଭିତ୍ତିଭୂମିକୁ ମଜବୁତ କରିଛି। ଭାରତ ଏହାର ନିରାପତ୍ତାକୁ ପ୍ରଭାବିତ କରୁଥିବା ସମସ୍ତ ବିକାଶ ଉପରେ ନିରନ୍ତର ନଜର ରଖିଛି। ଦେଶର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ରକ୍ଷା ପାଇଁ ଭାରତ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ଚାଇନାର ସମସ୍ତ ଗତିବିଧି ଉପରେ ଭାରତ ନଜର ରଖିଛି। ଆମେରିକାର ରିପୋର୍ଟକୁ ମଧ୍ୟ ଅନୁଧ୍ୟାନ କରାଯାଉଥିବା ବାଗଚି କହିଛନ୍ତି।

Related story