‘କୋଭିଡକୁ ନେଇ ଲାନ୍‌ସେଟ ରିପୋର୍ଟ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ’

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ନିରପେକ୍ଷ ମେଡିକାଲ ଜର୍ଣ୍ଣାଲ କୁହାଯାଉଥିବା ଲାନ୍‌ସେଟ୍‌ ପତ୍ରିକାର ରିପୋର୍ଟକୁ ନେଇ ଉଠିଛି ପ୍ରଶ୍ନ। କୋଭିଡ୍ ବେଳେ ଭାରତ ସରକାର ଦ୍ୱାରା ନିଆଯାଉଥିବା ପଦକ୍ଷେପକୁ ବାରମ୍ୱାର ସମାଲୋଚନା କରୁଥିବା ଏହି ଜର୍ଣ୍ଣାଲର ରିପୋର୍ଟକୁ ନେଇ କଡ଼ା ଜବାବ ଦେଇଛନ୍ତି ଚିକିତ୍ସା କ୍ଷେତ୍ରରେ ଦେଶର ଜଣାଶୁଣା ଡାକ୍ତର ତଥା ପ୍ରଫେସର ପଙ୍କଜ ଚତୁର୍ବେଦୀ। ଟାଟା ମମୋରିଆଲ ହସ୍ପିଟାଲରେ କାର୍ଯ୍ୟରତ ଏହି ଡାକ୍ତର କହିଛନ୍ତି ଲାନ୍‌ସେଟ୍‌ ରିପୋର୍ଟ ସମ୍ପୂର୍ଣ୍ଣ ଭାବରେ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଆଉ ଭାରତରେ […]

lancent-media

lancent-media

Subhransu Sekhar
  • Published: Wednesday, 19 May 2021
  • Updated: 19 May 2021, 05:55 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ନିରପେକ୍ଷ ମେଡିକାଲ ଜର୍ଣ୍ଣାଲ କୁହାଯାଉଥିବା ଲାନ୍‌ସେଟ୍‌ ପତ୍ରିକାର ରିପୋର୍ଟକୁ ନେଇ ଉଠିଛି ପ୍ରଶ୍ନ। କୋଭିଡ୍ ବେଳେ ଭାରତ ସରକାର ଦ୍ୱାରା ନିଆଯାଉଥିବା ପଦକ୍ଷେପକୁ ବାରମ୍ୱାର ସମାଲୋଚନା କରୁଥିବା ଏହି ଜର୍ଣ୍ଣାଲର ରିପୋର୍ଟକୁ ନେଇ କଡ଼ା ଜବାବ ଦେଇଛନ୍ତି ଚିକିତ୍ସା କ୍ଷେତ୍ରରେ ଦେଶର ଜଣାଶୁଣା ଡାକ୍ତର ତଥା ପ୍ରଫେସର ପଙ୍କଜ ଚତୁର୍ବେଦୀ। ଟାଟା ମମୋରିଆଲ ହସ୍ପିଟାଲରେ କାର୍ଯ୍ୟରତ ଏହି ଡାକ୍ତର କହିଛନ୍ତି ଲାନ୍‌ସେଟ୍‌ ରିପୋର୍ଟ ସମ୍ପୂର୍ଣ୍ଣ ଭାବରେ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଆଉ ଭାରତରେ କୋଭିଡ ମହାମାରୀ ବ୍ୟାପିବାର କାରଣକୁ ନେଇ ଲାନସେଟ୍‌ ଯେଉଁ ଅଭିଯୋଗ ଆଣିଥିଲା ଗୋଟି ଗୋଟି କରି ପ୍ରଫେସର ପଙ୍କଜ ଚତୁର୍ବେଦୀ ତାହାର ଜବାବ ଦେଇଛନ୍ତି। ତେବେ ମହାମାରୀ ବିସ୍ତାର କରିବାର କାରଣ ଡବଲ ମ୍ୟୁଟାଣ୍ଟ ବୋଲି ସେ କହିଛନ୍ତି।

ଲାନସେଟ୍‌ ମେଡିକାଲ ଜର୍ଣ୍ଣାଲରେ ମୋଦି ସରକାରକୁ କଡ଼ା ସମାଲୋଚନା କରାଯାଇଛି। କରୋନାକୁ ନିୟନ୍ତ୍ରଣ କରିବାରେ ଭାରତ ବିଫଳ। ରିପୋର୍ଟରେ କୁହାଯାଇଛି ଯେ କରୋନାର ଦ୍ୱିତୀୟ ଲହର ମୁକାବିଲା ପାଇଁ ଭାରତ ସରକାର ସଂକ୍ରମଣକୁ ରୋକିବା ତୁଳନାରେ ନିଜର ଭାବମୂର୍ତ୍ତି ରକ୍ଷା କରିବାକୁ ଅଧିକ ଯତ୍ନବାନ।

ପ୍ରଫେସର ପଙ୍କଜ କହିଛନ୍ତି ଯେ ଭାରତରେ ମୃତ୍ୟୁ ହାର ଅନ୍ୟ ଦେଶ ତୁଳନାରେ ବହୁତ୍ କମ୍। ଆମେରିକାର ଜନସଂଖ୍ୟା ୩୦ କୋଟି ହୋଇଥିବା ବେଳେ କରୋନାରେ ୩ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି। ବ୍ରାଜିଲର ୨୦ କୋଟି ମୋଟ୍ ଜନସଂଖ୍ୟା ହୋଇଥିବା ବେଳେ କରୋନାରେ ସେଠାରେ ୧୦ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବ୍ରିଟେନରେ ୬ କୋଟି ଜନସଂଖ୍ୟାରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୨୭ ହଜାର।

ସେହିଭଳି ଫ୍ରାନ୍ସର ମୋଟ ଜନସଂଖ୍ୟା ୬ କୋଟି ହୋଇ ଥିବାବେଳେ କୋଭିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୬ ହଜାର ୪୯୩। ଆଉ ଭାରତରେ ୧୩୦ କୋଟି ଜନସଂଖ୍ୟାରେ ୨.୬୨ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ଯଦିଓ ଦେଶରେ ସଂକ୍ରମଣ ହାର ଅଧିକ ହେଲେ ମୃତ୍ୟୁ ଦର ନିୟନ୍ତ୍ରଣରେ ରହିଛି। ତଥ୍ୟ ଅନୁଯାୟୀ, ଭାରତରେ ମୃତ୍ୟୁ ହାର ମାତ୍ର ୧.୧ ପ୍ରତିଶତ ରହିଛି। ଯାହାକି ଆମେରିକା, ବ୍ରିଟେନ, ବ୍ରାଜିଲ, ଇଟାଲୀ ଏବଂ ଜର୍ମାନୀ ତୁଳନାରେ ବହୁତ କମ।

ଆମେରିକା, ଫ୍ରାନ୍ସ, ଇଟାଲୀ ଭଳି ଦେଶରେ ଉନ୍ନତମାନର ସ୍ୱାସ୍ଥ୍ୟ ସୁବିଧା ରହିଛି କିନ୍ତୁ ସେଠାରେ ସର୍ବାଧିକ ମୃତ୍ୟୁ ଘଟିଛି। ଭାରତରେ ଅନେକ ରାଜ୍ୟରେ ଦ୍ୱିତୀୟ ଲହର ପାଇଁ ପ୍ରସ୍ତୁତ ନଥିଲେ। କେରଳ, ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକର ଉନ୍ନତ ମାନର ସ୍ୱାସ୍ଥ୍ୟସେବା ରହିଛି କିନ୍ତୁ ଏଠାରେ ଲୋକଙ୍କ ମୃତ୍ୟୁ ଅଧିକ ରହିଛି।

ଟିକାକରଣ ଭାରତରେ ବହୁତ ବିଳମ୍ବରେ ଆରମ୍ଭ ହୋଇଛି। ଆମେରିକାରେ ୧୪ ଡିସେମ୍ବର ୨୦୨୦ରୁ ଟିକାକରଣ ଆରମ୍ଭ ହୋଇଛି ଏଯାବତ ୨୫ ନିୟୁତ ଲୋକ ନେଇଛନ୍ତି। ବ୍ରିଟେନ ୨୧ ଡିସେମ୍ବର ୨୦୨୦ରୁ ଟିକାକରଣ ଆରମ୍ଭ ହୋଇଥିଲା ଏବଂ ଏ ପର୍ଯ୍ୟନ୍ତ ୫୩ ନିୟୁତ ଲୋକଙ୍କୁ ଟିକା ଦିଆଯାଇଛି। ଅଷ୍ଟ୍ରେଲିଆରେ ୨୨ ଫେବୃଆରୀରୁ ଟିକାକରଣ ଆରମ୍ଭ ହୋଇଛି ଆଉ ୨ ନିୟୁତ ଲୋକଙ୍କୁ ଟିକା ଦିଆଯାଇଛି। ସେହିପରି ୧୬ ଫେବୃଆରୀରେ ଭାରତରେ ଟିକାକରଣ ଆରମ୍ଭ ହୋଇଛି ହେଲେ ଏପର୍ଯ୍ୟନ୍ତ ୧୮ କୋଟି ଲୋକଙ୍କୁ ଟିକା ଦିଆଯାଇଛି।

ସେହପିର କୁମ୍ଭମେଳା ପାଇଁ ଦେଶରେ କରୋନା ସଂକ୍ରମଣ ବ୍ୟାପିଛି ବୋଲି ଲାନସେଟ୍‌ର ଦାବିକୁ ଜବାବ ଦେଇ ପ୍ରଫେସର ପଙ୍କଜ ଚତୁର୍ବେଦୀ କହିଛନ୍ତି, ସମଗ୍ର କୁମ୍ଭମେଳା ୧୫୦ ବର୍ଗ କିଲୋମିଟର ବ୍ୟାସାର୍ଦ୍ଧରେ ବ୍ୟାପିଥିଲା। ଜାନୁଆରୀରୁ ଏପ୍ରିଲ ମଧ୍ୟରେ ପ୍ରାୟ ୨୦ ଲକ୍ଷ ଲୋକ ଏଠାରେ ପହଞ୍ଚିଥିଲେ। ଗୋଟିଏ ଦିନରେ ୩.୫ ଲକ୍ଷ ଲୋକ ମଧ୍ୟ କୁମ୍ଭରେ ପହଞ୍ଚିଥିଲେ, କିନ୍ତୁ ଡେନସିିଟି ବା ଘନତା ଦୃଷ୍ଟିରୁ ଏକ କିଲୋମିଟରରେ କେବଳ ୨୩ ହଜାର ଲୋକ ଉପସ୍ଥିତ ଥିଲେ। ଯଦି ଏହାକୁ ଦେଖିବା ତାହେଲେ ମୁମ୍ବାଇ ଏବଂ ଦିଲ୍ଲୀର ଅନେକ ଅଞ୍ଚଳରେ ଏହି ୧୫୦ ବର୍ଗ କିଲୋମିଟରରେ ଅଧିକ ଲୋକ ବସବାସ କରନ୍ତି। ଆଉ ମୁମ୍ୱାଇର ଧରାବିରେ ବର୍ଗ କିଲୋମିଟର ପ୍ରତି ୨ ଲକ୍ଷ ୭୭ ହଜାର ୨୩୬ ଜଣ ବସବାସ କରନ୍ତି।

କୋଭିଡର ଉତ୍ପତ୍ତି ବାବଦରେ ଲାନସେଟ୍‌ ଚୁପ୍!
ଏହି ଲାନସେଟ୍‌ ଅଫିସ ୟୁକେ, ନ୍ୟୁୟର୍କ ଆଉ ବେଜିଂରେ ରହିଛି। ମେଡିକାଲ ଏବଂ ସ୍ୱାସ୍ଥ୍ୟ ସମ୍ପର୍କରେ ସବୁବେଳେ ବିଭିନ୍ନ ରିପୋର୍ଟ ପ୍ରକାଶ କରୁଥିବା ଏହି ସଂସ୍ଥା ଏଯାବତ କରୋନାର ଉତ୍ପତ୍ତିକୁ ନେଇ କୌଣସି ରିପୋର୍ଟ ପ୍ରକାଶ କରିନି କି ଏହି ସଂସ୍ଥା କରୋନା ଭଳି ମହାମାରୀ ଆଗକୁ ଆସିବାର ଅଛି ବୋଲି କୌଣସି ରିପୋର୍ଟ ପ୍ରକାଶ କରିନଥିଲା। ବିଭିନ୍ନ ଦେଶରେ ଥିବା ମେଡିକାଲ ଜର୍ଣ୍ଣାଲ କରୋନା ବାବଦରେ ବିଭିନ୍ନ ତଥ୍ୟ ରଖୁଛନ୍ତି ହେଲେ ଲାନସେଟ୍‌ ଏ ବାବଦରେ ନିରବ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story