ତେଜସ୍ୱୀ ଯାଦବଙ୍କ ଶକ୍ତି ବୃଦ୍ଧି, ବିହାରରେ ବଦଳୁଛି ରାଜନୈତିକ ସମୀକରଣ

ପାଟନା: ବିହାରରେ ତେଜସ୍ୱୀ ଯାଦବଙ୍କ ଆରଜେଡି ବଡ଼ ଦଳ ଭାବେ ଉଭା ହୋଇଛି। ଏଆଇଏମଆଏମର ୪ ଜଣ ବିଧାୟକ ବିରୋଧୀ ଆରଜେଡିରେ ମିଶିବା ପରେ ଦଳ ଅଧିକ ସଶକ୍ତ ହୋଇଛି। ୨୪୩ ବିଶିଷ୍ଟ ବିହାର ବିଧାନସଭା ଆସନରୁ ଆରଜେଡି ପାଖରେ ଏବେ ୮୦ ବିଧାୟକ ଅଛନ୍ତି। ବିଜେପିଠାରୁ ଆରଜେଡିରେ ୩ଟି ଆସନ ଅଧିକ ରହିଥିବା ବେଳେ ନୀତିଶ କୁମାରଙ୍କ ଜନତା ଦଳ ୟୁନାଇଟେଡ(ଜେଡିୟୁ) ପାଖରେ ଅଛନ୍ତି ୪୫ ବିଧାୟକ। ଏବେ ରାଜ୍ୟରେ ଆରଜେଡି ନୀତିଶକୁମାରଙ୍କ  ନେତୃତ୍ୱାଧୀନ ବିଜେପି […]

tejashwi-yadav

tejashwi-yadav

Tapas Behera
  • Published: Thursday, 30 June 2022
  • Updated: 30 June 2022, 02:41 PM IST

Sports

Latest News

ପାଟନା: ବିହାରରେ ତେଜସ୍ୱୀ ଯାଦବଙ୍କ ଆରଜେଡି ବଡ଼ ଦଳ ଭାବେ ଉଭା ହୋଇଛି। ଏଆଇଏମଆଏମର ୪ ଜଣ ବିଧାୟକ ବିରୋଧୀ ଆରଜେଡିରେ ମିଶିବା ପରେ ଦଳ ଅଧିକ ସଶକ୍ତ ହୋଇଛି। ୨୪୩ ବିଶିଷ୍ଟ ବିହାର ବିଧାନସଭା ଆସନରୁ ଆରଜେଡି ପାଖରେ ଏବେ ୮୦ ବିଧାୟକ ଅଛନ୍ତି। ବିଜେପିଠାରୁ ଆରଜେଡିରେ ୩ଟି ଆସନ ଅଧିକ ରହିଥିବା ବେଳେ ନୀତିଶ କୁମାରଙ୍କ ଜନତା ଦଳ ୟୁନାଇଟେଡ(ଜେଡିୟୁ) ପାଖରେ ଅଛନ୍ତି ୪୫ ବିଧାୟକ। ଏବେ ରାଜ୍ୟରେ ଆରଜେଡି ନୀତିଶକୁମାରଙ୍କ  ନେତୃତ୍ୱାଧୀନ ବିଜେପି ସହ ମେଣ୍ଟ ସରକାର ରହିଛି।  ତେବେ ଦିନକୁ ଦିନ ଆରଜେଡିର ଶକ୍ତି ବୃଦ୍ଧି ଉଭୟ ବିଜେପି ଓ ଜେଡିୟୁ ପାଇଁ ଚିନ୍ତାର କାରଣ ପାଲଟିଛି। ୨୦୨୦ରେ ବିହାରରେ ବିଧାନସଭା ନିର୍ବାଚନ ହୋଇଥିଲା।

ଏଥିରେ ଆରଜେଡି ବୃହତ୍ତମ ଦଳଭାବେ ପ୍ରକଟ ହୋଇଥିଲା। କିନ୍ତୁ ସରକାର ଗଠନ ଲାଗି ଆବଶ୍ୟକ ସଂଖ୍ୟା ହାସଲ କରିପାରି ନଥିଲା। ତେବେ ଏହି ନିର୍ବାଚନରେ ବିଜେପି ଓ ଜେଡିୟୁ ମେଣ୍ଟ ହୋଇ ସରକାର ଗଠନ କରିଥିଲେ।  ଆଉ ବିରୋଧୀ ଦଳରେ ରହିଥିଲା ଆରଜେଡି।  ଗତ  ଦୁଇ ବର୍ଷ ମଧ୍ୟ ବିଜେପି ସହ ନୀତିଶ କୁମାରଙ୍କ ସମ୍ପର୍କ ବିଗିଡ଼ିବାରେ ଲାଗିଛି। ଜାତି ଭିତ୍ତିକ ଜନଗଣନା ଏବଂ ଅନ୍ୟାନ୍ୟ ପ୍ରସଙ୍ଗଙ୍କୁ ନେଇ  ଉଭୟ ଦଳ ମଧ୍ୟରେ ତୀବ୍ର ମତଭେଦ ଥିବା ବାହାରକୁ ସ୍ପଷ୍ଟ ହୋ‌ଇଛି। ଜାତି ଭିତ୍ତିକ ଜନଗଣନା ନେଇ  ନୀତିଶ କୁମାର ଅପିଲ କରୁଥିବା ବେଳେ ଏହି ପ୍ରସ୍ତାବରେ  ବିଜେପି ରାଜି ହେଉ ନାହିଁ। କିନ୍ତୁ ଜାତି ଭିତ୍ତିକ ଜନଗଣନାକୁ ତେଜସ୍ୱୀ ଯାଦବ ସମର୍ଥନ କରୁଛନ୍ତି।

ଏହି ଦୃଷ୍ଟି କୋଣରୁ ବିହାରରେ ରାଜନୈତିକ ସମୀକରଣ ବଦଳୁଥିବା ଜଣାପଡ଼ିଛି। ଯଦି ବିଜେପି ସହ ସମ୍ପର୍କ ଅଧିକ ଖରାପ ହୁଏ ନୀତିଶ କୁମାର ୟୁ ଟର୍ଣ୍ଣ ନେବା କିଛି ନୂଆ କଥା ନୁହଁ। କାରଣ ପୂର୍ବରୁ ମଧ୍ୟ ନୀତୀଶ  କୁମାରଙ୍କ ଦଳ ଜେଡିୟୁ ଆରଜେଡି ସହ ମେଣ୍ଟ କରିଥିଲା।  ଯଦି ନୀତିଶ କୁମାର ବିଜେପିର ହାତ ଛାଡ଼ି ଦିଅନ୍ତି ତେବେ ଦଳ ଅଧିକ ଘାଟା ସହିବ। ଅସାଦ୍ଦୁଦ୍ଦିନଙ୍କ ଏଆଇଏମଆଇଏମଙ୍କ ଦଳ ବିହାରରେ ୨୦୨୦ ନିର୍ବାଚନରେ ୫ଟି ସିଟ୍‌ ହାତେଇଥିଲା। ଏବେ ୪ ଜଣ ଦଳ ଛାଡ଼ି ଆରଜେଡିରେ ମିଶିବା ପରେ ଏଆଇଏମଆଇଏମ ପାଖରେ ମାତ୍ର ଜଣେ ବିଧାୟକ ଅଛନ୍ତି। ଗତ ନିର୍ବାଚନରେ ଆରଜେଡି ୭୫ ଆସନ ଜିତି ଏକକ ସଂଖ୍ୟା ଗରିଷ୍ଟ ଦଳ ଭାବେ ନିଜକୁ ସାବ୍ୟସ୍ତ କରିଥିଲା। ସେହିପରି ଉପନିର୍ବାଚନରେ ମଧ୍ୟ ଦଳ ଆଉ ଏକ ଆସନ ହାତେଇଥିଲା। ତେବେ ବିଧାୟକଙ୍କ ସଂଖ୍ୟା ବଢ଼ିବା ସହ ତେଜସ୍ୱୀ ଯାଦବଙ୍କ ହାତମୁଠା ଅଧିକ ସଶକ୍ତ ହେବା ଶାସକ ଦଳ ପାଇଁ ଚାଲେଞ୍ଜ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story