କରୋନା କଟକଣା ଭାଙ୍ଗିବାରୁ ବିଜେପି ନେତାଙ୍କୁ ଉଠାଇ ନେଲା ପୁଲିସ୍‌

ହାଇଦ୍ରାବାଦ: ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ଭାଙ୍ଗି ଅଡ଼ୁଆରେ ବିଜେପି ନେତା। ରବିବାର ରାତିରେ କଟକଣା ଉଲ୍ଲଙ୍ଘନ କରିଥିବାରୁ ବିଜେପିର ତେଲେଙ୍ଗାନା ମୁଖ୍ୟ ବାନ୍ଦି ସଞ୍ଜୟ କୁମାରଙ୍କୁ ପୁଲିସ୍‌ କରିମନଗରରେ ଅଟକ ରଖିଛି। ରାଜ୍ୟ ସରକାର ଚାକିରି ପାଇଁ ଜୋନାଲ ବ୍ୟବସ୍ଥା କରିଥିବାରୁ ସେ ଏହାକୁ ବିରୋଧ କରି ଜାଗରଣ ବା ବିକ୍ଷୋଭ ସଭାର ଆୟୋଜନ କରିଥିଲେ। ତାଙ୍କ ଅଫିସରେ ରାତି ୯ରୁ ସୋମବାର ୫ଟା ଯାଏ ଏହି ବିକ୍ଷୋଭ ହେବାର ଥିଲା। […]

Police

Hemant Lenka
  • Published: Monday, 03 January 2022
  • , Updated: 03 January 2022, 02:58 PM IST

ହାଇଦ୍ରାବାଦ: ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ଭାଙ୍ଗି ଅଡ଼ୁଆରେ ବିଜେପି ନେତା। ରବିବାର ରାତିରେ କଟକଣା ଉଲ୍ଲଙ୍ଘନ କରିଥିବାରୁ ବିଜେପିର ତେଲେଙ୍ଗାନା ମୁଖ୍ୟ ବାନ୍ଦି ସଞ୍ଜୟ କୁମାରଙ୍କୁ ପୁଲିସ୍‌ କରିମନଗରରେ ଅଟକ ରଖିଛି।

ରାଜ୍ୟ ସରକାର ଚାକିରି ପାଇଁ ଜୋନାଲ ବ୍ୟବସ୍ଥା କରିଥିବାରୁ ସେ ଏହାକୁ ବିରୋଧ କରି ଜାଗରଣ ବା ବିକ୍ଷୋଭ ସଭାର ଆୟୋଜନ କରିଥିଲେ। ତାଙ୍କ ଅଫିସରେ ରାତି ୯ରୁ ସୋମବାର ୫ଟା ଯାଏ ଏହି ବିକ୍ଷୋଭ ହେବାର ଥିଲା। ଏଥିପାଇଁ ସଞ୍ଜୟ କୁମାର ଓ ବିଜେପିର ଶତାଧିକ କର୍ମୀ ଅଫିସ ନିକଟରେ ଏକାଠି ମଧ୍ୟ ହୋଇଥିଲେ।

ତେବେ ବିକ୍ଷୋଭ ପାଇଁ ସେମାନେ କୌଣସି ଅନୁମତି ନେଇ ନଥିଲେ। ସେହିପରି ଭିଡ଼ ଉପରେ ରାଜ୍ୟ ସରକାର ଲଗାଇଥିବା କଟକଣାକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରିଥିଲେ। ତେଣୁ ସେ ବିକ୍ଷୋଭ କରିବା ପୂର୍ବରୁ ପୁଲିସ୍‌ ତାଙ୍କୁ ଥାନାକୁ ଉଠାଇ ନେଇଥିଲା। ଏହି ସମୟରେ ବିଜେପି କର୍ମୀ ଓ ପୁଲିସ୍‌ ମଧ୍ୟରେ ଠେଲାପେଲା ଦେଖିବାକୁ ମିଳିଥିଲା। ତଥାପି ପୁଲିସ୍‌ ସଞ୍ଜୟ କୁମାରଙ୍କୁ ଅଟକ ରଖିବାରେ ସକ୍ଷମ ହୋଇଛି।

ସଞ୍ଜୟ କୁମାର କହିଛନ୍ତି, କୋଭିଡ ପ୍ରୋଟକଲ ଅନୁଯାୟୀ ଓ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯିବାର ଥିଲା। ହେଲେ ପୁଲିସ୍‌ ଏହାପୂର୍ବରୁ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶାସକ ଟିଆରଏସ୍‌ ନେତାଙ୍କ କାର୍ଯ୍ୟକ୍ରମରେ କାହିଁକି କୋଭିଡ ପ୍ରୋଟକଲ ଲାଗୁ କରାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି।


ବିଜେପିର ଆଇଟି ସେଲ ଅଧ୍ୟକ୍ଷ ଅମିତ ମାଲବ୍ୟ ମଧ୍ୟ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଏଥିସହ ପୁଲିସ୍‌ କେଉଁଭଳି ସଞ୍ଜୟ କୁମାରଙ୍କୁ ଠେଲାପେଲା କରୁଛି, ତା’ର ଗୋଟିଏ ଭିଡିଓ ମଧ୍ୟ ଶ୍ରୀ ମାଲବ୍ୟ ଟ୍ୱିଟ କରିଛନ୍ତି।

ସେ କହିଛନ୍ତି, “ତେଲେଙ୍ଗାନା ପୁଲିସ୍‌ ବିଜେପି ରାଜ୍ୟସଭାପତି ବାନ୍ଦି ସଞ୍ଜୟ କୁମାରଙ୍କୁ ଠେଲାପେଲା କରିଛି। କାରଣ ସେ ସରକାରୀ କର୍ମଚାରୀ ଓ ଶିକ୍ଷକଙ୍କ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଥିଲେ। ଅନେକ ବିଜେପି ନେତା ଓ ମହିଳା କର୍ମୀଙ୍କୁ ଗିରଫ କରାଯାଇଛି। ଟିଆରଏସ ହାରି ସାରିଛି।”

Related story