କରୋନା ଆକ୍ରାନ୍ତଙ୍କ ପାଖକୁ ଯାଇ କଥା ହେଲେ ମୁଖ୍ୟମନ୍ତ୍ରୀ କେସିଆର

ହାଇଦ୍ରାବାଦ: କରୋନା ଆକ୍ରାନ୍ତ ଯେଉଁ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ସେହି ହସ୍ପିଟାଲକୁ ସାଧାରଣତଃ କେହି ଯାଆନ୍ତି ନାହିଁ। କାରଣ ଏହି ରୋଗ ଭାଇରସ ଦ୍ୱାରା ସଂକ୍ରମିତ ହେଉଛି। ତେଣୁ ଦୂରରୁ ରହି ଡାକ୍ତର ମଧ୍ୟ ଚିକିତ୍ସା କରୁଛନ୍ତି। ହେଲେ ଆଜି ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ସି ରାଓ ନିଜେ ଏବଂ ତାଙ୍କର ଅନ୍ୟାନ୍ୟ ମନ୍ତ୍ରୀ ଅଫିସର ଗାନ୍ଧୀ କୋଭିଡ ହସ୍ପିଟାଲକୁ ଯାଇ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। କେସିଆର ଏଭଳି କରି […]

KCR

Subhransu Sekhar
  • Published: Wednesday, 19 May 2021
  • , Updated: 19 May 2021, 05:37 PM IST

ହାଇଦ୍ରାବାଦ: କରୋନା ଆକ୍ରାନ୍ତ ଯେଉଁ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ସେହି ହସ୍ପିଟାଲକୁ ସାଧାରଣତଃ କେହି ଯାଆନ୍ତି ନାହିଁ। କାରଣ ଏହି ରୋଗ ଭାଇରସ ଦ୍ୱାରା ସଂକ୍ରମିତ ହେଉଛି। ତେଣୁ ଦୂରରୁ ରହି ଡାକ୍ତର ମଧ୍ୟ ଚିକିତ୍ସା କରୁଛନ୍ତି। ହେଲେ ଆଜି ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ସି ରାଓ ନିଜେ ଏବଂ ତାଙ୍କର ଅନ୍ୟାନ୍ୟ ମନ୍ତ୍ରୀ ଅଫିସର ଗାନ୍ଧୀ କୋଭିଡ ହସ୍ପିଟାଲକୁ ଯାଇ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

କେସିଆର ଏଭଳି କରି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ କୌଣସି କୋଭିଡ ହସ୍ପିଟାଲକୁ ଯାଇ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାରେ ପ୍ରଥମ। ତେବେ କେସିଆର ଏଭଳି କରି ବିରୋଧୀଙ୍କୁ ମଧ୍ୟ କଡ଼ା ଜବାବ ଦେଇଛନ୍ତି। କାରଣ ରାଜ୍ୟରେ ବିରୋଧୀ ବାରମ୍ୱାର ଅଭିଯୋଗ କରୁଥିଲେ ଯେ ମହାମାରୀ ଆସିବା ପାଖରୁ ମୁଖ୍ୟମନ୍ତ୍ରୀ କେସିଆର ଘରୁ ବାହାରକୁ ବାହାରୁ ନାହାନ୍ତି।

ଏହି ଗସ୍ତ ସମୟରେ ସେ ରୋଗୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଆଉ ଡାକ୍ତର ଏବଂ ନର୍ସଙ୍କ ସହ କଥା ହୋଇଥିଲେ। ନିକଟରେ କେସିଆର କୋଭିଡରେ ସଂକ୍ରମିତ ହେଇ ସୁସ୍ଥ ହୋଇଥିବା ସୂଚନା ରହିଛି। ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଆଇସିୟୁ, ଏମରଜେନ୍ସି ଓ୍ୱାର୍ଜ, ଏବଂ ଅନ୍ୟାନ୍ୟ ରୋଗର ଚିକିତ୍ସା ବ୍ୟବସ୍ଥା ବାବଦରେ ପଚାରି ବୁଝିଥିଲେ କେସିଆର। ସେ ଆକ୍ରାନ୍ତଙ୍କ ବେଡ୍ ପାଖକୁ ଯାଇ ସାଧାରଣ ରୋଗୀଙ୍କ ସହ କଥା ହେଲା ଭଳି କେସିଆର କଥା ହେଉଥିବାର ଦେଖିବାକୁ ମିଳିଛି। ଆଉ ରୋଗୀଙ୍କ ଚିକିତ୍ସାରେ କୌଣସି ପ୍ରକାର ଅସୁବିଧା ଯେମିତି ନହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ଡାକ୍ତରଙ୍କୁ କହିଥିଲେ କେସିଆର।

ସେହିପରି କରୋନା ଆକ୍ରାନ୍ତଙ୍କ ଚିକିତ୍ସାବେଳେ ଏବେ ସବୁଠୁ ଅଧିକ ଚାହିଦାରେ ଥିବା ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ଉପରେ ମଧ୍ୟ ରିଭ୍ୟୁ କରିଥିଲେ। ଗାନ୍ଧୀ ହସ୍ପିଟଲରେ ଥିବା ଅକ୍ସିଜେନ କାରଖାନାର ଯାଞ୍ଚ ମଧ୍ୟ ନିଜେ କରିଥିଲେ କେସିଆର। ନିକଟରେ ପ୍ରତି ମିନିଟରେ 2,000 ଲିଟର ଅକ୍ସିଜେନ ଯୋଗାଇବା ପାଇଁ କେସିଆର ନିର୍ଦ୍ଦେଶ ଦେବା ପରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଥିଲା।

ଶେଷରେ ସେ ବରିଷ୍ଠ ଡାକ୍ତର, ଚୁକ୍ତିଭିତ୍ତିକ ନର୍ସ ଏବଂ ଜୁନିଅର ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଆଉ କରୋନା ରୋଗୀଙ୍କୁ ନିଜ ଜୀବନକୁ ବିପଦରେ ପକାଇ ଚିକିତ୍ସା କରୁଥିବାରୁ ସେମାନଙ୍କୁ ପ୍ରଶଂସା କରିଥିଲେ କେସିଆର।

Related story