ଏହି ୧୦ ରାଜ୍ୟ ପାଇଁ ଦେଶରେ ବଢ଼ୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭାରତରେ ପ୍ରତିଦିନ ରେକର୍ଡ ପରେ ରେକର୍ଡ କରି ଚାଲିଛି। ଦୈନିକ ସଂକ୍ରମଣ ଏବେ ୪ ଲକ୍ଷ ଉପରେ ରହୁଥିବା ବେଳେ ମୃତ୍ୟୁସଂଖ୍ୟା ୪ ହଜାର ପାଖରେ ପହଞ୍ଚି ଯାଇଛି। ତେବେ ଦେଶର ସଂକ୍ରମଣ ବଢ଼ୁଥିବା ବେଳେ ୧୦ଟି ରାଜ୍ୟର ସ୍ଥିତି ସବୁଠାରୁ ଉଦବେଗଜନକ ରହିଛି। ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୭୧%ରୁ ଅଧିକ ଲୋକ କେବଳ ୧୦ଟି ରାଜ୍ୟରୁ ଚିହ୍ନଟ ହେଉଛନ୍ତି। ଏହି ୧୦ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, […]

Corona

Hemant Lenka
  • Published: Friday, 07 May 2021
  • , Updated: 07 May 2021, 04:47 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭାରତରେ ପ୍ରତିଦିନ ରେକର୍ଡ ପରେ ରେକର୍ଡ କରି ଚାଲିଛି। ଦୈନିକ ସଂକ୍ରମଣ ଏବେ ୪ ଲକ୍ଷ ଉପରେ ରହୁଥିବା ବେଳେ ମୃତ୍ୟୁସଂଖ୍ୟା ୪ ହଜାର ପାଖରେ ପହଞ୍ଚି ଯାଇଛି। ତେବେ ଦେଶର ସଂକ୍ରମଣ ବଢ଼ୁଥିବା ବେଳେ ୧୦ଟି ରାଜ୍ୟର ସ୍ଥିତି ସବୁଠାରୁ ଉଦବେଗଜନକ ରହିଛି।

ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୭୧%ରୁ ଅଧିକ ଲୋକ କେବଳ ୧୦ଟି ରାଜ୍ୟରୁ ଚିହ୍ନଟ ହେଉଛନ୍ତି। ଏହି ୧୦ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, କର୍ଣ୍ଣାଟକା, ଦିଲ୍ଲୀ, କେରଳ, ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ ରାଜସ୍ଥାନ ରହିଛନ୍ତି। ଏହି ରାଜ୍ୟରୁ ମୋଟ ସଂକ୍ରମଣର ୭୧.୮୧% ଆକ୍ରାନ୍ତ ଦୈନିକ ଚିହ୍ନଟ ହେଉଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଆଜି ଭାରତରେ ୪,୧୪,୧୮୮ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୧୪,୯୧,୫୯୮ରେ ପହଞ୍ଚି ଯାଇଛି।

ଏହା ମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ ୬୯,୧୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ପଛକୁ କର୍ଣ୍ଣାଟକାରୁ ୪୯, ୦୫୮ ଓ କେରଳରୁ ୪୨,୪୬୪ ଜଣ ଆକ୍ରାନ୍ତ ରହିଛନ୍ତି। ନୂଆ ସଂକ୍ରମିତଙ୍କ ପରେ ଭାରତ ଆକ୍ଟଭି କେସ୍‌ ଲୋଡ ୩୬,୪୫,୧୬୪ ଛୁଇଁଛି। ଏହା ଦେଶର ମୋଟ ସଂକ୍ରମିତର ୧୬.୯୬%। ଗତ ୨୪ ଘଣ୍ଟାରେ ଆକ୍ଟିଭ କେସ୍‌ ସଂଖ୍ୟା ୭୮,୭୬୬ ବୃଦ୍ଧି ପାଇଛି।

ମହାରାଷ୍ଟ୍ର, କର୍ଣ୍ଣାଟକା, କେରଳ, ଉତ୍ତର ପ୍ରଦେଶ, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, ଗୁଜରାଟ, ତାମିଲନାଡୁ, ଛତିଶଗଡ଼, ପଶ୍ଚିମବଙ୍ଗ, ବିହାର ଓ ହରିଆଣାରରେ ମିଳିତ ଭାବେ ଆକ୍ଟିଭ କେସ୍‌ ସଂଖ୍ୟା ୮୧.୦୪% ରହିଛି। ଭାରତର ମୋଟ ଆକ୍ଟିଭ କେସର ଏକ ଚତୁର୍ଥାଂଶ କେବଳ ୧୦ ରାଜ୍ୟରେ ରହିଛି।

ଦେଶର ୨୫% ଆକ୍ଟିଭ କେସ୍‌ ବେଙ୍ଗାଲୁରୁ ଅର୍ବାନ, ପୁଣେ, ଦିଲ୍ଲୀ, ଅହମଦାବାଦ, ଏର୍ଣ୍ଣାକୁଲମ, ନାଗପୁର, ମୁମ୍ବାଇ, କୋଝିକୋଡ, ଜୟପୁର ଓ ଥାନେ ଭଳି ୧୦ଟି ଜିଲ୍ଲାରୁ ରେକର୍ଡ ହୋଇଛି। ମୋଟ କେସ୍‌ର ୧୬.୯୬% ଆକ୍ଟିଭ କେସ୍‌ ଥିବାବେଳେ ଆରୋଗ୍ୟ ହାର ୮୧.୯୫% ରହିଛି।

୨୪ ଘଣ୍ଟାରେ ୩୯୧୫ ଜଣ ପ୍ରାଣ ହରାଇଥିଲେ ହେଁ ଦେଶର ମୃତ୍ୟୁହାର ହ୍ରାସ ପାଉଛି ଓ ଏହା ବର୍ତ୍ତମାନ ୧.୦୯%ରେ ରହିଥିବା ସରକାର କହିଛନ୍ତି। ମୋଟ ନୂଆ ମୃତ୍ୟୁରୁ ୧୦ଟି ରାଜ୍ୟରେ ଏହା ୭୪.୪୮% ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୮୫୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ପଛକୁ ଉତ୍ତର ପ୍ରଦେଶରେ ୩୫୦ ଜଣଙ୍କ ଜୀବନ ଯାଇଛି।

Related story