ମାସ୍କ ପିନ୍ଧି ନଥିବାରୁ ପ୍ରଧାନମନ୍ତ୍ରୀଙ୍କ ନାଁରେ କଟିଲା ଚାଲାଣ

ବ୍ୟାଙ୍କକ: କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣା ସମସ୍ତଙ୍କ ପାଇଁ ସମାନ। ଯିଏ ବି ନିୟମ ଉଲ୍ଲଙ୍ଘନ କରିବ, ତାଙ୍କୁ ଦଣ୍ଡ ମିଳିବ। ଏହି ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରିଛି ଥାଇଲ୍ୟାଣ୍ଡ। କରୋନା ପାଇଁ ଜାରି କଟକଣାକୁ ଉଲ୍ଲଙ୍ଘନ କରିଥିବାରୁ ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ପ୍ରାୟୁଥ ଛାନ ଓକାଙ୍କ ନାଁରେ ଚାଲାଣ କଟାଯାଇଛି। କଟକଣା ଉଲ୍ଲଙ୍ଘନ ପାଇଁ ପ୍ରଧାନମନ୍ତ୍ରୀଙ୍କ ନାଁରେ ୧୯୦ ଡଲାରର ଫାଇନ କଟିଥିବା ବ୍ୟାଙ୍କକ ଗଭର୍ଣ୍ଣର ସୂଚନା ଦେଇଛନ୍ତି। ବ୍ୟାଙ୍କକ ଗଭର୍ଣ୍ଣର ଅଶ୍ୱିନ […]

PM

Hemant Lenka
  • Published: Monday, 26 April 2021
  • , Updated: 26 April 2021, 09:32 PM IST

ବ୍ୟାଙ୍କକ: କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣା ସମସ୍ତଙ୍କ ପାଇଁ ସମାନ। ଯିଏ ବି ନିୟମ ଉଲ୍ଲଙ୍ଘନ କରିବ, ତାଙ୍କୁ ଦଣ୍ଡ ମିଳିବ। ଏହି ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରିଛି ଥାଇଲ୍ୟାଣ୍ଡ। କରୋନା ପାଇଁ ଜାରି କଟକଣାକୁ ଉଲ୍ଲଙ୍ଘନ କରିଥିବାରୁ ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ପ୍ରାୟୁଥ ଛାନ ଓକାଙ୍କ ନାଁରେ ଚାଲାଣ କଟାଯାଇଛି। କଟକଣା ଉଲ୍ଲଙ୍ଘନ ପାଇଁ ପ୍ରଧାନମନ୍ତ୍ରୀଙ୍କ ନାଁରେ ୧୯୦ ଡଲାରର ଫାଇନ କଟିଥିବା ବ୍ୟାଙ୍କକ ଗଭର୍ଣ୍ଣର ସୂଚନା ଦେଇଛନ୍ତି।

ବ୍ୟାଙ୍କକ ଗଭର୍ଣ୍ଣର ଅଶ୍ୱିନ କ୍ୱାନମୁଆଙ୍ଗ ତାଙ୍କ ଫେସବୁକରେ ଲେଖିଛନ୍ତି ଯେ କରୋନା ସଂକ୍ରମଣକୁ ରୋକିବା ପାଇଁ ମାସ୍କ ବାଧ୍ୟତା ମୂଳକ କରାଯାଇଛି। ଘରୁ ବାହାରିବା ମାତ୍ରେ ସମସ୍ତେ ମାସ୍କ ପିନ୍ଧିବେ ବୋଲି କୁହାଯାଇଛି। ହେଲେ ପ୍ରଧାନମନ୍ତ୍ରୀ ଏହାକୁ ପରିଧାନ କରି ନଥିଲେ। ଏହା କରୋନା ନିୟମର ଉଲ୍ଲଙ୍ଘନ ବୋଲି ମୁଁ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲି। ଏଥିପାଇଁ ତାଙ୍କ ନାଁରେ ଚାଲାଣ ମଧ୍ୟ କଟାଯାଇଥିଲା ବୋଲି ସେ କହିଛନ୍ତି।

ନିକଟରେ ପ୍ରଧାନମନ୍ତ୍ରୀ ପ୍ରାୟୁଥ ଗୋଟିଏ ମିଟିଂ କରିଥିଲେ। ଏହି ମିଟିଂରେ ସେ ମାସ୍କ ପିନ୍ଧି ନଥିବା ଗୋଟିଏ ଫଟୋ ଫେସବୁକ୍‌ରେ ଅପଲୋଡ୍‌ ହୋଇଥିଲା। ଏହାକୁ ଆଧାର କରି ତାଙ୍କ ନାଁରେ ଚାଲାଣ କଟାଯାଇଥିଲା। ସେହିପରି ଉକ୍ତ ଫଟୋକୁ ମଧ୍ୟ ଫେସବୁକରୁ ହଟାଇ ଦିଆଯାଇଥିଲା।

Related story