ଚାଇନା ସହ ସୀମା ବିବାଦକୁ ନେଇ ବଡ଼ ବୟାନ ଦେଲେ ସେନାଧ୍ୟକ୍ଷ

ନୂଆଦିଲ୍ଲୀ: ଭାରତ ଓ ଚାଇନା ପରସ୍ପର ସହ ବୁଝାମଣା କରି ଡିସଏନଗେଜମେଣ୍ଟ କରିବାକୁ ପ୍ରୟାସ କରୁଛନ୍ତି। ଆଲୋଚନା ପରେ ସୀମାରେ ସକାରାତ୍ମକ ଘଟଣା ଘଟିଛି। କିନ୍ତୁ ତଥାପି ବିପଦ ସଂପୂର୍ଣ୍ଣ ଭାବେ ଟଳନି। ସୀମାରେ ଏବେ ବି ବିପଦ ଆଶଙ୍କା ହ୍ରାସ ପାଇନାହିଁ। ଆଜି ଭାରତ-ଚାଇନା ସୀମା ବିବାଦକୁ ନେଇ ଏପରି ବୟାନ ଦେଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରଭାଣେ। ଆଜି ଭାରତ ଓ ଚାଇନା ମଧ୍ୟରେ ୧୪ତମ କମାଣ୍ଡର ସ୍ତରୀୟ ଆଲୋଚନା ହେଉଛି। ଏହି […]

army-chief

Hemant Lenka
  • Published: Wednesday, 12 January 2022
  • , Updated: 12 January 2022, 07:05 PM IST

ନୂଆଦିଲ୍ଲୀ: ଭାରତ ଓ ଚାଇନା ପରସ୍ପର ସହ ବୁଝାମଣା କରି ଡିସଏନଗେଜମେଣ୍ଟ କରିବାକୁ ପ୍ରୟାସ କରୁଛନ୍ତି। ଆଲୋଚନା ପରେ ସୀମାରେ ସକାରାତ୍ମକ ଘଟଣା ଘଟିଛି। କିନ୍ତୁ ତଥାପି ବିପଦ ସଂପୂର୍ଣ୍ଣ ଭାବେ ଟଳନି। ସୀମାରେ ଏବେ ବି ବିପଦ ଆଶଙ୍କା ହ୍ରାସ ପାଇନାହିଁ।

ଆଜି ଭାରତ-ଚାଇନା ସୀମା ବିବାଦକୁ ନେଇ ଏପରି ବୟାନ ଦେଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରଭାଣେ। ଆଜି ଭାରତ ଓ ଚାଇନା ମଧ୍ୟରେ ୧୪ତମ କମାଣ୍ଡର ସ୍ତରୀୟ ଆଲୋଚନା ହେଉଛି। ଏହି ସମୟରେ ହିଁ ଜେନେରାଲ ନରଭାଣେ ଏହି ସୂଚନା ଦେଇଛନ୍ତି।

ସେନା ଦିବସ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, “୧୪ତମ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ବର୍ତ୍ତମାନ ଚାଲିଛି। ମୋର ଆଶା ଆଗାମୀ ଦିନରେ ଆହୁରି ସକାରାତ୍ମକ ଘଟଣା ସବୁ ଘଟିବ। କିନ୍ତୁ ଏବେ ସୀମାରେ ଆଶିଂକ ଡିସଏନଗେଜମେଣ୍ଟ ବା ସେନା ପ୍ରତ୍ୟାହାର ହୋଇଛି। ଏବେ ବି ବିଭିନ୍ନ ସ୍ଥାନରେ ଉଭୟ ଦେଶ ସୈନ୍ୟ ଠୁଳ କରି ରଖିଛନ୍ତି।

ସବୁ ପ୍ରକାରର ପରିସ୍ଥିତିର ମୁକାବିଲା କରିବାକୁ ଭାରତୀୟ ସେନା ପ୍ରସ୍ତୁତ। ଚାଇନା ସହ ଡିସଏନଗେଜମେଣ୍ଟ ହୋଇଥିଲେ ମଧ୍ୟ ବିପଦ ହ୍ରାସ ପାଇନି। ଚାଇନା ସୀମାରେ ସ୍ଥିତାବସ୍ଥା ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଭାରତୀୟ ଯବାନ ଏହାର ଉଚିତ ଜବାବ ଦେଇଛନ୍ତି।”

ସ୍ଥଳସେନା ମୁଖ୍ୟ କହିଛନ୍ତି, ଚାଇନା ସହ କୌଣସି ଯୁଦ୍ଧ ହେଲେ ଭାରତ ବିଜୟୀ ହେବ। ତେବେ ଯୁଦ୍ଧ ସବୁ କଥାର ଶେଷ ପରିଣତି। ଯୁଦ୍ଧ କିମ୍ବା ତିକ୍ତତା ସବୁ ବିଷୟରେ ଶେଷ ପରିଣତି। କିନ୍ତୁ ଯଦି ଏପରି ସ୍ଥିତି ସୃଷ୍ଟି ହୁଏ, ତା’ହେଲେ ଆମେ ହିଁ ଜିତିବୁ। ସୀମା ବିବାଦର ସମାଧାନ ପାଇଁ ଦୀର୍ଘ ମିଆଦି ଯୋଜନା କରିବାକୁ ପଡ଼ିବ। ଯଦି ଏପରି ନ ହୁଏ, ତା’ହେଲେ ଦ୍ୱିପାକ୍ଷିପ ସମ୍ପର୍କରେ ତିକ୍ତତା ଦେଖାଯିବ। ଆମେ ଆମ ସୀମାରେ ବେଶ ସୁଦୃଢ଼ ଭାବେ ରହିଛି। ଆଜିକା ଦିନରେ ରହିଥିବା ସ୍ଥିତାବସ୍ଥା ସବୁବେଳେ ରହିବ। ଆମେ ସବୁବେଳେ ସତର୍କ ହୋଇ ରହିଛୁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ସୀମାରେ ଭିତ୍ତିଭୂମିର ବିକାଶ କରାଯାଉଛି। ରାସ୍ତା ଓ ବ୍ରିଜ୍ ନିର୍ମାଣ ଚାଲିଛି। ଭବିଷ୍ୟତର ସମସ୍ତ ପ୍ରକାରର ଚ୍ୟାଲେଞ୍ଜ ପାଇଁ ଆମେ ଭଲ ଭାବରେ ପ୍ରସ୍ତୁତ। ୱେଷ୍ଟର୍ଣ୍ଣ ଫ୍ରଣ୍ଟରେ ଥିବା ବିଭିନ୍ନ ଲଞ୍ଚ ପ୍ୟାଡରେ ଆତଙ୍କବାଦୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ନିୟନ୍ତ୍ରଣ ରେଖା ଦେଇ ଅନୁପ୍ରବେଶ କରିବାକୁ ବାରମ୍ବାର ଚେଷ୍ଟା କରାଯାଉଛି ବୋଲି ସେନା ମୁଖ୍ୟ କହିଛନ୍ତି।

ଉତ୍ତର-ପୂର୍ବ ସୀମା ବିଷୟରେ ସେନା ମୁଖ୍ୟ ଜେନେରାଲ ନରଭାଣେ କହିଛନ୍ତି, “ଉତ୍ତର-ପୂର୍ବର ସୀମା ସ୍ଥିତି ନିୟନ୍ତ୍ରଣରେ ରହିଛି। ସେନାର ଅନେକ ଯବାନକୁ ପ୍ରତ୍ୟାହାର କରାଯାଇଛି। ଏବେ ଇଣ୍ଡୋ-ମିଆଁମାର ସୀମାରେ ଆସାମ ରାଇଫଲ୍ସ ବାଟାଲିୟନ ସଂଖ୍ୟା ବୃଦ୍ଧି କରିବା ଉପରେ ବିଚାର କରାଯାଉଛି।

ଲଦାଖ ସମେତ ସମଗ୍ର ଉତ୍ତର ଫ୍ରଣ୍ଟରେ ଆମେ ଭିତ୍ତିଭୂମି, ଅସ୍ତ୍ରଶସ୍ତ୍ରର ଓ ଯବାନଙ୍କ କ୍ଷମତା ବୃଦ୍ଧି କରିଛୁ। ଚାଇନା ସହ ବିବାଦର ସମାଧାନ କରିବାକୁ ଅନେକ ରାଉଣ୍ଡର ଆଲୋଚନା ଶେଷ ହୋଇଛି। ଏବେ ବି ଆଲୋଚନା ଚାଲିଛି। କିନ୍ତୁ ପ୍ରତ୍ୟେକ ଆଲୋଚନା ସଫଳ ହେବ ବୋଲି ଆଶା କରିବା ଠିକ୍ ନୁହେଁ।

ଏବେ PP-15 ଉପରେ ଫୋକସ କରାଯାଉଛି। ଏହାପରେ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ। ପିପି-୧୫ରୁ ଡିସଏନଗେଜମେଣ୍ଟ ଖୁବଶୀଘ୍ର ହେବ ବୋଲି ଆଶା ରଖିଛୁ। ସୀମାର ସ୍ଥିତାବସ୍ଥାରେ କୌଣସି ପରିବର୍ତ୍ତନକୁ କେବେ ହେଲେ ଗ୍ରହଣ କରାଯିବନି। ବିବାଦ ସଂପୂର୍ଣ୍ଣ ଭାବେ ହ୍ରାସ ପାଇଲେ ସେନା ପ୍ରତ୍ୟାହାର କରାଯିବ ବୋଲି ସେ କହିଛନ୍ତି।

ଅରୁଣାଚଳ ପ୍ରଦେଶ ସୁବାନସିରିରେ ଚାଇନା କରୁଥିବା ନିର୍ମାଣ କାମ ସମ୍ପର୍କରେ ମଧ୍ୟ ଜେନେରାଲ ନରଭାଣେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଆମ ସ୍ଥିତାବସ୍ଥା ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି। ଚାଇନିଜ ପିଏଲଏ ବାରମ୍ବାର ନିର୍ଦ୍ଧାରିତ ସୀମାକୁ ଉଲ୍ଲଙ୍ଘନ କରୁଛି। ଏହାକୁ ନେଇ ଭିନ୍ନଭିନ୍ନ ଆକଳନ କରାଯାଉଥିବାରୁ ଏପରି ସ୍ଥିତି ଦେଖିବାକୁ ମିଳୁଛି।

ସୀମା ପ୍ରସଙ୍ଗକୁ ଦେଖିଲେ ଏହା ନିଶ୍ଚିତ ସମାଧାନ ହେବ। ଆମ ସୀମାରେ ଆମେ ଦୃଢ଼ ସ୍ଥିତିରେ ରହିଛୁ। ସୀମାରେ କୌଣସି ପ୍ରକାରର ସ୍ଥିତାବସ୍ଥାକୁ ପରିବର୍ତ୍ତନ କରିବାକୁ ଦିଆଯିବନି। ଏଥିପାଇଁ ଯବାନମାନେ ସବୁବେଳେ ସଜାଗ ହୋଇ ରହିଛନ୍ତି।”

ଉଭୟ ଚାଇନା ଓ ପାକିସ୍ତାନ ପଟୁ ଥିବା ବିପଦର ମୁକାବିଲା କରିବା ପାଇଁ ଭାରତୀୟ ସେନା ସବୁ ପ୍ରକାରର ପ୍ରସ୍ତୁତି କରି ସାରିଥିବା ମଧ୍ୟ ସେ କହିଛନ୍ତି।

Related story