ଆରମ୍ଭରୁ ସିନ୍ଧେଙ୍କ ୩ କ୍ୟାବିନେଟ ସଦସ୍ୟଙ୍କୁ ନେଇ ବିବାଦ, ଉଠିଲା ପ୍ରଶ୍ନ

ମୁମ୍ବାଇ: ବିଜେପି ସମର୍ଥନରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ହୋଇଥିବା ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଧେ ଆଜି ତାଙ୍କ କ୍ୟାବିନେଟକୁ ସଂପ୍ରସାରଣ କରିଛନ୍ତି। ଆଜି ତାଙ୍କ ଟିମ୍‌ରେ ୧୮ ଜଣ ସଦସ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଏହି ୧୮ ଜଣିଆ ଟିମ୍‌ରେ କୌଣସି ମହିଳା ନାହାନ୍ତି। ସେହିପରି ଏମିତି ୩ ଜଣ ସଦସ୍ୟ ରହିଛନ୍ତି, ଯାହାଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି। ସିନ୍ଧେଙ୍କୁ ସମର୍ଥନ କରୁଥିବା ବିଜେପିର କିଛି ନେତା ମଧ୍ୟ ଖୋଲାଖୋଲି ଭାବେ କ୍ୟାବିନେଟ […]

BJP1

  • Published: Tuesday, 09 August 2022
  • , Updated: 09 August 2022, 06:11 PM IST

ମୁମ୍ବାଇ: ବିଜେପି ସମର୍ଥନରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ହୋଇଥିବା ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଧେ ଆଜି ତାଙ୍କ କ୍ୟାବିନେଟକୁ ସଂପ୍ରସାରଣ କରିଛନ୍ତି। ଆଜି ତାଙ୍କ ଟିମ୍‌ରେ ୧୮ ଜଣ ସଦସ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଏହି ୧୮ ଜଣିଆ ଟିମ୍‌ରେ କୌଣସି ମହିଳା ନାହାନ୍ତି। ସେହିପରି ଏମିତି ୩ ଜଣ ସଦସ୍ୟ ରହିଛନ୍ତି, ଯାହାଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି।

ସିନ୍ଧେଙ୍କୁ ସମର୍ଥନ କରୁଥିବା ବିଜେପିର କିଛି ନେତା ମଧ୍ୟ ଖୋଲାଖୋଲି ଭାବେ କ୍ୟାବିନେଟ ସଦସ୍ୟ ଚୟନକୁ ନେଇ ଆପତ୍ତି ଉଠାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କ୍ୟାବିନେଟରେ ଥିବା ସଞ୍ଜୟ ରାଥୋଡଙ୍କୁ ନେଇ ଅଧିକ ବିବାଦ ଦେଖାଯାଇଛି। କାରଣ ସେ ଜଣେ ମହିଳାଙ୍କ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ଥିଲେ। ଏଥିପାଇଁ ଏକଦା ବିଧାନସଭା ଉଠିଥିଲା ପଡ଼ିଥିଲା। ବିଜେପି ମଧ୍ୟ ତାଙ୍କ ଗିରଫ ଦାବି କରିଥିଲା। କିନ୍ତୁ ଏବେ ବିଜେପି ସମର୍ଥିତ ସରକାରରେ ସେ ମନ୍ତ୍ରୀ ପଦ ପାଇଛନ୍ତି।

ସଞ୍ଜୟ ରାଥୋଡ ଶିବସେନାର ବିଧାୟକ। ସେ ଉଦ୍ଧବ ଠାକରେଙ୍କ ସରକାରରେ ମଧ୍ୟ ଜଙ୍ଗଲ ମନ୍ତ୍ରୀ ଥିଲେ। ଜଣେ ମହିଳା ଆତ୍ମହତ୍ୟା କରିବା ଘଟଣାରେ ସେ ଅଭିଯୁକ୍ତ ଥିବାରୁ ବିଜେପି ତାଙ୍କୁ ବିରୋଧ କରିଥିଲେ। ସେତେବେଳେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ ମଧ୍ୟ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇଥିଲେ।

ବିବାଦ ବଢ଼ିବାରୁ କାରଣରୁ ରାଥୋଡଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଏବେ ସେ ମନ୍ତ୍ରୀ ପଦ ପାଇଥିବାରୁ ମହାରାଷ୍ଟ୍ର ବିଜେପିର ଉପ ମୁଖ୍ୟ ଚିତ୍ରା କିଶୋର ୱାଘ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି,“ମହାରାଷ୍ଟ୍ରର ଝିଅ ପୂଜା ଚୌହାନଙ୍କ ମୃତ୍ୟୁ ପାଇଁ ଦାୟୀ ସଞ୍ଜୟ ରାଥୋଡଙ୍କୁ ପୁଣିଥରେ ମନ୍ତ୍ରୀ ପଦ ଦେବା ଦୁର୍ଭାଗ୍ୟର ବିଷୟ। ମୁଁ ତାଙ୍କ ବିରୋଧରେ ମୋର ଲଢ଼େଇ ଜାରି ରଖିବି।”

ତେବେ ସିନ୍ଧେ ଖୋଲାଖୋଲି ଭାବେ ସଞ୍ଜୟଙ୍କୁ ସମର୍ଥନ କରିଛନ୍ତି। ପୂରା ମାମଲାରେ ସଞ୍ଜୟ କ୍ଲିନଚିଟ ପାଇଥିବାରୁ ତାଙ୍କୁ ମନ୍ତ୍ରୀ ପଦ ମିଳିବାରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।


ଟିଚର୍ସ ଏଲିଜିବିଲିଟ ଟେଷ୍ଟ(ଟିଇଟି) ୨୦୧୯-୨୦ରେ ହୋଇଥିବା ରିଗିଂ ଘଟଣାରେ ୭୮୮୦ ଜଣ ଆଶାୟୀଙ୍କ ନାଁକୁ ବ୍ୟାନ କରାଯାଇଥିଲା। ଏହି ତାଲିକାରେ ଅବଦୁଲ ସତ୍ତାରଙ୍କ ୩ ଝିଅ ଓ ପୁଅଙ୍କ ନାଁ ରହିଥିଲା। ଅର୍ଥାତ ଏମାନେ ବି ରିଗିଂ କରିଥିଲେ। ଏହାକୁ ନେଇ ସତ୍ତାର ବେଶ ସମାଲୋଚନାର ଶିକାର ହୋଇଥିଲେ।

ମନ୍ତ୍ରୀ ଓ ବିଜେପି ନେତା ବିଜୟ କୁମାର ଗାବିତ ୫ ବର୍ଷ ତଳେ ଦୁର୍ନୀତି ଓ ଅନିୟମିତତା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୦୪ରୁ ୨୦୦୯ ଯାଏ ସେ ଆଦିବାସ ବିକାଶ ମନ୍ତ୍ରୀ ରହିଥିଲେ। ଏହି ସମୟରେ ବ୍ୟାପକ ଦୁର୍ନୀତି କରିଥିଲେ। ତାଙ୍କୁ ଏବେ ସିନ୍ଧେଙ୍କ ଟିମରେ ସାମିଲ କରାଯାଇଛି।

Related story