ପ୍ରତିଶୋଧ ପାଇଁ ପିଏଫଆଇ ନେତାଙ୍କୁ ହତ୍ୟା, ବନ୍ଧା ହେଲେ ୩ ଆରଏସଏସ କର୍ମୀ

ପାଲକ୍କଡ: ବନ୍ଧୁ ହତ୍ୟାର ପ୍ରତିଶୋଧ ନେବାକୁ ହତ୍ୟାକାରୀ ସାଜିଥିବା ଆରଏସଏସ୍‌ର ୩ ଜଣ କର୍ମୀଙ୍କୁ ବାନ୍ଧିଛି ପୁଲିସ। ଏମାନେ କେରଳ ପାଲକ୍କଡରେ ପିଏଫଆଇର ଜଣେ ନେତାଙ୍କୁ ହତ୍ୟା କରିଥିଲେ। ଏପ୍ରିଲ ୧୫ରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଆଜି ସମସ୍ତଙ୍କୁ ପୁଲିସ ଗିରଫ କରିବାରେ ସମର୍ଥ ହୋଇଛି। ଗିରଫ ୩ ଆରଏସଏସ୍‌ କର୍ମୀଙ୍କ ଜଣେ ବନ୍ଧୁଙ୍କୁ ଗତବର୍ଷ ନଭେମ୍ବର ମାସରେ ପାଲକ୍କଡ ଠାରେ ହତ୍ୟା କରାଯାଇଥିଲା। ଏଡିଜିପି(ଆଇନ ଶୃଙ୍ଖଳା) ବିଜୟ ସଖାରେ କହିଛନ୍ତି, ଗିରଫ ରମେଶ, ଅରୁମୁଘା ଓ […]

RSS

Hemant Lenka
  • Published: Tuesday, 19 April 2022
  • , Updated: 19 April 2022, 04:35 PM IST

ପାଲକ୍କଡ: ବନ୍ଧୁ ହତ୍ୟାର ପ୍ରତିଶୋଧ ନେବାକୁ ହତ୍ୟାକାରୀ ସାଜିଥିବା ଆରଏସଏସ୍‌ର ୩ ଜଣ କର୍ମୀଙ୍କୁ ବାନ୍ଧିଛି ପୁଲିସ। ଏମାନେ କେରଳ ପାଲକ୍କଡରେ ପିଏଫଆଇର ଜଣେ ନେତାଙ୍କୁ ହତ୍ୟା କରିଥିଲେ। ଏପ୍ରିଲ ୧୫ରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଆଜି ସମସ୍ତଙ୍କୁ ପୁଲିସ ଗିରଫ କରିବାରେ ସମର୍ଥ ହୋଇଛି। ଗିରଫ ୩ ଆରଏସଏସ୍‌ କର୍ମୀଙ୍କ ଜଣେ ବନ୍ଧୁଙ୍କୁ ଗତବର୍ଷ ନଭେମ୍ବର ମାସରେ ପାଲକ୍କଡ ଠାରେ ହତ୍ୟା କରାଯାଇଥିଲା।

ଏଡିଜିପି(ଆଇନ ଶୃଙ୍ଖଳା) ବିଜୟ ସଖାରେ କହିଛନ୍ତି, ଗିରଫ ରମେଶ, ଅରୁମୁଘା ଓ ସରବାନନ ହେଉଛନ୍ତି ଆରଏସଏସର କର୍ମୀ। ୩ ଜଣ ଯାକ ପିଏଫଆଇ ନେତା ସୁବାରୀ(୪୩)ଙ୍କ ହତ୍ୟାକାଣ୍ଡରେ ସିଧାସଳଖ ସଂପୃକ୍ତ ଥିଲେ। ଗତବର୍ଷ ନଭେମ୍ବରରେ ଏଠାରେ ଆରଏସଏସ୍‌ ନେତା ସଞ୍ଜୀତଙ୍କୁ ହତ୍ୟା କରାଯାଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ରମେଶ, ଅରୁମୁଘା ଓ ସରବାନନ ମିଳିତ ଭାବେ ସୁବାରୀଙ୍କୁ ହତ୍ୟା କରିଛନ୍ତି।

ଏମାନଙ୍କ ମଧ୍ୟରୁ ରମେଶ ହେଉଛି ମୃତ ସଞ୍ଜୀତଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲା। ଯଦି କେତେବେଳେ ବି ସଞ୍ଜୀତଙ୍କ ସହ କିଛି ବି ଅଘଟଣ ଘଟେ, ତା’ହେଲେ ଏଥିପାଇଁ ସୁବାରୀ ହିଁ ଦାୟୀ ରହିବେ ବୋଲି ୩ ଜଣ ଯାକ ଏକଦା କହିଥିଲେ। ତେବେ ସଞ୍ଜୀତଙ୍କ ହତ୍ୟାକାଣ୍ଡ ଘଟଣାର ତଦନ୍ତ ବେଳେ ସୁବାରୀଙ୍କ ଭୂମିକା ଆଦୌ ସାମ୍ନାକୁ ଆସି ନଥିଲା।

ହେଲେ ରମେଶ ତଦନ୍ତରେ ସନ୍ତୁଷ୍ଟ ନ ହୋଇ ସୁବାରୀଙ୍କୁ ମାରିବାକୁ ଯୋଜନା କରିଥିଲା। ପୂର୍ବରୁ ଅନେକ ଥର ୩ ଜଣ ଯାକ ମିଳିତ ଭାବେ ସୁବାରୀଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ ହେଁ ସଫଳତା ପାଇ ନଥିଲା। କିନ୍ତୁ ଏପ୍ରିଲ ୧୫ ତାରିଖ ରାତିରେ ସେମାନେ ସୁବାରୀଙ୍କୁ ହତ୍ୟା କରିବାକୁ ସକ୍ଷମ ହୋଇଥିବା ଏଡିଜିପି ବିଜୟ କହିଛନ୍ତି। ଏହି ଘଟଣା ପଛରେ ଆଉ କିଛି ଷଡ଼ଯନ୍ତ୍ର ରହିଛି କି ନାହିଁ, ତା’ର ଯାଞ୍ଚ ଏବେ ପୁଲିସ୍‌ କରୁଛି।

ସୁବାରୀଙ୍କ ହତ୍ୟାର ୨୪ ଘଣ୍ଟା ପରେ ଅନ୍ୟତମ ଆରଏସଏସ୍‌ ନେତା ଏସକେ ଶ୍ରୀନିବାସନଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ୍‌ ଏହି ହତ୍ୟାକାଣ୍ଡରେ ଥିବା ଲୋକଙ୍କୁ ଧରିବାକୁ ପ୍ରୟାସ ଚଳାଇଥିବା ଆଜି ବିଜୟ କହିଛନ୍ତି।

Related story