୧୦୦ ଟଙ୍କା ଟପିଲା ଟମାଟୋ, ଖାଉଟି ମୁଣ୍ଡରେ ଚଡ଼କ

ନୂଆଦିଲ୍ଲୀ: ପେଟ୍ରୋଲ ଭଳି ଟମାଟୋର କେଜି ପିଛା ଦାମ ୧୦୦ ଟଙ୍କା ପାର କରିଛି। ପ୍ରତିବର୍ଷ ଶୀତ ଦିନେ ଟମାଟୋ କେଜି ପିଛା ୨୦ ଟଙ୍କାରେ ବିକ୍ରି ହୋଇଥାଏ। କିନ୍ତୁ ଏବର୍ଷ ସ୍ଥିତି ବଦଳି ଯାଇଛି। ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକା ଓ ତାମିଲନାଡୁରେ ବର୍ଷା ବିତ୍ପାତ୍ତ ଯୋଗୁ ଟମାଟୋ କେଜି ପିଛା ୧୦୦ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି। ଅଧିକାଂଶ ଦକ୍ଷିଣପୂର୍ବ ରାଜ୍ୟରେ ଟମାଟୋର ଚଢ଼ା ଦରକୁ ନେଇ ଖାଉଟି ଚିନ୍ତାରେ ପଡ଼ିଛନ୍ତି। ଚେନ୍ନାଇ ସ୍ଥିତି […]

Tamato

Hemant Lenka
  • Published: Tuesday, 23 November 2021
  • , Updated: 23 November 2021, 06:04 PM IST

ନୂଆଦିଲ୍ଲୀ: ପେଟ୍ରୋଲ ଭଳି ଟମାଟୋର କେଜି ପିଛା ଦାମ ୧୦୦ ଟଙ୍କା ପାର କରିଛି। ପ୍ରତିବର୍ଷ ଶୀତ ଦିନେ ଟମାଟୋ କେଜି ପିଛା ୨୦ ଟଙ୍କାରେ ବିକ୍ରି ହୋଇଥାଏ। କିନ୍ତୁ ଏବର୍ଷ ସ୍ଥିତି ବଦଳି ଯାଇଛି। ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକା ଓ ତାମିଲନାଡୁରେ ବର୍ଷା ବିତ୍ପାତ୍ତ ଯୋଗୁ ଟମାଟୋ କେଜି ପିଛା ୧୦୦ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି।

ଅଧିକାଂଶ ଦକ୍ଷିଣପୂର୍ବ ରାଜ୍ୟରେ ଟମାଟୋର ଚଢ଼ା ଦରକୁ ନେଇ ଖାଉଟି ଚିନ୍ତାରେ ପଡ଼ିଛନ୍ତି। ଚେନ୍ନାଇ ସ୍ଥିତି ସବୁଠାରୁ ଅଧିକ ଖରାପ ରହିଛି। ଏଠାରେ ଟମାଟୋକୁ ଲୋକମାନେ ସବୁ ଖାଦ୍ୟରେ ବ୍ୟବହାର କରନ୍ତି। ଚଳିତ ମାସରେ ଚେନ୍ନାଇରେ ଟମାଟୋର ଦାମ ୪୦ ଟଙ୍କା ଥିଲା। ହେଲେ ଏବେ ଏହା ୧୪୦ ଟଙ୍କାରେ ପହଞ୍ଚି ଯାଇଛି।

କେବଳ ଟମାଟୋ ନୁହେଁ କ୍ୟାପସିକମ ଓ ପିଆଜ ଭଳି ସାମଗ୍ରୀର ଦାମ ମଧ୍ୟ ହଠାତ୍‌ ବୃଦ୍ଧି ପାଇଛି। ଆନ୍ଧ୍ର ପ୍ରଦେଶରେ ସୁବଠାରୁ ଅଧିକ ଟମାଟୋ ଉତ୍ପାଦନ ହୁଏ। ହେଲେ ଏଠାରେ ଟମାଟୋର କେଜି ପିଛା ଦାମ ୧୦୦ ଟଙ୍କା ଛୁଇଁଛି। ଆଗକୁ ମଧ୍ୟ ଏହାର ଦାମ ଆହୁରି ବଢ଼ିବ ବୋଲି ବ୍ୟବସାୟୀମାନେ ଆଶଙ୍କା କରିଛନ୍ତି।

ଟମାଟୋ ଅଧିକ ଉତ୍ପାଦିତ ହେଉଥିବା ସ୍ଥାନଗୁଡ଼ିକରେ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ସେହିପରି ଡିଜେଲର ଲିଟର ପିଛା ଦାମ ମଧ୍ୟ ଅଧିକ ରହିଛି। ଏଥିପାଇଁ ଟମାଟୋର ଦାମ ବୃଦ୍ଧି ପାଇଥିବା ବ୍ୟବସାୟୀମାନେ କହିଛନ୍ତି।

ଆନ୍ଧ୍ର ପ୍ରଦେଶର ପ୍ରାୟ ୫୮୦୦୦ ହେକ୍ଟର ଅଞ୍ଚଳରେ ଟମାଟୋ ଚାଷ ହୋଇଥାଏ। ରାଜ୍ୟର ଚାଷୀମାନେ ୨୬.୬୭ ଲକ୍ଷ ମେଟ୍ରିକ ଟନ୍‌ ଟମାଟୋ ଉତ୍ପାଦନ କରନ୍ତି। ଚିତ୍ତୋରରେ ଥିବା ମଦନାପାଲ୍ଲେ ହେଉଛି ସବୁ ଠାରୁ ବଡ଼ ଟମାଟୋ ମାର୍କେଟ। କିନ୍ତୁ ଚଳିତ ବର୍ଷ ଯୋଗୁ ଚିତ୍ତୋର ଓ ପଡ଼ୋଶୀ ଅନନ୍ତପୁରରେ ଭୟଙ୍କର ବନ୍ୟା ଦେଖାଯାଇଛି। ଏଠାରେ ହୋଇଥିବା ଟମାଟୋ ଚାଷ ସଂପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି। ଏହାର ପ୍ରଭାବ ଟମାଟୋ ଯୋଗାଣ ଓ ମାର୍କେଟ ଉପରେ ପଡ଼ିଛି।

ବର୍ତ୍ତମାନ ମହାରାଷ୍ଟ୍ରର ସୋଲାପୁର ଓ କର୍ଣ୍ଣାଟକାର ଚିକବୁଲ୍ଲାପୁରରୁ ଟମାଟୋ ଆସୁଛି। ଚେନ୍ନାଇରେ ଟମାଟୋର ଯୋଗାଣ ହ୍ରାସ ପାଇଛି। ସେହିପରି ଅଲଲାଇନେ ପରିବା ବିକ୍ରି କରୁଥିବା ପ୍ଲାଟଫର୍ମଗୁଡ଼ିକ ଟମାଟୋକୁ ଗଚ୍ଛିତ କରି ରଖିଛନ୍ତି। ଫଳରେ ଏହାର ଦାମ ବଢ଼ୁଥିବା ବ୍ୟବସାୟୀମାନେ କହିଛନ୍ତି। ଏଠାରେ କ୍ୟାପସିକମର ଦାମ କେଜି ପିଛା ୧୦୦ରୁ ୧୨୦ ଟଙ୍କା ଥିବା ବେଳେ ପିଆଜ ଦାମ ମଧ୍ୟ ୫୦ ଟଙ୍କା ଛୁଇଁଛି।

Related story