ମିନି ସେକ୍ରେଟେରିଏଟ ଘେରାଉ ପାଇଁ ଯାଉଥିବା ଚାଷୀ ନେତାଙ୍କୁ ଅଟକ ରଖିଲା ପୁଲିସ୍

ନୂଆଦିଲ୍ଲୀ: ଦିନକୁ ଦିନ ଚାଷୀଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଆଜି ଶତାଧିକ ଚାଷୀ ହରିଆଣାର କର୍ଣ୍ଣାଲ ଠାରେ ଏକାଠି ହୋଇ ଜିଲ୍ଲାର ଅଫିସଗୁଡ଼ିକ ଘେରାଉ କରିବାକୁ ବାହାରିଛନ୍ତି। ଏଥିସହ ସେମାନେ ଅଗଷ୍ଟ ୨୮ରେ ଚାଷୀଙ୍କ ଉପରେ ପୁଲିସ୍‌ କରିଥିବା ଲାଠି ଚାର୍ଜର ବିରୋଧ କରିଛନ୍ତି। ଆଜି ଚାଷୀମାନେ ଏକାଠି ମହାପଞ୍ଚାୟତ କରିବା ପରେ ଏପରି ଘେରାଉ ପାଇଁ ଶୋଭାଯାତ୍ରାରେ ବାହାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୁଲିସ୍‌ ଚାଷୀନେତାମାନଙ୍କୁ ଅଟକ ରଖିଛି। ଫଳରେ ବିଭିନ୍ନ ସ୍ଥାନରେ ଉତ୍ତେଜନା […]

Farmer

Hemant Lenka
  • Published: Tuesday, 07 September 2021
  • , Updated: 07 September 2021, 06:19 PM IST

ନୂଆଦିଲ୍ଲୀ: ଦିନକୁ ଦିନ ଚାଷୀଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଆଜି ଶତାଧିକ ଚାଷୀ ହରିଆଣାର କର୍ଣ୍ଣାଲ ଠାରେ ଏକାଠି ହୋଇ ଜିଲ୍ଲାର ଅଫିସଗୁଡ଼ିକ ଘେରାଉ କରିବାକୁ ବାହାରିଛନ୍ତି। ଏଥିସହ ସେମାନେ ଅଗଷ୍ଟ ୨୮ରେ ଚାଷୀଙ୍କ ଉପରେ ପୁଲିସ୍‌ କରିଥିବା ଲାଠି ଚାର୍ଜର ବିରୋଧ କରିଛନ୍ତି।

ଆଜି ଚାଷୀମାନେ ଏକାଠି ମହାପଞ୍ଚାୟତ କରିବା ପରେ ଏପରି ଘେରାଉ ପାଇଁ ଶୋଭାଯାତ୍ରାରେ ବାହାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୁଲିସ୍‌ ଚାଷୀନେତାମାନଙ୍କୁ ଅଟକ ରଖିଛି। ଫଳରେ ବିଭିନ୍ନ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇବାର ଆଶଙ୍କା ପ୍ରକାଶ ପାଇଛି।

ଚାଷୀ ନେତାଙ୍କୁ ପୁଲିସ୍ ଅଟକ ରଖିଥିବା ସମ୍ପର୍କରେ ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବ ଟ୍ୱିଟ କରିଛନ୍ତି।

ହରିଆଣା ପୁଲିସ୍‌ ଭାରତୀୟ କିଷାନ ୟୁନିୟନ(ବିକେୟୁ) ନେତା ରାକେଶ ଟିକାୟତଙ୍କ ସମେତ ଅନେକ ଚାଷୀ ନେତାଙ୍କୁ ଅଟକ ରଖିଛି। ଏହାପୂର୍ବରୁ ଶୋଭାଯାତ୍ରାର ଅନୁମତି ପାଇଁ ୧୧ ଜଣ ଚାଷୀ ନେତା ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲା। କିନ୍ତୁ ଏହି ଆଲୋଚନା ଫେଲ ମାରିବାରୁ ଶତାଧିକ ଚାଷୀ ମିନି ସେକ୍ରେଟେରିଏଟ ଘେରାଉ କରିବାକୁ ବାହାରିଛନ୍ତି।

ଟିକାୟତ ଓ ଯୋଗେନ୍ଦ୍ର ଯାଦବ ମଧ୍ୟ ଉକ୍ତ ବୈଠକରେ ଉପସ୍ଥିତ ଥିଲେ। ଶୋଭାଯାତ୍ରାର ଅନୁମତିକୁ ନେଇ ସରକାରଙ୍କ ସହ କୌଣସି ଆଲୋଚନା ସମ୍ଭବ ହୋଇପାରିନି ବୋଲି ଟିକାୟତ କହିଥିଲେ।

ଅନ୍ୟପକ୍ଷରେ ସରକାର ଚାଷୀଙ୍କ ଶୋଭାଯାତ୍ରାକୁ ଅନୁମତି ଦେବାକୁ ମନା କରିବା ସହ ସେମାନଙ୍କୁ ଅଟକାଇବା ପାଇଁ ୪୦ କମ୍ପାନୀ ଫୋର୍ସ ନିଯୁକ୍ତ କରିଛନ୍ତି। ୫ ଜିଲ୍ଲାରେ ମୋବାଇଲ ଓ ଇଣ୍ଟନେଟ ସେବାକୁ ବନ୍ଦ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍‌ କରି ଚାଷୀଙ୍କୁ ଅଟକାଇବା ପାଇଁ ଚେଷ୍ଟା କରାଯାଉଛି। ବିଭିନ୍ନ ସ୍ଥାନରେ ଚାଷୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଡ୍ରୋନ୍‌ କ୍ୟାମେରାର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଅଗଷ୍ଟ ୨୮ରେ ଚାଷୀମାନେ କର୍ଣ୍ଣାଲରେ ବିରୋଧ କରୁଥିବା ବେଳେ ପୁଲିସ୍‌ ସେମାନଙ୍କ ଉପରେ ଲାଠିଚାର୍ଜ କରାଯାଇଥିଲେ। ଏଥିରେ ସୁଶୀଲ କାଜଲ ନାମକ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାକେଶ ଟିକାୟତ ଆଜିର ଶୋଭାଯାତ୍ରା ଓ ମହାପଞ୍ଚାୟତ ସୁଶୀଲଙ୍କୁ ନ୍ୟାୟ ଦେବା ପାଇଁ ଆୟୋଜନ କରାଯାଉଛି। ସମସ୍ତ ଚାଷୀଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରିବାକୁ ଶ୍ରୀ ଟିକାୟତ ନିବେଦନ କରିଛନ୍ତି।

Related story