ଲ୍ୟାଣ୍ଡଫଲ କରିବାର ତିନି ଘଣ୍ଟା ପରେ ଦୁର୍ବଳ ହେଲା ତଉକତେ

ଅହମଦାବାଦ: ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ବାତ୍ୟା ତଉକତେ ଗୁଜରାଟରେ ଲ୍ୟାଣ୍ଡଫଲ କରିଛି। ପାଖାପାଖି ତିନି ଘଣ୍ଟା ଧରି ପ୍ରବଳ ବେଗରେ ପବନ ସହିତ ବର୍ଷା ହୋଇଛି। ଏହାର ପ୍ରଭାବରେ ଗଛ ଉପୁଡ଼ିଯିବା ସହିତ ବିଦ୍ୟୁତ୍ ସରବରାହ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଆଇଏମଡି ଅନୁଯାୟୀ, ଏହି ଘୂର୍ଣ୍ଣିବଳୟ ରାତି ୮ଟା ୩୦ରେ ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା। ପାଖାପାଖି ତିନି ଘଣ୍ଟା ଧରି ଏହାର ପ୍ରଭାବ ରହିଥିଲା। ଆଉ ରାତି ୧୧ଟା ପରେ ଏହା […]

taukate

Subhransu Sekhar
  • Published: Tuesday, 18 May 2021
  • , Updated: 18 May 2021, 01:23 AM IST

ଅହମଦାବାଦ: ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ବାତ୍ୟା ତଉକତେ ଗୁଜରାଟରେ ଲ୍ୟାଣ୍ଡଫଲ କରିଛି। ପାଖାପାଖି ତିନି ଘଣ୍ଟା ଧରି ପ୍ରବଳ ବେଗରେ ପବନ ସହିତ ବର୍ଷା ହୋଇଛି। ଏହାର ପ୍ରଭାବରେ ଗଛ ଉପୁଡ଼ିଯିବା ସହିତ ବିଦ୍ୟୁତ୍ ସରବରାହ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।

ଆଇଏମଡି ଅନୁଯାୟୀ, ଏହି ଘୂର୍ଣ୍ଣିବଳୟ ରାତି ୮ଟା ୩୦ରେ ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା। ପାଖାପାଖି ତିନି ଘଣ୍ଟା ଧରି ଏହାର ପ୍ରଭାବ ରହିଥିଲା। ଆଉ ରାତି ୧୧ଟା ପରେ ଏହା ସୌରାଷ୍ଟ୍ର ଅତିକ୍ରମ କରିଥିବା ସୂଚନା ରହିଛି। ଏବେ ଏହି ତଉକତେ ଦୁର୍ବଳ ହୋଇଯାଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ।

https://twitter.com/Indiametdept/status/1394373845545492481?s=20

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଗାନ୍ଧିନଗରରେ ପହଞ୍ଚି ପ୍ରଭାବିତ ଅଞ୍ଚଳ ବାବଦରେ ସମୀକ୍ଷା କରିଥିଲେ।

ଲ୍ୟାଣ୍ଡଫଲ ପୂର୍ବରୁ ଗୋଆ ଏବଂ ମୁମ୍ୱାଇରେ ପ୍ରବଳ ବର୍ଷା ହୋଇଥିଲା। ପ୍ରଭାବରେ ଅନେକ ଘଣ୍ଟା ଧରି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ବିମାନବନ୍ଦର ବନ୍ଦ ରହିଥିଲା। ପରେ ରାତି ୧୦ଟା ପରେ ପୁନଃ ବିମାନ ବନ୍ଦର କାର୍ଯ୍ୟକ୍ଷମ ହୋଇଥିବା ସୂଚନା ରହିଛି। ସୋମବାର ମହାରାଷ୍ଟ୍ରରେ ଏହି ତଉକତେ ପ୍ରଭାବରେ ଖବର ଲେଖା ହେବା ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଥିଲେ।

ସୂଚନାଯୋଗ୍ୟ, ଗୁଜରାଟ ଅଭିମୁଖେ ତଉକତେ ଯାଉଥିବା ବେଳେ ମୁମ୍ବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା। ଗୋଆ ଠାରୁ ଗୁଜରାଟ ଯାଏ ସମୁଦ୍ର ଅଶାନ୍ତ ହୋଇ ଉଠିଥିଲା।

Related story