ଭାରତରେ ଟ୍ୱିଟର ବ୍ଲୁ-ଟିକ୍‌ ପାଇଁ ଦେୟ ଧାର୍ଯ୍ୟ ହୋଇନି, ଖୁବଶୀଘ୍ର ସ୍ପଷ୍ଟ ହେବ

ନୂଆଦିଲ୍ଲୀ: ଟ୍ୱିଟର ବ୍ୟବହାରକାରୀଙ୍କୁ ଖୁବଶୀଘ୍ର ନୀଳ ଏବଂ ଧଳା ଟିକ୍ ପାଇଁ ଦେୟ ଦେବାକୁ ପଡିବ। ଗତ ସପ୍ତାହରେ କମ୍ପାନୀର ଏକମାତ୍ର ବୋର୍ଡ ସଦସ୍ୟ ତଥା ଟ୍ୱିଟର ମାଲିକ ଏଲନ୍‌ ମସ୍କ ବ୍ଲୁ-ଟିକ୍ ପାଇଁ ଦେୟ ନିଶ୍ଚିତ କରିଛନ୍ତି। ଯେଉଁ ଉପଭୋକ୍ତାମାନେ ବ୍ଲୁ ଟିକ୍ ଆବଶ୍ୟକ କରିବେ ସେମାନଙ୍କୁ ପ୍ରତି ମାସରେ ୮ ଡଲାର ଦେବାକୁ ପଡିବ। ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟର ଏହି ୮ ଡଲାର  ସବସ୍କ୍ରିପସନ୍ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ବିବରଣୀ ସ୍ପଷ୍ଟ କରାଯାଇ ନାହିଁ।  କେବଳ […]

twitter

  • Published: Sunday, 06 November 2022
  • , Updated: 06 November 2022, 03:44 PM IST

ନୂଆଦିଲ୍ଲୀ: ଟ୍ୱିଟର ବ୍ୟବହାରକାରୀଙ୍କୁ ଖୁବଶୀଘ୍ର ନୀଳ ଏବଂ ଧଳା ଟିକ୍ ପାଇଁ ଦେୟ ଦେବାକୁ ପଡିବ। ଗତ ସପ୍ତାହରେ କମ୍ପାନୀର ଏକମାତ୍ର ବୋର୍ଡ ସଦସ୍ୟ ତଥା ଟ୍ୱିଟର ମାଲିକ ଏଲନ୍‌ ମସ୍କ ବ୍ଲୁ-ଟିକ୍ ପାଇଁ ଦେୟ ନିଶ୍ଚିତ କରିଛନ୍ତି। ଯେଉଁ ଉପଭୋକ୍ତାମାନେ ବ୍ଲୁ ଟିକ୍ ଆବଶ୍ୟକ କରିବେ ସେମାନଙ୍କୁ ପ୍ରତି ମାସରେ ୮ ଡଲାର ଦେବାକୁ ପଡିବ। ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟର ଏହି ୮ ଡଲାର  ସବସ୍କ୍ରିପସନ୍ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ବିବରଣୀ ସ୍ପଷ୍ଟ କରାଯାଇ ନାହିଁ।  କେବଳ iOS ୟୁଜରଙ୍କ ପାଇଁ  କେତେକ ନିର୍ଦ୍ଦିଷ୍ଟ ଦେଶମାନଙ୍କ ପାଇଁ ଭେରିଫିକେଶନ ପ୍ରକ୍ରିୟା ନିଶ୍ଚିତ କରାଯାଇଛି। ଏହି ଦେଶ ଗୁଡ଼ିକ ହେଲା ଆମେରିକା, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ବ୍ରିଟେନ। ତେବେ ଭାରତରେ ଭେରିଫିକେଶନ୍‌ ସବସ୍କ୍ରିପସନ୍ ବାବଦରେ ସବିଶେଷ ତଥ୍ୟ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯିବ ବୋଲି କୁହାଯାଇଛି।

ଏହି ପ୍ରକ୍ରିୟା ଭାରତକୁ କେବେ ଆସିବ ବୋଲି ପଚାରିଥିବା ଜଣେ ଟ୍ୱିଟର ବ୍ୟବହାରକାରୀଙ୍କୁ ଉତ୍ତର ଦେଇ ମସ୍କ କହିଛନ୍ତି, ଆଶା କରୁଛି, ଏକ ମାସରୁ କମ୍ ଲାଗିବ । କିନ୍ତୁ ଭାରତରେ  ଏହି ସବସ୍କ୍ରିପସନ୍ ଚାର୍ଜ କେତେ ହେବ ତାହା ଖୋଲାସା କରାଯାଇ ନାହିଁ ବୋଲି ମସ୍କ କହିଛନ୍ତି।  ସବସ୍କ୍ରିପସନ୍ ବ୍ଲୁ ଟିକ୍ ବ୍ୟତୀତ ନୂତନ ଫିଚର ମଧ୍ୟ ଉପଲବ୍ଧ ହେବ। ଆଗରୁ ମସ୍କ କହିଛନ୍ତି ଯେ, ଟ୍ୱିଟର ବ୍ଲୁଟିକ୍ ଯେଉଁମାନେ ବ୍ୟବହାର କରିବେ ସେମାନଙ୍କୁ ୮ ଡଲାର ଦେବାକୁ ହେବ । ତାଙ୍କୁ ଲୋକମାନେ ଯେତେ ଗାଳି ଦେଲେ ବି ସେ ଏହି ନିଷ୍ପତ୍ତିରୁ ପଛକୁ ହଟିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ଏଲନ ମସ୍କ୍ ।

ମସ୍କଙ୍କ ଦ୍ୱାରା ଟ୍ୱିଟର ଅଧିଗ୍ରହଣ ପରେ ଏହି ସୋଶାଲ ମିଡିଆ କମ୍ପାନୀର ମ୍ୟାନେଜମେଣ୍ଟ ଓ କାର୍ଯ୍ୟକାରିତାରେ ବ୍ୟାପକ ପରିବର୍ତ୍ତନ କରିବାରେ ଲାଗିଛନ୍ତି । ଏବେ ସେ ସାରା ବିଶ୍ୱରେ ଥିବା ଟ୍ୱିଟର କର୍ମଚାରୀମାନଙ୍କୁ ଛଟେଇ କରିବାରେ ଲାଗିଛନ୍ତି । ଶୁକ୍ରବାର ଭାରତରେ ଥିବା ଟ୍ୱିଟରର ସମସ୍ତ ୧୮୦ କର୍ମଚାରୀଙ୍କୁ ବିଦା କରାଯାଇଥିଲା । କମ୍ପାନିର ରାଜସ୍ୱ ବଢାଇବାକୁ ସେ ବ୍ଲୁଟିକ ପାଇଁ ୟୁଜରମାନଙ୍କଠାରୁ ମାସିକ ୨୦ ଡଲାର ଆଦାୟ ପାଇଁ ସେ ଆଗକୁ ଘୋଷଣା କରିଥିଲେ । ଏହାକୁ ନେଇ ସମାଲୋଚନା ହେବା ପରେ ସେ ମାସିକ ଦେୟକୁ ୮ ଡଲାରକୁ କମାଇଦେଇଥିଲେ । କିନ୍ତୁ ଏବେ ଏହି ୮ ଡଲାରରେ ଅଡ଼ି ବସିଛନ୍ତି ।

କିଛି ଦିନ ପୂର୍ବରୁ ସେ ଏକ ଟ୍ୱିଇଟ କରି ଲେଖିଥିଲେ “ ଆମକୁ ଯେକୌଣସି ଉପାୟରେ ଖର୍ଚ୍ଚ ଉଠାଇବାକୁ ପଡ଼ିବ । ଟ୍ୱିଟର କେବଳ ବିଜ୍ଞାପନ ଦାତାଙ୍କ ଉପରେ ନିର୍ଭର କରିପାରିବ ନାହିଁ । ଗତ ମାସରେ ସେ ଟ୍ୱିଟର ଅଧିଗ୍ରହଣ କରିବା ପରେ ପରେ ସିଇଓ ପରାଗ ଅଗ୍ରୱାଲଙ୍କୁ ବିଦା କରିଦେଇଥିଲେ ।

Related story