ଜୀବନ୍ତଦଗ୍ଧ ହୋଇଗଲେ ଦୁଇ ପରିବାରର ୮ ସଦସ୍ୟ

ମୁମ୍ୱାଇ/ସିମଲା: ସାରା ଦେଶରେ ରଙ୍ଗର ପର୍ବ ହୋଲି ପାଳିତ ହେଉଛି। ସମସ୍ତେ କରୋନା କଟକଣା ଭିତରେ ହୋଲି ଖେଳିଛନ୍ତି। ହେଲେ ଏହାରି ଭିତରେ ଦୁଇଟି ଦୁଃଖଦ ଖବର ଆସିଛି। ନିଆଁରେ ପୋଡ଼ି ହୋଇଯିବାରୁ ଦୁଇ ପରିବାରର ମୋଟ୍ ୮ ଜଣଙ୍କର ମୃତ୍ୟୁ ଘଟିଛି। ଗୋଟିଏ ମହାରାଷ୍ଟ୍ରରେ ଘଟିଥିବା ବେଳେ ଆଉ ଗୋଟିଏ ହିମାଚଳ ପ୍ରଦେଶରେ ଘଟିଛି। ମହାରାଷ୍ଟ୍ରର ପାଲଘରରେ ଗୋଟିଏ ପରିବାରର ଚାରି ସଦସ୍ୟଙ୍କର ମୃତ୍ୟୁ ହୋଇଛି। ନିଆଁ ଲାଗିବା ବେଳେ ପରିବାରର ଚାରି ସଦସ୍ୟ ଶୋଇଥିଲେ […]

fire

fire

Subhransu Sekhar
  • Published: Monday, 29 March 2021
  • Updated: 29 March 2021, 04:46 PM IST

Sports

Latest News

ମୁମ୍ୱାଇ/ସିମଲା: ସାରା ଦେଶରେ ରଙ୍ଗର ପର୍ବ ହୋଲି ପାଳିତ ହେଉଛି। ସମସ୍ତେ କରୋନା କଟକଣା ଭିତରେ ହୋଲି ଖେଳିଛନ୍ତି। ହେଲେ ଏହାରି ଭିତରେ ଦୁଇଟି ଦୁଃଖଦ ଖବର ଆସିଛି। ନିଆଁରେ ପୋଡ଼ି ହୋଇଯିବାରୁ ଦୁଇ ପରିବାରର ମୋଟ୍ ୮ ଜଣଙ୍କର ମୃତ୍ୟୁ ଘଟିଛି। ଗୋଟିଏ ମହାରାଷ୍ଟ୍ରରେ ଘଟିଥିବା ବେଳେ ଆଉ ଗୋଟିଏ ହିମାଚଳ ପ୍ରଦେଶରେ ଘଟିଛି।

ମହାରାଷ୍ଟ୍ରର ପାଲଘରରେ ଗୋଟିଏ ପରିବାରର ଚାରି ସଦସ୍ୟଙ୍କର ମୃତ୍ୟୁ ହୋଇଛି। ନିଆଁ ଲାଗିବା ବେଳେ ପରିବାରର ଚାରି ସଦସ୍ୟ ଶୋଇଥିଲେ ବୋଲି ଜଣାପଡ଼ିଛି। ପାଲଘରର ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଧିକାରୀ ଏହି ସୂଚନା ଦେଇଛି। ପାଲଘରରେ ମୋଖଦାରେ ଏହି ଦୁର୍ଘଟଣା ଘଟିଛି। ପରିବାରର ଚାରି ସଦସ୍ୟ ଶୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଅଧିକାରୀ ଜଣଙ୍କ କହିଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା, ଜଣେ ପୁଅ ଓ ଝିଅ ଥିଲେ। ଆଉ ଦୁଇ ଜଣ ମଧ୍ୟ ପୋଡ଼ି ହୋଇଯାଇଛନ୍ତି। ସମସ୍ତଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

https://twitter.com/jairamthakurbjp/status/1376359064570011649?s=20

ସେହିପରି ହିମାଚଳ ପ୍ରଦେଶର ଚାମ୍ୱା ଜିଲ୍ଲାରେ ନିଆଁ ଲାଗି ଗୋଟିଏ ପରିବାରର ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଜିଲ୍ଲାର ସୁଳିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଏହି ଅଗ୍ନିକାଣ୍ଡରେ ଅନେକ ପଶୁ ମଧ୍ୟ ପୋଡ଼ି ହୋଇ ମୃତ୍ୟୁ ବରଣ କରିଛନ୍ତି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଟ୍ୱିଟକରି ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos