ସୁପରଷ୍ଟାର ପୁନିତଙ୍କ ପାଇଁ ପ୍ରାଣ ହାରିଲେ ୩ ଫ୍ୟାନ୍‌

ବେଙ୍ଗାଳୁରୁ: କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ଗତକାଲି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତ ଖବର ପୁରା ସାଉଥ ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଛି। ବଲିଉଡ ଜଗତରେ ମଧ୍ୟ ଶୋକର ଛାୟା ଖେଳିଛି। ସେପଟେ ତାଙ୍କ ଫ୍ୟାନ୍‌ମାନେ ହଠାତ୍‌ଙ୍କ ମୃତ୍ୟୁ ଖବରକୁ ସହଜର ବିଶ୍ୱାସ କରିପାରୁନାହାନ୍ତି। ଏହି ଖବର କିଛି ଫ୍ୟାନ୍‌ମାନଙ୍କୁ ଶକ୍ତ ଧକ୍କା ଦେଇଛି। ପ୍ରଶଂସକମାନେ ବିଶ୍ୱାସ କରିପାରୁନାହାନ୍ତି ଯେ ତାଙ୍କ ପ୍ରିୟ ଅଭିନେତା ଆଉ ଏ ଦୁନିଆରେ […]

Punit Rajkumar-1

Punit Rajkumar-1

Madhupriya Mistry
  • Published: Saturday, 30 October 2021
  • Updated: 30 October 2021, 03:58 PM IST

Sports

Latest News

ବେଙ୍ଗାଳୁରୁ: କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ଗତକାଲି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତ ଖବର ପୁରା ସାଉଥ ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଛି। ବଲିଉଡ ଜଗତରେ ମଧ୍ୟ ଶୋକର ଛାୟା ଖେଳିଛି। ସେପଟେ ତାଙ୍କ ଫ୍ୟାନ୍‌ମାନେ ହଠାତ୍‌ଙ୍କ ମୃତ୍ୟୁ ଖବରକୁ ସହଜର ବିଶ୍ୱାସ କରିପାରୁନାହାନ୍ତି।

ଏହି ଖବର କିଛି ଫ୍ୟାନ୍‌ମାନଙ୍କୁ ଶକ୍ତ ଧକ୍କା ଦେଇଛି। ପ୍ରଶଂସକମାନେ ବିଶ୍ୱାସ କରିପାରୁନାହାନ୍ତି ଯେ ତାଙ୍କ ପ୍ରିୟ ଅଭିନେତା ଆଉ ଏ ଦୁନିଆରେ ନାହାନ୍ତି। କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ହନୁର ତାଲୁକା ମାରୋ ଗାଁରେ ୩୦ ବର୍ଷର ଜଣେ ଯୁବକଙ୍କୁ ଏହି ଖବର ଶୁଣି ହୃଦଘାତ ହୋଇଛି। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ମୁନିୟପ୍ପା। ପେସାରେ ସେ ଜଣେ ଚାଷୀ।

ସେହିପରି ଶିନ୍ଦୋଲି ଗାଁରେ ମଧ୍ୟ ଜଣେ ପ୍ରଶଂସକଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁପରଷ୍ଟାରଙ୍କ ଦେହାନ୍ତ ଖବର ଶୁଣି ଅଥାନି ଗାଁରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି।Punit Rajkumar

ଶୁକ୍ରବାର ନ୍ନଡ଼ ସୁପରଷ୍ଟାର ପୁନିତ ରାଜକୁମାରଙ୍କର ହୃଦଘାତରେ ଦେହାନ୍ତ ହୋଇଛି। ତାଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ କାନ୍ତିରବା ଷ୍ଟାଡିୟମରେ ରଖାଯାଇଛି। ବେଙ୍ଗାଲୁରୁରେ ରାଜକୀୟ ସମ୍ମାନରେ ତାଙ୍କ ଅନ୍ତିମ ସଂସ୍କାର ଆଜି ସନ୍ଧ୍ୟାରେ ହେବ। ପୁନିତଙ୍କ ଦେହାନ୍ତରେ ସାରା କର୍ଣ୍ଣାଟକରେ ଶୋକର ଛାୟା ଖେଳିଯାଇଛି।

ରାଜ୍ୟରେ ସବୁ ଥିଏଟର ବନ୍ଦ ରହିଛି। ପ୍ରଶଂସକଙ୍କୁ ନିୟନ୍ତ୍ରଣ କରିବାକୁ ଅନେକ ସ୍ଥାନରେ ଧାରା ୧୪୪ ଲାଗୁ କରାଯାଇଛି। ପୁନିତଙ୍କ ବଡ ଭାଇ ଶିବ ରାଜକୁମାରଙ୍କ ଫିଲ୍ମ 'ବଜରଙ୍ଗୀ-୨' ଶୋ’ ମଧ୍ୟ ପୁରା କର୍ଣ୍ଣାଟକରେ ବାତିଲ କରାଯାଇଛି।

ସେପଟେ ପୁନିତଙ୍କ ଝିଅ ବନ୍ଦିତା ଆଜି ଆମେରିକାରୁ ଭାରତରେ ଆସି ପହଞ୍ଚିବେ। ବନ୍ଦିତାଙ୍କୁ ଦିଲ୍ଲୀରୁ ବେଙ୍ଗାଲୁରୁ ଯାଏଁ ପହଞ୍ଚାଇବାକୁ ରାଜ୍ୟ ସରକାରଙ୍କ ତରଫରୁ ଏକ ସ୍ପେଶାଲ ବିମାନ ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos