କରୋନା ନେଇଗଲା ଆନ୍ଦୋଳନରତ ଚାଷୀଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମାରାତ୍ମକ ହୋଇଛି। ବିଭିନ୍ନ ସ୍ଥାନରେ ଲକଡାଉନ, ଶଟଡାଉନ୍ ନିୟମ ଜାରି ହେଲାଣି। ତେଣୁ ଆନ୍ଦୋଳନ ଏବେ ନକରି ଆଗାମୀ ଦିନରେ କରିବା ଦରକାର। ପ୍ରଶାସନର ଏଭଳି ପରାମର୍ଶକୁ ହେୟଜ୍ଞାନ କରି ଦିଲ୍ଲୀ ସୀମାରେ କିନ୍ତୁ ଚାଷୀ ଆନ୍ଦୋଳନ କରୁଥିଲେ। ଆଉ ଏବେ କରୋନା ମାହାମାରୀରେ ଜଣେ ଆନ୍ଦୋଳନରତ ଚାଷୀଙ୍କ ମୃତ୍ୟୁ ଘଟିଛି। ଆଉ ଜଣଙ୍କର ରିପୋର୍ଟ ଆସିନିି। ମୃତ ଦୁଇ ଆନ୍ଦୋଳନରତ ଚାଷୀ ହେଲେ ବଲବୀର ସିଂହ (୫୦) ଏବଂ ମେହନ୍ଦେର ସିଂହ […]

farmer-strike

Subhransu Sekhar
  • Published: Thursday, 20 May 2021
  • , Updated: 20 May 2021, 04:23 PM IST

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମାରାତ୍ମକ ହୋଇଛି। ବିଭିନ୍ନ ସ୍ଥାନରେ ଲକଡାଉନ, ଶଟଡାଉନ୍ ନିୟମ ଜାରି ହେଲାଣି। ତେଣୁ ଆନ୍ଦୋଳନ ଏବେ ନକରି ଆଗାମୀ ଦିନରେ କରିବା ଦରକାର। ପ୍ରଶାସନର ଏଭଳି ପରାମର୍ଶକୁ ହେୟଜ୍ଞାନ କରି ଦିଲ୍ଲୀ ସୀମାରେ କିନ୍ତୁ ଚାଷୀ ଆନ୍ଦୋଳନ କରୁଥିଲେ। ଆଉ ଏବେ କରୋନା ମାହାମାରୀରେ ଜଣେ ଆନ୍ଦୋଳନରତ ଚାଷୀଙ୍କ ମୃତ୍ୟୁ ଘଟିଛି। ଆଉ ଜଣଙ୍କର ରିପୋର୍ଟ ଆସିନିି।

ମୃତ ଦୁଇ ଆନ୍ଦୋଳନରତ ଚାଷୀ ହେଲେ ବଲବୀର ସିଂହ (୫୦) ଏବଂ ମେହନ୍ଦେର ସିଂହ (୭୦)। ଉଭୟଙ୍କ ଘର ପଟିଆଲା ଏବଂ ଲୁଧିଆନାରେ। ମଙ୍ଗଳବାର ଏହି ଦୁଇ ଜଣ ଆଖି ବୁଜିଥିବା ସ୍ଥାନୀୟ ପ୍ରଶାସନ କହିଛି।

ସୋନିପାତର ମୁଖ୍ୟ ଚିକିତ୍ସା ଅଧିକାରୀ ଜଶୱନ୍ତ ସିଂ ପୁନିଆ କହିଛନ୍ତି ଯେ ବଲବୀର କିଛି ଦିନ ହେବ ଜ୍ୱରରେ ପୀଡିତ ଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ଆଜି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ନମୁନା ପରୀକ୍ଷା ହୋଇଥିଲା। ଆଉ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି।

ସେହିପରି ମହେନ୍ଦ୍ରଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ଏବଂ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡି ନାହିଁ  ସ୍ଥାନୀୟ ପୁଲିସ ଅଧିକାରୀ ରବି କୁମାର କହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ପଞ୍ଜାବ, ହରିଆଣାର କିଛି ଚାଷୀ ବିରୋଧ କରି ଆନ୍ଦୋଳନରେ ବସିଛନ୍ତି। ଏମିତିକି ବିଲ କାମ ସରିବା ପରେ ଏବେ ଦିଲ୍ଲୀ-ଟିକିର ସୀମାକୁ ଟ୍ରାକ୍ଚର ଯୋଗେ ଆସୁଥିବା ସୂଚନା ରହିଛି। ସ୍ଥିତି ଯାହା ହେଉ କେନ୍ଦ୍ର ତିନି କୃଷି ଆଇନ ରଦ୍ଦ ନକଲେ ଚାଷୀ ଆନ୍ଦୋଳନରୁ ଓହରିବେନି ବୋଲି କହିଛନ୍ତି।

Related story