ଭୁଶୁଡ଼ିଲା ନିର୍ମାଣଧୀନ କୋଠା, ୨ ମୃତ

ଚଣ୍ଡିଗଡ: ଭୁଶୁଡିଲା ନିର୍ମାଣଧୀନ କୋଠା । ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ପଞ୍ଜାବ ମୋହାଲିରେ ଘଟିଛି ଏଭଳି ଅଘଟଣ । ଏୟାରପୋର୍ଟ ରୋଡର ଏକ ଶୋରୁମ୍‌ର କୋଠା ନିର୍ମାଣ ବେଳେ ଭୁଶୁଡି ପଡିଛିି । ୨ ଜଣ ଶ୍ରମିକ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ସୂଚନା ମୁତାବକ, ରବିବାର ରାତିରେ ଏହି ଦୁର୍ଘଟଣା ଘଟିଛି । ମୋହାଲିର ସିଟି ସେଣ୍ଟରର ବିଲ୍ଡିଂ ଭୁଶୁଡି […]

wall-collapse

wall-collapse

Madhupriya Mistry
  • Published: Monday, 10 October 2022
  • Updated: 10 October 2022, 10:31 AM IST

Sports

Latest News

ଚଣ୍ଡିଗଡ: ଭୁଶୁଡିଲା ନିର୍ମାଣଧୀନ କୋଠା । ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ପଞ୍ଜାବ ମୋହାଲିରେ ଘଟିଛି ଏଭଳି ଅଘଟଣ । ଏୟାରପୋର୍ଟ ରୋଡର ଏକ ଶୋରୁମ୍‌ର କୋଠା ନିର୍ମାଣ ବେଳେ ଭୁଶୁଡି ପଡିଛିି । ୨ ଜଣ ଶ୍ରମିକ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୁଲିସ ସୂଚନା ମୁତାବକ, ରବିବାର ରାତିରେ ଏହି ଦୁର୍ଘଟଣା ଘଟିଛି । ମୋହାଲିର ସିଟି ସେଣ୍ଟରର ବିଲ୍ଡିଂ ଭୁଶୁଡି ପଡିଛି । ଭଗ୍ନାବଶେଷ ତଳେ ୮ ଜଣ ଶ୍ରମିକ ଦବି ରହିଥିବା ପୁଲିସ କହିଛି । ଅନ୍ୟ ଶ୍ରମିକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ନିର୍ଦ୍ଦେଶ ଦେଇଛି । କେଉଁ ପରିସ୍ଥିତିରେ ଏହି କୋଠା ଭୁଶୁଡିଲା ସେନେଇ ଏକ ପ୍ରାଥକମି ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos