ଓମିକ୍ରାନ ଭୟ: ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୨ ଜଣ କରୋନାରେ ଆକ୍ରାନ୍ତ

ବେଙ୍ଗାଲୁରୁ: ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁ ଆସୁଥିବା ୨ ଜଣ ଲୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏବେ ଦକ୍ଷିଣ ଆଫ୍ରିକାରେ ମାରାତ୍ମକ ଓମିକ୍ରାନ ଭାରିଏଣ୍ଟ ଚିହ୍ନଟ ହୋଇଥିବା ବେଳେ ସେଠାରୁ ଫେରିଥିବା ୨ ଭାରତୀୟଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ନେଇ ସମସ୍ତଙ୍କ ମନରେ ଛନକା ପଶିଛି। କାରଣ ଓମିକ୍ରାନ ଭାରିଏଣ୍ଟ ଅଧିକ ମାରାତ୍ମକ ଓ ଟିକାକୁ ମଧ୍ୟ ଏହା ମାତ ଦେବାରେ ସକ୍ଷମ ହେଉଥିବା କୁହାଯାଉଛି। ଓମିକ୍ରାନ ଯେମିତି ଭାରତରେ ନ ବ୍ୟାପିବ […]

corona

Hemant Lenka
  • Published: Saturday, 27 November 2021
  • , Updated: 27 November 2021, 08:33 PM IST

ବେଙ୍ଗାଲୁରୁ: ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁ ଆସୁଥିବା ୨ ଜଣ ଲୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏବେ ଦକ୍ଷିଣ ଆଫ୍ରିକାରେ ମାରାତ୍ମକ ଓମିକ୍ରାନ ଭାରିଏଣ୍ଟ ଚିହ୍ନଟ ହୋଇଥିବା ବେଳେ ସେଠାରୁ ଫେରିଥିବା ୨ ଭାରତୀୟଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ଏହାକୁ ନେଇ ସମସ୍ତଙ୍କ ମନରେ ଛନକା ପଶିଛି। କାରଣ ଓମିକ୍ରାନ ଭାରିଏଣ୍ଟ ଅଧିକ ମାରାତ୍ମକ ଓ ଟିକାକୁ ମଧ୍ୟ ଏହା ମାତ ଦେବାରେ ସକ୍ଷମ ହେଉଥିବା କୁହାଯାଉଛି। ଓମିକ୍ରାନ ଯେମିତି ଭାରତରେ ନ ବ୍ୟାପିବ ସେଥିପାଇଁ ସରକାରୀ ସ୍ତରରେ ସବୁ ପ୍ରକାରର ପଦକ୍ଷେପ ନିଆଯାଉଛି।

ହେଲେ ବେଙ୍ଗାଲୁରୁ ଫେରାନ୍ତଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ପ୍ରଶାସନରେ ଧରପଗଡ଼ ଆରମ୍ଭ ହୋଇଛି।
ଏସବୁ ଭିତରେ ସମସ୍ତଙ୍କୁ ଆଶ୍ୱସ୍ତି କରିବା ଭଳି ଖବର ମିଳିଛି। ପ୍ରଶାସନ କହିଛି ଯେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୨ ଜଣ ଡେଲ୍ଟା ଭାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି।

ସେମାନଙ୍କ ଶରୀରରୁ ଓମିକ୍ରାନ ଭାରିଏଣ୍ଟ ମିଳିନି। ଉଭୟ ନଭେମ୍ବର ମାସରେ ହିଁ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ସେମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ସେହିପରି ବେଙ୍ଗାଲୁରୁ ଲାବରେ ମଧ୍ୟ ଉଭୟଙ୍କ ନମୁନାର ଜେନୋମ ସିକ୍ୱେନ୍ସିଂ କରାଯାଇଥିଲା। ଏହାପରେ ସେମାନେ ଓମିକ୍ରାନ ନୁହେଁ ବରଂ ଡେଲ୍ଟା ଭାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଟିକେ ଅନୀଲ କୁମାର ସୂଚନା ଦେଇଛନ୍ତି।

କିଛି ସପ୍ତାହ ମଧ୍ୟରେ କର୍ଣ୍ଣାଟକାକୁ ମୋଟ ୯୪ ଜଣ ଦକ୍ଷିଣ ଆଫ୍ରିକାରୁ ଫେରିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଟ୍ରାଭେଲ ହିଷ୍ଟ୍ରୀ ଉପରେ ନଜର ରଖାଯାଇଥିବା ମଧ୍ୟ ଶ୍ରୀ କୁମାର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଓମିକ୍ରାନ ଭାରିଏଣ୍ଟ ପ୍ରଥମେ ବୋଷ୍ଟୱାନାରେ ଠାବ ହୋଇଥିଲା। ଏହାପରେ ଏହା ଦକ୍ଷିଣ ଆଫ୍ରିକା ସମେତ ହଂକଂ, ବ୍ରିଟେନ, ବେଲଜିୟମ ଓ ଇସ୍ରାଏଲରେ ମଧ୍ୟ କାୟା ବିସ୍ତାର କରିଛି। ବିଶେଷ କରି ଦକ୍ଷିଣ ଆଫ୍ରିକା ଏହି ନୂଆ ଭାରିଏଣ୍ଟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।

ସଂକ୍ରମଣ ସ୍ଥିତିକୁ ଦେଖି ୟୁରୋପ ୟୁନିୟନ, ଆମେରିକା, କାନାଡା ଓ ସାଉଦି ଆରବ ଭଳି ଦେଶ ଦକ୍ଷିଣ ଆଫ୍ରିକା ସହ ବିମାନ ସେବାକୁ ବନ୍ଦ କରିଛନ୍ତି। ଭାରତରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ସରକାରମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ବିଦେଶ ଫେରାନ୍ତଙ୍କ ସ୍କ୍ରିନିଂ ଓ ଟେଷ୍ଟିଂ ଜୋରଦାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Related story