ମହାରାଷ୍ଟ୍ରରେ ହୋଇପାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ

ମୁମ୍ବାଇ: ମହାରାଷ୍ଟ୍ରରେ ଯେକୌଣସି ସମୟରେ ବିଧାନସଭା ନିର୍ବାଚନ ହୋଇପାରେ। ଏଥିଲାଗି ପ୍ରସ୍ତୁତ ରହିବାକୁ ନିଜ ଦଳର କ୍ୟାଡର ଓ କର୍ମୀମାନଙ୍କୁ କହିଛନ୍ତି ଶିବସେନା (ଉଦ୍ଧବ ବାଲାସାହେବ ଠାକରେ)ର ଅଧ୍ୟକ୍ଷ ଉଦ୍ଧବ ଠାକରେ। ମୁମ୍ବାଇରେ ଆଜି ଦଳର ଏକ ବୈଠକରେ ଯୋଗଦେଇ ଉଦ୍ଧବ କହିଛନ୍ତି ଯେ, ରାଜ୍ୟରେ ୟେ କୌଣସି ସମୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହୋଇପାରେ। ଏଣୁ ଏଥିଲାଗି ଆମେ ସମସ୍ତେ ପ୍ରତ୍ୟେକ ସ୍ତରରେ ପ୍ରସ୍ତୁତ ରହିବା ଉଚିତ ବୋଲି ସେ କହିଛନ୍ତି। ଏନେଇ ଦଳର ମୁଖପାତ୍ର ତଥା […]

Uddhav Thackeray

  • Published: Saturday, 05 November 2022
  • , Updated: 05 November 2022, 10:15 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଯେକୌଣସି ସମୟରେ ବିଧାନସଭା ନିର୍ବାଚନ ହୋଇପାରେ। ଏଥିଲାଗି ପ୍ରସ୍ତୁତ ରହିବାକୁ ନିଜ ଦଳର କ୍ୟାଡର ଓ କର୍ମୀମାନଙ୍କୁ କହିଛନ୍ତି ଶିବସେନା (ଉଦ୍ଧବ ବାଲାସାହେବ ଠାକରେ)ର ଅଧ୍ୟକ୍ଷ ଉଦ୍ଧବ ଠାକରେ। ମୁମ୍ବାଇରେ ଆଜି ଦଳର ଏକ ବୈଠକରେ ଯୋଗଦେଇ ଉଦ୍ଧବ କହିଛନ୍ତି ଯେ, ରାଜ୍ୟରେ ୟେ କୌଣସି ସମୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହୋଇପାରେ। ଏଣୁ ଏଥିଲାଗି ଆମେ ସମସ୍ତେ ପ୍ରତ୍ୟେକ ସ୍ତରରେ ପ୍ରସ୍ତୁତ ରହିବା ଉଚିତ ବୋଲି ସେ କହିଛନ୍ତି। ଏନେଇ ଦଳର ମୁଖପାତ୍ର ତଥା ସାଂସଦ ଅରବିନ୍ଦ ସାୱନ୍ତ କହିଛନ୍ତି ଯେ, ରାଜ୍ୟରେ ଏବେ ଗୋଟିଏ ଅସାମ୍ବିଧାନିକ ସରକାରର ଶାସନ ଚାଲିଛି। ଯେତେବେଳେ ସୁପ୍ରିମକୋର୍ଟଙ୍କ ରାୟ ଆସି, ତାହା ହିଁ ଏ ସରକାରର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ସେ କହିଛନ୍ତି।

ଯଦିଓ ରାଜ୍ୟ ବିଧାନସଭାର ଅବଧି ୨୦୨୪ ଅକ୍ଟୋବରରେ ସରୁଛି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ରାଜ୍ୟ ପାଇଁ ୨ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିବାରୁ ନିର୍ବାଚନ ଶୀଘ୍ର ହେବା ସମ୍ଭାବନକୁ ଦର୍ଶାଉଛି ବୋଲି ଏହି ବୈଠକରେ କୁହାଯାଇଛି। ତେବେ ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ଗୁଜରାଟ ଓ ହିମାଚଳ ପ୍ରଦେଶ ପାଇଁ ଠିକ୍ ଏହିଭଳି ପ୍ୟାକେଜ ଘୋଷଣା କରିଥିଲେ। ଏ ସବୁ ପ୍ୟାକେଜ ଘୋଷଣା କେବଳ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ଉଦ୍ଧିଷ୍ଟ ବୋଲି ସାୱନ୍ତ କହିଛନ୍ତି।

ଯଦିଓ କେଉଁ ପ୍ରକଳ୍ପ ସବୁ ଆସୁଛି ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ହେଲେ ରାଜ୍ୟରେ ହେବାକୁ ଥିବା ବଡ଼ ବଡ଼ ପ୍ରକଳ୍ପ ଗୁଜରାଟରେ କରାଯିବା ଲାଗି ଘୋଷଣା ହୋଇଥିବାରୁ ତାକୁ ନେଇ ରାଜ୍ୟ ସରକାର ଏବେ ସମାଲୋଚନାର ଶରବ୍ୟ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ବିରୋଧୀ ପ୍ରବଳ ସମାଲୋଚନା କରିଛନ୍ତି। ବିଶେଷ କରି ବେଦାନ୍ତ-ଫକ୍ସକନ ଚୁକ୍ତି, ଟାଟା-ଏୟାରବସ୍ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଶିବସେନା, କଂଗ୍ରେସ ଓ ଏନସିପି ସମାଲୋଚନା କରିଛନ୍ତି। ସେପଟେ ଠାକରେଙ୍କ ନେତୃତ୍ୱାଧିନ ଶିବସେନାର ଆରୋପକୁ ଭର୍ତ୍ସନା କରିଛନ୍ତି ବରିଷ୍ଠ ବିଜେପି ନେତା ପ୍ରବୀଣ ଦାରେକର। ସିନ୍ଧେ ସରକାର କ୍ଷମତାକୁ ଆସିବା ପରଠାରୁ ବେଶ ଭଲ କାମ କରୁଛନ୍ତି ଓ ରାଜ୍ୟ ସ୍ୱାର୍ଥକୁ ଧ୍ୟାନ ଦେଇଛନ୍ତି ବୋଲି ସେ କହିଛନ୍ତି। ତେବେ ରାଜ୍ୟରେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ନେଇ କୌଣସି ଯୋଜନା ନାହିଁ। ହେଲେ ନିଜ ଦଳର କର୍ମୀଙ୍କୁ ପାଖରେ ରଖିବା ଲାଗି ଉଦ୍ଧବ ଏପରି ଏକ ନାଟକ କରିଥିବା ଦାରେକର କହିଛନ୍ତି।

Related story