ରାଜ୍ୟପାଳଙ୍କ ବୟାନକୁ ନେଇ ହଙ୍ଗାମା ଜାରି: ବର୍ଷିଲେ ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କ ବୟାନକୁ ନେଇ ବିବାଦ ଜାରି ରହିଛି। ସେ ମରାଠାମାନଙ୍କୁ ଅସମ୍ମାନ କରିଥିବାରୁ ବିଭିନ୍ନ ମହଲରେ ତାଙ୍କୁ ସମାଲୋଚନା କରାଯାଇଛି। ଏହିକ୍ରମରେ ଶିବସେନା ସଭାପତି ଉଦ୍ଧବ ଠାକରେ ମଧ୍ୟ ରାଜ୍ୟପାଳଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। ରାଜ୍ୟପାଳ କୋଶୟାରୀ ମରାଠାମାନଙ୍କୁ ଅସମ୍ମାନ କରିଛନ୍ତି ଓ ସେ ସବୁ ସୀମାକୁ ପାର କରାଯାଇଥିବା ଉଦ୍ଧବ କହିଛନ୍ତି। ଉଦ୍ଧବ ଠାକରେ କହିଛନ୍ତି, “ମୁଁ କେବେ ହେଲେ ରାଜ୍ୟପାଳ ଭଳି ବଡ଼ ପଦରେ ବସିଥିବା […]

Uddhav-Thackeray

  • Published: Saturday, 30 July 2022
  • , Updated: 30 July 2022, 05:51 PM IST

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କ ବୟାନକୁ ନେଇ ବିବାଦ ଜାରି ରହିଛି। ସେ ମରାଠାମାନଙ୍କୁ ଅସମ୍ମାନ କରିଥିବାରୁ ବିଭିନ୍ନ ମହଲରେ ତାଙ୍କୁ ସମାଲୋଚନା କରାଯାଇଛି। ଏହିକ୍ରମରେ ଶିବସେନା ସଭାପତି ଉଦ୍ଧବ ଠାକରେ ମଧ୍ୟ ରାଜ୍ୟପାଳଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। ରାଜ୍ୟପାଳ କୋଶୟାରୀ ମରାଠାମାନଙ୍କୁ ଅସମ୍ମାନ କରିଛନ୍ତି ଓ ସେ ସବୁ ସୀମାକୁ ପାର କରାଯାଇଥିବା ଉଦ୍ଧବ କହିଛନ୍ତି।

ଉଦ୍ଧବ ଠାକରେ କହିଛନ୍ତି, “ମୁଁ କେବେ ହେଲେ ରାଜ୍ୟପାଳ ଭଳି ବଡ଼ ପଦରେ ବସିଥିବା ବ୍ୟକ୍ତିଙ୍କୁ ଅପମାନିତ କରିବାକୁ ଚାହୁଁନି। ମୁଁ ଉକ୍ତ ପଦକୁ ସମ୍ମାନ କରେ। କିନ୍ତୁ ଭଗତ ସିଂହ କୋଶୟାରୀ ମରାଠାମାନଙ୍କୁ ଅପମାନିତ କରିଛନ୍ତି ଓ ଏଥିପାଇଁ ଲୋକଙ୍କ ମନରେ କ୍ରୋଧ ସୃଷ୍ଟି ହୋଇଛି। ରାଜ୍ୟପାଳ ଧର୍ମ ନାଁରେ ସମାଜକୁ ଭାଗଭାଗ କରିବାକୁ ଚାହୁଁଛନ୍ତି। ସେ ସବୁ ସୀମା ପାର କରିଛନ୍ତି।”

ଠାକରେ ଆହୁରି କହିଛନ୍ତି, “ରାଜ୍ୟପାଳ ହେଉଛନ୍ତି ରାଷ୍ଟ୍ରପତିଙ୍କ ବାର୍ତ୍ତାବାହକ। ସେ ରାଷ୍ଟ୍ରପତିଙ୍କ କଥା ଦେଶର ବିଭିନ୍ନ ପ୍ରାନ୍ତରେ ପହଞ୍ଚାନ୍ତି। କିନ୍ତୁ ସେ ଯଦି ଭୁଲ କରିବେ, ତା’ହେଲେ ତାଙ୍କ ବିରୋଧରେ କିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ? ସେ ମରାଠା ଓ ସେମାନଙ୍କ ଗର୍ବକୁ ଅପମାନିତ କରିଛନ୍ତି। ଭଗତ ସିଂହ କୋଶୟାରୀ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ମହାରାଷ୍ଟ୍ରରେ ୨.୫ ବର୍ଷ ହେଲାଣି ସବୁ କିଛି ଉପଭୋଗ କରୁଛନ୍ତି। ବର୍ତ୍ତମାନ ତାଙ୍କୁ କୋଲ୍ଲାପୁରୀ ଚପଲ ଦେଖାଇବାର ସମୟ ଆସି ଯାଇଛି।”


ଗୋଟିଏ କାର୍ଯ୍ୟକ୍ରମରେ ରାଜ୍ୟପାଳ କୋଶୟାରୀ କହିଥିଲେ ଯେ “ଯଦି ଗୁଜୁରାଟୀ ଓ ରାଜସ୍ଥାନୀଙ୍କୁ ମହାରାଷ୍ଟ୍ରା ବିଶେଷ କରି ମୁମ୍ବାଇ ଓ ଥାନେରୁ ହଟାଇ ଦିଆଯାଏ, ତେବେ ଏଠାରେ ଟଙ୍କା ଅଭାବ ପଡ଼ିଯିବ। ଆର୍ଥିକ ରାଜଧାନୀ ବୋଲାଉଥିବା ମୁମ୍ବାଇ ପାଖରୁ ଏହି ଟ୍ୟାଗ୍‌ ହଟିଯିବ।” ରାଜ୍ୟପାଳଙ୍କ ଏହି ବୟାନକୁ ତମ୍ବିତୋଫାନ ଆରମ୍ଭ ହୋଇଛି।

Related story