ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍ ମଧ୍ୟରେ ସପ୍ତାହେରୁ ଊର୍ଦ୍ଧ୍ୱ ଧରି ଜାରି ରହିଥିବା ଯୁଦ୍ଧର କେବେ ଅନ୍ତ ଘଟିବ ତାହା ଅନିଶ୍ଚିତ ଘେରରରେ ରହିଛି। ଯୁଦ୍ଧରେ ୟୁକ୍ରେନ୍ ବିପୁଳ କ୍ଷତି ହୋଇଥିବା ବେଳେ ବହୁ ଧନଜୀବନ ମଧ୍ୟ ନଷ୍ଠ ହେଲାଣି। ଉଭୟ ଦେଶ ମଧ୍ୟରେ ଘମାଘୋଟ ଲଢ଼େଇକୁ ନେଇ ସମଗ୍ର ବିଶ୍ୱ ବିଚଳିତ ଥିବା ବେଳେ ଯୁଦ୍ଧର ସମାଧାନର ସୂତ୍ର ରୁଷ ବୈଦେଶିକ ମନ୍ତ୍ରୀଙ୍କ ପାଖରେ ଥିବା ଦାବି କରିଛନ୍ତି। ରୁଷର ବୈଦେଶିକ ମନ୍ତ୍ରୀ ସର୍ଜେ ଲାଭରଭ୍ କହିଛନ୍ତି ଯେ, ୟୁକ୍ରେନ୍ ସଙ୍କଟର ସମାଧାନର ସୂତ୍ର ମୋ ପାଖରେ ଅଛି।
ଏଥିପାଇଁ ଗୁରୁବାର ଉଭୟ ଦେଶ ମଧ୍ୟରେ ଆଲୋଚନା ହେବା ଜରୁରୀ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ପୁଣି ଥରେ ରୁଷକୁ ଚେତାବନୀ ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି। ତୁରନ୍ତ ୟୁକ୍ରେନ୍ ଛାଡ଼ି ନିଜ ଦେଶରୁ ସୁରକ୍ଷିତ ଭାବେ ବାହୁଡ଼ି ଯିବାକୁ ରୁଷ ସୈନ୍ୟଙ୍କୁ ଧମକ ଦେଇଛନ୍ତି। ଜେଲେନସ୍କି କହିଛନ୍ତି ଯେ, ଗତ ସପ୍ତାହେ ହେବ ଯୁଦ୍ଧରେ ରୁଷର ପ୍ରାୟ ୯୦୦୦ ସୈନ୍ୟ ପ୍ରାଣ ହରାଇଲେଣି। ତେଣୁ ରୁଷ ସୈନ୍ୟଙ୍କ ମୃତ ଦେହରେ ୟୁକ୍ରେନ୍ ଘୋଡ଼େଇ ହେବାକୁ ଚାହେଁ ନାହିଁ।
ତେଣୁ ନିଜ ଦେଶକୁ ତରୁନ୍ତ ଫେରିଯିବାକୁ ସେ ଅପିଲ କରିଛନ୍ତି । ଅନ୍ୟପକ୍ଷରେ ରୁଷ ଉପରେ କଟକଣା ଲଗେଇଥିବା ପଶ୍ଚିମ ଦେଶ ଗୁଡ଼ିକୁ ନିଜ ଦେଶରେ ଦେଉଥିବା ସମ୍ମାନକୁ ପ୍ରତ୍ୟାହାର କରିନେଇଛି। ରୁଷର ମହାକାଶ ରକେଟରେ ଲାଗିଥିବା ୟୁକେ,ଆମେରିକା ଏବଂ ଜାପାନର ଜାତୀୟ ପତାକାକୁ ହଟାଇ ଦେଇଛି। କେବଳ ଭାରତର ତ୍ରିରଙ୍ଗାକୁ ସସମ୍ମାନେ ରଖାଯାଇଛି। ସେହିପରି ରୁଷ ପକ୍ଷରୁ ଲଗାତାର କରାଯାଉଥିବା ବିସ୍ପୋରଣରେ ଆଜି ଖାରକିଭର ଏକ ବିଲଡିଂ ଜଳିଯାଇଛି। ଏଥିରେ ଏକ ସ୍କୁଲ ଘର ମଧ୍ୟ ନଷ୍ଟ ହୋଇଛି। ପୂର୍ବରୁ ରୁଷ କେବଳ ସାମରିକ ପ୍ରତିଷ୍ଠାନ ଗୁଡ଼ିକୁ ଟାର୍ଗେଟ କରୁ ଥିବା ବେଳେ ଏବେ ବେସାମରିକ ପ୍ରତିଷ୍ଠାନ ଗୁଡ଼ିକ ଆକ୍ରମଣରୁ ବର୍ତ୍ତି ନାହିଁ। ଏବେ ସାଧାରଣ ଲୋକଙ୍କ ଘର ଓ ସରକାରୀ ସଂସ୍ଥା ଗୁଡ଼ିକୁ ଧ୍ୱଂସ କରି ଉଡ଼ାଇ ଦିଆଯାଉଛି। ଗତ ସପ୍ତାହେ ହେଲା ୟୁକ୍ରେନ୍ରୁ ପ୍ରାୟ ୧୦ ଲକ୍ଷ ଳୋକେ ପଡ଼ୋଶୀ ଦେଶକୁ ଶରଣାର୍ଥୀ ଭାବେ ଯାତ୍ରା କରିସାରିଲେଣି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।