ଜବତ ହୋଇଛି ୨୫୭ କୋଟି, ଚଢ଼ୁଥିଲେ ପୁରୁଣା ସ୍କୁଟର

କାନପୁର: ଅସାଧୁ କାରନାମାକୁ  ଲୁଚେବା ପାଇଁ ସାଧୁତାର ଅଭିନୟ। ପର୍ବତ ସମ କଳା ଟଙ୍କାର ମାଲିକ ଲୋକଙ୍କ ନଜରରେ ଥିଲେ ସାଦାସିଧା ଓ ସରଳ । ଯେମିତି ନିଜ ଗୁପ୍ତକାରବାର ବିଷୟରେ କେହି ସନ୍ଦେହ ନକରିବେ ତେଣୁ ସାଧାରଣ ମଣିଷ ଭଳି ଚଳୁଥିଲେ। କାନପୁରର ଅତର ବ୍ୟବସାୟୀଙ୍କ ଲାଇଫ୍‌ ଷ୍ଟାଇଲକୁ ନେଇ ଚର୍ଚ୍ଚା।  କୋଟି କୋଟି ଟଙ୍କାର ମାଲିକ ତଥା ଏହି ଠକ ବ୍ୟବସାୟୀଙ୍କ ବିଷୟରେ ଏକ ରୋଚକ ତଥ୍ୟ ଆସିଛି। ୨୫୭ କୋଟି ଟଙ୍କା ଜବତ […]

789

789

Tapas Behera
  • Published: Monday, 27 December 2021
  • Updated: 28 December 2021, 01:45 PM IST

କାନପୁର: ଅସାଧୁ କାରନାମାକୁ  ଲୁଚେବା ପାଇଁ ସାଧୁତାର ଅଭିନୟ। ପର୍ବତ ସମ କଳା ଟଙ୍କାର ମାଲିକ ଲୋକଙ୍କ ନଜରରେ ଥିଲେ ସାଦାସିଧା ଓ ସରଳ । ଯେମିତି ନିଜ ଗୁପ୍ତକାରବାର ବିଷୟରେ କେହି ସନ୍ଦେହ ନକରିବେ ତେଣୁ ସାଧାରଣ ମଣିଷ ଭଳି ଚଳୁଥିଲେ। କାନପୁରର ଅତର ବ୍ୟବସାୟୀଙ୍କ ଲାଇଫ୍‌ ଷ୍ଟାଇଲକୁ ନେଇ ଚର୍ଚ୍ଚା।  କୋଟି କୋଟି ଟଙ୍କାର ମାଲିକ ତଥା ଏହି ଠକ ବ୍ୟବସାୟୀଙ୍କ ବିଷୟରେ ଏକ ରୋଚକ ତଥ୍ୟ ଆସିଛି। ୨୫୭ କୋଟି ଟଙ୍କା ଜବତ ହୋଇଥିବା ଅତର ବ୍ୟବସାୟୀ ପୀୟୂଷ ଜୈନ ସ୍କୁଟର ଚଢ଼ୁଥିଲେ।

ତାଙ୍କ ଘରେ ଦୁଇଟି ଦାମୀ କାର ଥିଲେ ମଧ୍ୟ ସେ ନିତିଦିଆ ଏକ ପୁରୁଣା ସ୍କୁଟର ଚଢ଼ୁଥିଲେ। ତାଙ୍କ ଘର ପାଖ ଲୋକେ ଏହା କହିଛନ୍ତି। ପ୍ରଥମେ କାନପୁରରେ ଅତର ବ୍ୟବସାୟ ଆରମ୍ଭ କରିଥିଲେ ପୀୟୂଷ । ପରେ ଧୀରେ ଧୀରେ ବ୍ୟବସାୟ ବଢ଼ିଥିଲା। ଗତ ୧୫ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନକୁ ତାଙ୍କ ବ୍ୟବସାୟ ଲମ୍ବିଛି। ତାଙ୍କର ଏବେ ମୁମ୍ବାଇ ଏବଂ ଗୁଜରାଟରେ ପ୍ରମୁଖ ବ୍ୟବସାୟ କେନ୍ଦ୍ର ରହିଛି। ପୀୟୂଷ ଏବଂ ତାଙ୍କ ଭାଇଙ୍କର କନୌଜରେ ୭୦୦ ବର୍ଗଫୁଟ୍‌ର ଏକ ଭବ୍ୟ ବଙ୍ଗଳା  ରହିଛି।  କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୀୟୂଷ ଯେବେ ସେ ଟାଉନ୍‌କୁ ଆସନ୍ତି  ସାଧାରଣ ଲୋକଙ୍କ  ଭଳି ଚଳନ୍ତି। ପୀୟୂଷ ତାଙ୍କ ପୁରୁଣା ସ୍କୁଟରରେ ଯାଆସ କରନ୍ତି  ବୋଲି ପଡ଼ୋଶୀ କହିଛନ୍ତି । ତେବେ ପୀୟୂଷଙ୍କ ଘର ଆଗରେ ଏକ କ୍ୱାଲିସ ଏବଂ ମାରୁତି କାର ଥିବା ଲକ୍ଷ୍ୟ କରାଯାଇଛି।

ଲୋକ କିଭଳି ତାଙ୍କର କଳା ଧନ ବାବଦରେ ଜାଣିନପାରିବେ ସେନେଇ ସୁଚିନ୍ତିତ ଯୋଜନା କରିଥିଲେ। ସେଥିପାଇଁ ସେ ଗରିବଙ୍କ ଭଳି ଚଳୁଥିଲେ।  ସୂଚନା ଅନୁଯାୟୀ, ଦୀର୍ଘ ୧୨୦ ଘଣ୍ଟା ଧରି ରେଡ୍‌ ପରେ ପୀୟୂଷ ଜୈନଙ୍କ ଘରୁ ନଗଦ ୨୫୭ କୋଟି ଟଙ୍କା ଜବତ କରାଯାଇଛି । ଏଥିସହ ବିଭିନ୍ନ ସ୍ଥାନରେ ଥିବା ୧୬ଟି ଦାମୀ ସମ୍ପତ୍ତିର ଦସ୍ତାବିଜ୍‌ ଟିକସ ଅଧିକାରୀମାନେ ଜବତ କରିଛନ୍ତି। ଗତକାଲି ତାଙ୍କୁ ଟିକସ ଫାଙ୍କିବା ଅଭିଯୋଗରେ ଗିରଫ କରାଯାଇଥିଲା।

ପୀୟୂଷ ଜୈନଙ୍କର କାନପୁରରେ ୬ଟି, କନୌଜରେ ୨ଟି, ମୁମ୍ବାଇରେ ୨ଟି ଓ ଦିଲ୍ଲୀରେ ଗୋଟିଏ ସମ୍ପତ୍ତି ରହିଛି। ସେହିପରି ଦୁବାଇର ୨ଟି ସ୍ଥାନରେ ମଧ୍ୟ ସେ ସମତ୍ତି କିଣିଥିବା ଜବତ ଦସ୍ତାବିଜ୍‌ରୁ ପ୍ରମାଣ ମିଳିଛି। ନଗଦ ଟଙ୍କା ଓ ସମ୍ପତ୍ତି ଦସ୍ତାବିଜ ବ୍ୟତୀତ ଶ୍ରୀ ଜୈନଙ୍କ ଘରୁ ବିପୁଳ ପରିମାଣର ସୁନା ମଧ୍ୟ ଜବତ ହୋଇଛି

ଜୈନଙ୍କ ଘରୁ ମିଳିଥିବା ନଗଦ ଟଙ୍କା ଗଣିବା ପାଇଁ ଟିକସ ଅଧିକାରୀମାନେ ବେଶ ନାକେଦମ ହୋଇଥିଲେ। ଏଥିପାଇଁ ୮ରୁ ୧୦ଟି ଟଙ୍କା ଗଣିବା ମେସିନ ଅଣାଯାଇଥିଲା। ସେହିପରି ଜବତ ଟଙ୍କାକୁ ଗୋଟିଏ ବଡ଼ ଭ୍ୟାନରେ ପୂରା ସୁରକ୍ଷା ବଳୟ ମଧ୍ୟରେ ନିଆଯାଇଥିଲା। ଜଣେ ବ୍ୟବସାୟୀଙ୍କ ଘରୁ ଏତେ ପରିମାଣର ନଗଦ ଟଙ୍କା ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଗୁରୁବାର ଆୟକର ବିଭାଗ ଓ ଡିଜିଜିଆଇର ଅଧିକାରୀମାନେ ମିଳିତ ଭାବେ ପୀୟୂଷ ଜୈନଙ୍କ କାନପୁର ସ୍ଥିତ ବାସଭବନରେ ରେଡ୍‌ କରିଥିଲେ। ପ୍ରଥମ ଦିନରେ ୧୫୦ କୋଟି ଓ ପରେ ୧୭୭ କୋଟିର ନଗଦ ଟଙ୍କା ତାଙ୍କ ଠାରୁ ମିଳିଥିଲା। କନୌଜରେ ଥିବା ଜୈନଙ୍କ ଆଉ ଗୋଟିଏ ଘରୁ ଅଧିକାରୀମାନେ ୧୮ଟି ଲକର ଠାବ କରିଥିଲେ। ଏଥିସହ ସେଠାରେ ଥିବା ୫୦୦ ଚାବି ବିଶିଷ୍ଟ ଗୋଟିଏ ପେନ୍ଥା ପାଇଥିଲେ।

ଏହି ଚାବିକୁ ବ୍ୟବହାର କରି ସେମାନେ ଲକର ଗୁଡ଼ିକ ଖୋଲିଥିଲେ। ଏହା ମଧ୍ୟରୁ ପୁଳାପୁଳା ଟଙ୍କା ଓ ସମ୍ପତ୍ତି ସଂକ୍ରାନ୍ତ ଦସ୍ତାବିଜ ମିଳିଥିଲା। ଜୈନ ଅତର ବ୍ୟବସାୟ କରିବା ସହ ପାନ ମସଲା ମଧ୍ୟ ତିଆରି କରନ୍ତି। ଜିଏସ୍‌ଟି ବିଭାଗର ସୂଚନା ଅନୁଯାୟୀ ଜୈନଙ୍କ ବ୍ୟାବସାୟିକ ପରିସରରୁ ଚାରିଟି ଟ୍ରକ ଜବତ କରାଯାଇଛି।

ଏହି ଟ୍ରକରେ ବିନା ଇ-ୱେବିଲ୍‌ରେ ପ୍ରତ୍ୟେକ ୫୦ ହଜାର ଟଙ୍କା କରି ପ୍ରାୟ ୨୦୦ ଚାଲାଣ ରସିଦର ମାଲ୍‌ ଭର୍ତ୍ତି ଥିଲା। ଏସବୁ ଚାଲାଣ ଜାଲ୍ ବୋଲି ଜଣାପଡ଼ିଛି। ଜାଲ୍‌ ସଂସ୍ଥା ନାଁରେ ଇନ୍‌ଭଏସ୍‌ କଟାଯାଇ ଶ୍ରୀ ଜୈନ କୋଟିକୋଟି ଟଙ୍କାର ଟିକସ ଫାଙ୍କିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story