ଚୀନ୍‌ରୁ ଭାରତ ଫେରିଥିବା ବ୍ୟକ୍ତି କରୋନା ସଂକ୍ରମିତ, ଆଲର୍ଟ ମୁଡ୍‌ରେ ସରକାର

ନୂଆଦିଲ୍ଲୀ: ପୁଣିଥରେ ଡରାଇଲାଣି ମାରାତ୍ମକ ଭାଇରସ୍ କରୋନା। ଚୀନ୍‌ରେ ଏହି ଭୂତାଣୁ ତାଣ୍ଡବ ରଚିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଆଗୁଆ ପ୍ରସ୍ତୁତ ହୋଇପଡିଛନ୍ତି। ଏହାରି ଭିତରେ ଚୀନ୍‌ରୁ ଭାରତ ଫେରିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟବିଭାଗ ସଜାଗ ହୋଇଯାଇଛି। ଚୀନ୍‌ରୁ ଆଗ୍ରା ଫେରିଥିବା ଜଣେ ୪୦ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ତାଙ୍କୁ ଘରେ ଆଇସୋଲେଟ୍ କରାଯାଇଛି। ଆଗ୍ରା ମୁଖ୍ୟ […]

covid-19

Madhupriya Mistry
  • Published: Monday, 26 December 2022
  • , Updated: 26 December 2022, 09:59 AM IST

ନୂଆଦିଲ୍ଲୀ: ପୁଣିଥରେ ଡରାଇଲାଣି ମାରାତ୍ମକ ଭାଇରସ୍ କରୋନା। ଚୀନ୍‌ରେ ଏହି ଭୂତାଣୁ ତାଣ୍ଡବ ରଚିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଆଗୁଆ ପ୍ରସ୍ତୁତ ହୋଇପଡିଛନ୍ତି। ଏହାରି ଭିତରେ ଚୀନ୍‌ରୁ ଭାରତ ଫେରିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟବିଭାଗ ସଜାଗ ହୋଇଯାଇଛି।

ଚୀନ୍‌ରୁ ଆଗ୍ରା ଫେରିଥିବା ଜଣେ ୪୦ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ତାଙ୍କୁ ଘରେ ଆଇସୋଲେଟ୍ କରାଯାଇଛି। ଆଗ୍ରା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କହିବା ମୁତାବକ, ସଂକ୍ରମିତ ବ୍ୟକ୍ତିଙ୍କ ନମୂନା ଜିନୋ ସିକ୍ୱେନ୍ସିଂ ପାଇଁ ଲକ୍ଷ୍ନୌ ପଠାଯାଇଛି। ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌କୁ ତାଙ୍କ ପରିବାର ଓ ସମ୍ପର୍କିୟଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଡିସେମ୍ବର ୨୩ ତାରିଖରେ ଦିଲ୍ଲୀ ରାସ୍ତା ଦେଇ ଆଗ୍ରା ଫେରିଥିଲେ ଉକ୍ତ ବ୍ୟକ୍ତି। ଏହାପରେ ଏକ ଘରୋଇ ଲ୍ୟାବ୍‌ରେ ସେ ନିଜର କରୋନା ପରୀକ୍ଷା କରିଥିଲେ। ଡିସେମ୍ବର ୨୫ ତାରିଖରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଉକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଘରେ ହିଁ ତାଙ୍କର ଚିକିତ୍ସା ଚାଲିଥିବା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଚୀନ୍ ସମେତ କିଛି ଦେଶରେ ପୁଣିଥରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ତେଣୁ କେନ୍ଦ୍ର ସରକାର ନୂଆ ଆଡଭାଇଜରୀ ଜାରି କରିଛନ୍ତି। ଚୀନ୍‌, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଓ ଥାଇଲାଣ୍ଡରୁ ଆସୁଥିବା ଯାତ୍ରୀଙ୍କ ଆର୍‌ଟି ପିସିଆର୍ ପରୀକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି। ଆସନ୍ତାକାଲି ସ୍ୱାସ୍ଥ୍ୟ ସେବାର ଯାଞ୍ଚ ପାଇଁ ସମସ୍ତ ରାଜ୍ୟ ଏକ ମକ୍ ଡ୍ରିଲ ମଧ୍ୟ ହେବ।

Related story