ମହିଳା ରୋଗୀଙ୍କ ଚୁଟି ଧରି ଘୋଷାଡ଼ିଲେ ନର୍ସ

ଲକ୍ଷ୍ନୌ: ଚୁଟି ଧରି ଘୋଷାଡ଼ି ଘୋଷାଡ଼ି ଜଣେ ମହିଳା ରୋଗୀଙ୍କୁ ନେଇ ହସପିଟାଲ ବେଡ୍‌ରେ କଚାଡ଼ିଦେଲେ। ମେଡିକାଲରେ ଜଣେ ନର୍ସଙ୍କ ଅଜବ କାଣ୍ଡ ଏବେ ସାମ୍ନାକୁ ଆସିଛି। ଘଟଣାଟି ଉତ୍ତରପ୍ରଦେଶର ଏକ ଜିଲ୍ଲା ହସ୍ପିଟାଲରେ ଘଟିଛି। ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣାରେ ମେଡିକାଲ କର୍ତ୍ତୃପକ୍ଷ ମତ ରଖି ନର୍ସ ରୋଗୀଙ୍କୁ  କୌଣସି ଅସଦାଚରଣ କରିନାହାନ୍ତି ବୋଲି କହିଛନ୍ତି। ୟୁପିର ସୀତାପୁର ଜିଲ୍ଲା ଡାକ୍ତରଖାନାର ମହିଳା ୱାର୍ଡ ଭିତରେ ଏହି ଘଟଣା […]

bed

  • Published: Friday, 28 October 2022
  • , Updated: 28 October 2022, 04:32 PM IST

ଲକ୍ଷ୍ନୌ: ଚୁଟି ଧରି ଘୋଷାଡ଼ି ଘୋଷାଡ଼ି ଜଣେ ମହିଳା ରୋଗୀଙ୍କୁ ନେଇ ହସପିଟାଲ ବେଡ୍‌ରେ କଚାଡ଼ିଦେଲେ। ମେଡିକାଲରେ ଜଣେ ନର୍ସଙ୍କ ଅଜବ କାଣ୍ଡ ଏବେ ସାମ୍ନାକୁ ଆସିଛି। ଘଟଣାଟି ଉତ୍ତରପ୍ରଦେଶର ଏକ ଜିଲ୍ଲା ହସ୍ପିଟାଲରେ ଘଟିଛି। ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣାରେ ମେଡିକାଲ କର୍ତ୍ତୃପକ୍ଷ ମତ ରଖି ନର୍ସ ରୋଗୀଙ୍କୁ  କୌଣସି ଅସଦାଚରଣ କରିନାହାନ୍ତି ବୋଲି କହିଛନ୍ତି। ୟୁପିର ସୀତାପୁର ଜିଲ୍ଲା ଡାକ୍ତରଖାନାର ମହିଳା ୱାର୍ଡ ଭିତରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଦୃଶ୍ୟ ଅନୁଯାୟୀ ଜଣେ ନର୍ସ ସମ୍ପୃକ୍ତ ରୋଗୀଙ୍କ ଚୁଟି ଧରି ଟାଣୁଛନ୍ତି। ଏଥିରେ ଜଣେ ପୁରୁଷ ସହାୟକ ତାଙ୍କୁ ସହାୟତା କରୁଛନ୍ତି। ପରେ ରୋଗୀ ଜଣଙ୍କୁ ଠେଲି ଠେଲି ନେଇ ବେଡ ଉପରେ ପକାଇ ଦିଆଯାଉଛି। ଘଟଣାରେ ସୀତାପୁରର ମୁଖ୍ୟ ଚିକିତ୍ସା ଅଧିକାରୀ ଡ ଆରକେ ସିଂ କହିଛନ୍ତି ଯେ ,ମହିଳା ରୋଗୀଙ୍କୁ ଅକ୍ଟୋବର ୧୮ ରେ ଭର୍ତ୍ତି କରାଯାଇଥିଲା।

ପରଦିନ ରାତିରେ ତାଙ୍କ ପରିବାର ସଦସ୍ୟ ଡାକ୍ତରଖାନା ଛାଡି ପଳାଇ ଯାଇଥିଲେ।  ପରେ ମହିଳା ଜଣକ ରାତି ୧୨ଟାରୁ ଗୋଟାଏ ମଧ୍ୟରେ  ୱାଶରୁମ ନିକଟକୁ ଯାଇଥିଲେ । ହଠାତ୍ ସେ ଅସ୍ୱାଭାବିକ ଆଚଣ କରି ବିଶୃଙ୍ଖଳା କରିଥିଲେ। ସେ ପିନ୍ଧିଥିବା ଚୁଡ଼ି ଭାଙ୍ଗିବା ସହ  ପିନ୍ଧିଥିବା ପୋଷାକ ଚିରିଦେବା ଆରମ୍ଭ କରିଥିଲେ। ତାଙ୍କର ଏହି ଆଚରଣ ଅନ୍ୟ ମହିଳା ରୋଗୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ​​।

ଡାକ୍ତରଖାନା କର୍ମଚାରୀମାନେ ତାଙ୍କୁ ରୋକିବା ପାଇଁ ପୟାସ କରଥିଲେ। ସେ ଆହୁରି କହିଛନ୍ତି ଯେ, ୱାର୍ଡରେ ଡ୍ୟୁଟିରେ ଥିବା ନର୍ସ ପୋଲିସ ଏବଂ ଅନ୍ୟ ୱାର୍ଡର ନର୍ସମାନଙ୍କୁ ସାହାଯ୍ୟ ଡାକିଥିଲେ। ରୋଗୀଙ୍କ ସହ କୌଣସି ଦୁର୍ବ୍ୟବହାର କରାଯାଇ ନାହିଁ ବୋଲି ସେ କହିଛନ୍ତି।

Related story