ଲକ୍ଷ୍ନୌ: ହଟକେ ଅନ୍ଦାଜ ସହ ମଡେଲ ଲୁକ୍। ରଙ୍ଗ ଢଙ୍ଗରେ ଆକର୍ଷଣୀୟ ଠାଣୀ ସାଙ୍ଗକୁ ସେଲିବ୍ରେଟି ଷ୍ଟାଇଲରେ ଚାଲି। ନିଜ ରୂପ ରଙ୍ଗରେ ଘାଇଲା କରି ଦେଉଥିବା ଏହି ସୁନ୍ଦରୀ ଜଣକ ଉତ୍ତରପ୍ରଦେଶ ନିର୍ବାଚନର ବେଶ ଚର୍ଚ୍ଚାକୁ ଆସିଛନ୍ତି। ଏହି ମହିଳା ଜଣକ ନିର୍ବାଚନ ମଇଦାନରେ ଉଭା ହୋଇ ନାହାନ୍ତି ସତ କିନ୍ତୁ ତାଙ୍କୁ ନେଇ ସୋଶାଲ ମିଡିଆରେ କ୍ରେଜ୍ ବଢ଼ିବାରେ ଲାଗିଛି। ସ୍ଲିଭଲେସ୍ ବ୍ଲାକଟପ୍କ୍ରପ୍ ଏବଂ ବେଗ୍ଗି ପ୍ୟାଣ୍ଟ ସାଙ୍ଗକୁ ଆଖିରେ କଳାଚଷମା ପିନ୍ଧି ସମସ୍ତଙ୍କ ଦୃଷ୍ଟିର କେନ୍ଦ୍ର ବିନ୍ଦୁଥିବା ଏହି ମହିଳା ଜଣକ ହେଉଛନ୍ତି ପୁଲିଂ ଅଫିସର ରୀନା ଦ୍ୱିବେଦୀ।
ସୋଶାଲ ମିଡିଆରେ ଟ୍ରେଣ୍ଡିଂରେ ଥିବା ରୀନା ଉତ୍ତରପ୍ରଦେଶ ବିଧାନ ସଭା ନିର୍ବାଚନରେ ପ୍ରଜାଇଡିଂ ଅଫିସର ଦାୟତ୍ୱରେ ଅଛନ୍ତି। ଆଜି ତାଙ୍କୁ ଲକ୍ଷ୍ନୌର ବସ୍ତିୟାର ୧୧୪ ନମ୍ବର ବୁଥ୍ରେ ଦେଖିବାକୁ ମିଳିଥିଲା। ପୂର୍ବରୁ ହଳିଦିଆ ଶାଢ଼ୀରେ ଚମକୁଥିବା ରୀନା ୨୦୧୯ରେ ଏକ ପୁଲିଂ ବୁଥରେ ଦାୟିତ୍ୱରେ ଥିବା ବେଳେ ଭାଇରାଲ ହୋଇଥିଲେ।
ନିର୍ବାଚନ ଦାୟିତ୍ୱରେ ଥିବା ବେଳେ ତାଙ୍କର ଫଟୋକୁ ଜଣେ ସହଯୋଗୀ ଉଠାଇ ଥିଲେ। ପରେ ଏହି ଫଟୋ ବେଶ ଭାଇରାଲ ହୋଇଥିଲା। ଏହା ପରେ ସେ ରାତାରାତି ଇଣ୍ଟରନେଟ୍ ସେନ୍ସେସେନ୍ ପାଲଟି ଯାଇଥିଲେ। ଉତ୍ତରପ୍ରଦେଶରେ ପିଡବ୍ଲ୍ୟଡି ଅଫିସର ଥିବା ରୀନା ସୋଶାଲ ମିଡିଆରେ ବେଶ ଆକ୍ଟିଭ ଅଛନ୍ତି। ନିଜର ଅନେକ ଫଟୋ ଏବଂ ଭିଡିଓ ସେୟାର କରି ଇନ୍ଷ୍ଟାଗ୍ରାମରେ ଛାଇ ହୋଇଯାଇଥିବା ରୀନାଙ୍କର ୨ ଲକ୍ଷ ଫଲୋଅର୍ସ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।