ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ପୂଜକକୁ ଆଜୀବନ କାରାଦଣ୍ଡ

ମୁଜାଫରନଗର: ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଜଣେ ପୂଜକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସମ୍ପୃକ୍ତ ପୂଜକଙ୍କୁ କୋର୍ଟ ଗୁରୁବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଉତ୍ତରପ୍ରଦେଶର ମୁଜାଫରନଗରର ଏକ ଅଦାଲତ ଏହି ରାୟ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ପୂଜକ ହେଲେ ପ୍ରେମଚାନ୍ଦ ଗୋସ୍ୱାମୀ। ଅତିରିକ୍ତ ଜିଲ୍ଲା ସେସନ କୋର୍ଟର ବିଚାରପତି ଚୋଟେଲାଲ ଯାଦବ ଦୋଷୀ ପ୍ରେମଚାନ୍ଦଙ୍କ ଉପରେ ଅତିରିକ୍ତ ୨୫,୦୦୦ ଟଙ୍କା ଜୋରିମାନା ଲଗାଇଛନ୍ତି। ସରକାରୀ ‌ଓକିଲ ରାଜୀବ ଶର୍ମାଙ୍କ ଅନୁଯାୟୀ, […]

Court

  • Published: Thursday, 10 November 2022
  • , Updated: 10 November 2022, 05:45 PM IST

ମୁଜାଫରନଗର: ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଜଣେ ପୂଜକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସମ୍ପୃକ୍ତ ପୂଜକଙ୍କୁ କୋର୍ଟ ଗୁରୁବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଉତ୍ତରପ୍ରଦେଶର ମୁଜାଫରନଗରର ଏକ ଅଦାଲତ ଏହି ରାୟ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ପୂଜକ ହେଲେ ପ୍ରେମଚାନ୍ଦ ଗୋସ୍ୱାମୀ। ଅତିରିକ୍ତ ଜିଲ୍ଲା ସେସନ କୋର୍ଟର ବିଚାରପତି ଚୋଟେଲାଲ ଯାଦବ ଦୋଷୀ ପ୍ରେମଚାନ୍ଦଙ୍କ ଉପରେ ଅତିରିକ୍ତ ୨୫,୦୦୦ ଟଙ୍କା ଜୋରିମାନା ଲଗାଇଛନ୍ତି।

ସରକାରୀ ‌ଓକିଲ ରାଜୀବ ଶର୍ମାଙ୍କ ଅନୁଯାୟୀ, ଜଣେ ଦ୍ୱିତୀୟ ବର୍ଷ କଲେଜ ଛାତ୍ରୀ ୨୦୧୬ରେ ସ୍ଥାନୀୟ ମନ୍ଦିରରେ ପ୍ରାର୍ଥନା କରିବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଅପହରଣ କରାଯାଇଥିଲା। ଶର୍ମା କହିଛନ୍ତି ଯେ ମନ୍ଦିରର ପୁରୋହିତ ପ୍ରେମଚାନ୍ଦ ଗୋସ୍ୱାମୀଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ଅପହରଣର ୪ ମାସ ପରେ ଛାତ୍ରୀ ଜଣଙ୍କର ପତ୍ତା ମିଳିଥିଲା। ।

ପୀଡିତା ପୁଲିସକୁ କହିଥିଲେ ଯେ, ଏହି ସମୟ ମଧ୍ୟରେ ପୂଜକ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ। ପୁଲିସ ଆଖିରୁ ଖସିଯିବା ପାଇଁ ପୂଜକ ବାରମ୍ବାର ସ୍ଥାନ ମଧ୍ୟ ପରିବର୍ତ୍ତନ କରୁଥିଲେ। ପରେ ପୁଲିସ ତାଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିଲା। ତଦନ୍ତ ପରେ ପୁଲିସ ଏକ ଚାର୍ଜସିଟ୍ ଦାଖଲ କରିଥିଲା । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ପ୍ରେମଚାନ୍ଦ ଗୋସ୍ୱାମୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ।

Related story