ଭୋପାଳ: ଘରେ ପୁଅକୁ ଛାଡ଼ି ବିବାହ ଭୋଜିକୁ ଚାଲିଗଲେ ବାପା ମା’। ହେଲେ ଫେରିଲା ବେଳକୁ ଆଉ ନିଜ ପୁଅ ନଥିଲା। ପୁଅର ମଲା ମୁହଁକୁ ଦେଖିଲେ ପରିବାର ଲୋକେ। ସାଙ୍ଗରେ ନନେବାରୁ ଏଥିରେ ହତାଶ ହୋଇ ଛୋଟ ପିଲାଟି ଜୀବନ ହାରିଦେଇଛନ୍ତି। ଶନିବାର ରାତିରେ ମଧ୍ୟପ୍ରଦେଶର ଭୋପାଳରେ ଗୋବିନ୍ଦପୁର ରେସିଡେଣ୍ଟ ଏରିଆରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ପୁଲିସର କହିବା ଅନୁଯାୟୀ ଆତ୍ମହତ୍ୟା କରିଥିବା ବାଳକ କ୍ଲାସ୍ ୬ରେ ପଢ଼ୁଥିଲେ। ତାଙ୍କ ନାମ ଆର୍ଯ୍ୟନ୍।
ଶନିବାର ତାଙ୍କ ବାପା-ମା ବିବାହ ଉତ୍ସବକୁ ଗଲା ବେଳେ ଆର୍ଯ୍ୟନ୍ଙ୍କୁ ଅଟକିବାକୁ କହିଥିଲେ। ବଡ଼ଭାଇ ଆସିଲେ ସାଙ୍ଗ ହୋଇ ବିବାହ ଉତ୍ସବକୁ ଯିବାକୁ କହି ଥିଲେ । କିନ୍ତୁ ବଡ଼ ଭାଇ ଏକ ସ୍ଥାନୀୟ କ୍ଲବକୁ ଯାଇଥିବାରୁ ଫେରିବାକୁ ବିଳମ୍ବ ହୋଇଥିଲା। ଘରେ ଏକା ରହି ଆର୍ଯ୍ୟନ ବିରକ୍ତ ହୋଇ ଚରମ ପଦକ୍ଷେପ ନେଇଥିଲେ। ଆର୍ଯ୍ୟନ୍ ଏକ ରସି ଆଣି ଘରେ ଥିବା ଫ୍ୟାନ୍ରେ ଝୁଲି ପଡ଼ିଥିବା ପୁଲିସ କହିଛି । ଖବର ପାଇ ପଡ଼ୋଶୀ ଆସି ଆର୍ଯ୍ୟନଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ କହିବା ପାଇଁ ଆର୍ଯ୍ୟନ ବାପା ମାଙ୍କ ସହ ବିବାହ ଉତ୍ସବ ଯିବାକୁ ଜିଦ ଧରିଥିଲା। କିନ୍ତୁ ସେମାନେ ତାଙ୍କୁ ସାଙ୍ଗରେ ନେଇ ନଥିଲେ। ଏକଥା ଆର୍ଯ୍ୟନଙ୍କ ଅଭିଭାବକ କହିଛନ୍ତି । ତେଣୁ ଘରେ ଏକା ରହି ଆର୍ଯ୍ୟନ ରାଗରେ ଆତ୍ମହତ୍ୟା କରିଥିବା ପୁଲିସ ଅନୁମାନ କରୁଛି। ତଥାପି ଘଟଣାର ତଦନ୍ତ କରାଯିବ ବୋଲି ପୁଲିସ କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।