ବିନା ଅନୁମତରେ ଲାକ୍ଷାଦ୍ୱୀପ ନିକଟରେ ଅପରେସନ କଲା ଆମେରିକା

ନୂଆଦିଲ୍ଲୀ: ଏକ ଅଭୂତ ପୂର୍ବ ଘଟଣା ଘଟିଛି। ବିନା ଅନୁମତିରେ ଆମେରିକା ନୌସେନା ଭାରତୀୟ ଜଳରାଶିରେ ପ୍ରବେଶ କରି ଅପରେସନ କରିଛି। ଆମେରିକା ନୌସେନା ଚଳିତ ସପ୍ତାହରେ ଯବାନମାନେ ‘ଫ୍ରିଡମ ଅଫ ନାଭିଗେସନ ପ୍ୟାଟ୍ରୋଲ୍ସ’ ଲାକ୍ଷାଦ୍ୱୀପ ନିକଟରେ ଥିବା Indian Exclusive Economic Zone(EEZ)ରେ କରିଛି। ଆମେରିକା ନୌସେନା ଇଇଜେଡ୍‌ରେ ଅପରେସନ୍‌ କରିଥିଲେ ହେଁ ଏହା ପୂର୍ବରୁ ଭାରତ ଠାରୁ କୌଣସି ପ୍ରକାରର ଅନୁମତି ନେଇନାହିଁ। ଆମେରିକା ନୌସେନେ ସବୁବେଳେ ଦକ୍ଷିଣ ଚାଇନା ସାଗରରେ ଏଭଳି ଅପରେସନ […]

US-Navy

Hemant Lenka
  • Published: Friday, 09 April 2021
  • , Updated: 09 April 2021, 04:14 PM IST

ନୂଆଦିଲ୍ଲୀ: ଏକ ଅଭୂତ ପୂର୍ବ ଘଟଣା ଘଟିଛି। ବିନା ଅନୁମତିରେ ଆମେରିକା ନୌସେନା ଭାରତୀୟ ଜଳରାଶିରେ ପ୍ରବେଶ କରି ଅପରେସନ କରିଛି। ଆମେରିକା ନୌସେନା ଚଳିତ ସପ୍ତାହରେ ଯବାନମାନେ ‘ଫ୍ରିଡମ ଅଫ ନାଭିଗେସନ ପ୍ୟାଟ୍ରୋଲ୍ସ’ ଲାକ୍ଷାଦ୍ୱୀପ ନିକଟରେ ଥିବା Indian Exclusive Economic Zone(EEZ)ରେ କରିଛି। ଆମେରିକା ନୌସେନା ଇଇଜେଡ୍‌ରେ ଅପରେସନ୍‌ କରିଥିଲେ ହେଁ ଏହା ପୂର୍ବରୁ ଭାରତ ଠାରୁ କୌଣସି ପ୍ରକାରର ଅନୁମତି ନେଇନାହିଁ।

ଆମେରିକା ନୌସେନେ ସବୁବେଳେ ଦକ୍ଷିଣ ଚାଇନା ସାଗରରେ ଏଭଳି ଅପରେସନ କରିଥାଏ। ଏହି ଅଞ୍ଚଳରେ ଚାଇନା ଦିନକୁ ଦିନ ନିଜର ଦବଦବା ଦେଖାଉଥିବାରୁ ଆମେରିକା ନୌସେନା ଏଠାରେ ପ୍ୟାଟ୍ରୋଲିଂ କରୁଛି। କିନ୍ତୁ ଆମେରିକା କାହିଁକି ବିନା ଅନୁମତିରେ ଭାରତର ଇଇଜେଡ୍‌ରେ ପ୍ରବେଶ କଲା ଓ ପ୍ୟାଟ୍ରୋଲିଂ କଲା, ତା’କୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଭାରତ ପକ୍ଷରୁ ଏଯାଏ ଏହା ଉପରେ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଆମେରିକା ନୌସେନା ଗୋଟିଏ ବିବୃତିରେ କହିଛି ଯେ ଏପ୍ରିଲ ୭ରେ ଭାରତ ବିନା ଅନୁମତିରେ ଲାକ୍ଷାଦ୍ୱୀପର ପଶ୍ଚିମରୁ ୧୩୦ କିମି ଦୂରରେ ଅପରେସନରେ ହୋଇଥିଲା। ଏହି ସମୟରେ Arleigh Burke-class ଗାଇଡେଡ ମିସାଇଲ ବେଶ ସଫଳତାର ସହ ୟୁଏସଏସ ଜନ ପଲ ଜୋନ୍ସକୁ ଧ୍ୱଂସ କରିଛି।

ଆମେରିକା ଅନ୍ତର୍ଜାତୀୟ ଆଇନକୁ ନଜରରେ ରଖି ଅପରେସନ କରିଛି। ଇଣ୍ଡୋ-ପ୍ୟାସିଫିକ ଅଞ୍ଚଳରେ ଆମେରିକା ଦୈନିକ ପ୍ୟାଟ୍ରୋଲିଂ କରେ। ଅନ୍ତର୍ଜାତୀୟ ଆଇନ ଅନୁମତି ଥିବା ଅଞ୍ଚଳରେ ଆମେରିକା ଉଡ଼ାଣ ଓ ଜାହାଜ ଚଳାଇଲେ କିଛି ବି ଅସୁବିଧା ନାହିଁ। ଏଥର ମଧ୍ୟ ସମାନ ନୀତି ଅବଲମ୍ବନ କରାଯାଇଛି ବୋଲି ଆମେରିକା ନୌସେନା ପକ୍ଷରୁ କୁହାଯାଇଛି।

Related story