ଟିକା ନଷ୍ଟର ତଥ୍ୟ ଜାରି, ଆଗରେ ଏହି ସବୁ ରାଜ୍ୟ

ନୂଆଦିଲ୍ଲୀ: ଦେଶରେ ଟିକାର ଅଭାବ ରହିଛି। କିଭଳି ଲୋକଙ୍କୁ ଅଧିକରୁ ଅଧିକ ଟିକା ଦିଆଯାଇପାରିବ ସେ ନେଇ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ହେଲେ ଏହାରି ଭିତରେ କେନ୍ଦ୍ର ସରକାର ବାରମ୍ୱାର କହି ଆସୁଛି ଅନେକ ରାଜ୍ୟରେ ଟିକା ଗୁଡ଼ିକ ବ୍ୟବହାର ହୋଇନପାରି ନଷ୍ଟ ହେଉଛି। ଏହି ନଷ୍ଟର ପରିମାଣକୁ କମାଯାଇପାରିଲେ ଟିକାର ଅଭାବ କିଛି ପରିମାଣରେ ଦୂର ହୋଇପାରନ୍ତା। ପରିବହନ, ସଂରକ୍ଷଣ ଏବଂ ଟିକାକରଣ କେନ୍ଦ୍ରରେ ମୁଖ୍ୟତଃ ଟିକା ଅପଚୟ ହେଉଛି। […]

Vaccine-1

Vaccine-1

Subhransu Sekhar
  • Published: Wednesday, 26 May 2021
  • Updated: 26 May 2021, 03:10 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଟିକାର ଅଭାବ ରହିଛି। କିଭଳି ଲୋକଙ୍କୁ ଅଧିକରୁ ଅଧିକ ଟିକା ଦିଆଯାଇପାରିବ ସେ ନେଇ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ହେଲେ ଏହାରି ଭିତରେ କେନ୍ଦ୍ର ସରକାର ବାରମ୍ୱାର କହି ଆସୁଛି ଅନେକ ରାଜ୍ୟରେ ଟିକା ଗୁଡ଼ିକ ବ୍ୟବହାର ହୋଇନପାରି ନଷ୍ଟ ହେଉଛି। ଏହି ନଷ୍ଟର ପରିମାଣକୁ କମାଯାଇପାରିଲେ ଟିକାର ଅଭାବ କିଛି ପରିମାଣରେ ଦୂର ହୋଇପାରନ୍ତା। ପରିବହନ, ସଂରକ୍ଷଣ ଏବଂ ଟିକାକରଣ କେନ୍ଦ୍ରରେ ମୁଖ୍ୟତଃ ଟିକା ଅପଚୟ ହେଉଛି।

ଖବର ସରବରାହ ସଂସ୍ଥା ଏଏନଆଇ ଟ୍ୱିଟ୍ କରି କହିଛି ଟିକା ନଷ୍ଟ କରିବାରେ ସବୁଠୁ ଆଗରେ ରହିଛି ଝାଡଖଣ୍ଡ ପରେ ଛତିଶଗଡ଼। ଟିକାକରଣର ଅପଚୟକୁ ୧% ରୁ କମ୍ ରଖିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଦେଇଛି। ଏହାପରେ ବି ଝାଡଖଣ୍ଡ ପରି ରାଜ୍ୟଗୁଡିକ ୩୭.୩% ପର୍ଯ୍ୟନ୍ତ ଅପଚୟ କରିଛନ୍ତି।

https://twitter.com/ANI/status/1397406093286907908?s=20

ଛତିଶଗଡ ୩୦.୨% ଟିକା ଅପଚୟ କରି ଦ୍ୱିତୀୟ ରେକର୍ଡ କରିଛି। ଏହାପରେ ତାମିଲନାଡୁ ୧୫.୫%, ଜମ୍ମୁ କଶ୍ମୀରରେ ୧୦.୮% ଏବଂ ମଧ୍ୟପ୍ରଦେଶରେ ୧୦.୭% ରେକର୍ଡ କରାଯାଇଛି। ଦେଶରେ ସର୍ବମୋଟ୍ ୬.୩% ଟିକା ଅପଚୟ ହୋଇଥିବା ଜଣାପଡ଼ିଛି। ଯେଉଁ ଦୁଇ ରାଜ୍ୟର ଟିକା ଅପଚୟରେ ଆଗରେ ଅଛନ୍ତି ଦୁଇଟି ଯାକ କଂଗ୍ରେସ ଶାସିତ ରାଜ୍ୟ। ଝାଡ଼ଖଣ୍ଡରେ କଂଗ୍ରେସ ଜେଏମଏମ ସହିତ ମେଣ୍ଟ ସରକାରରେ ରହିଛି କଂଗ୍ରେସ। ବିଭିନ୍ନ ସମୟରେ ଟିକାର ଅଭାବକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରକୁ ତୀର୍ଯକ ସମାଲୋଚନା କରୁଥିବା ବେଳେ ଝାଡଖଣ୍ଡ ଏବଂ ଛତିଶଗଡ଼ରେ ଟିକାର ଅପଚୟ ସର୍ବାଧିକ ରହିଛି।

ପୂର୍ବରୁ ଇକୋନମିକ୍ସ ଟାଇମ୍ସ ଏକ ରିପୋର୍ଟ ଜାରି କରିଥିଲା। ଯେଉଁଥିରେ ବିଜେପି ଏବଂ ସହଯୋଗୀ ଦଳ ଦ୍ୱାରା ଶାସିତ ରାଜ୍ୟ ହରିଆଣାରେ ସର୍ବାଧିକ ଟିକା ନଷ୍ଟ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ଦୁଇ ସପ୍ତାହ ପୂର୍ବରୁ ପ୍ରକାଶ ପାଇଥିବା ଏହି ରିପୋର୍ଟ ଅନୁଯାୟୀ ହରିଆଣାରେ କୋଭିଶିଲ୍ଡ ୬% ଏବଂ କୋଭାକ୍ସିନ ୧୦% ଟିକା ନଷ୍ଟ ହୋଇଛି। ତେବେ ହରିଆଣାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜୀବ ଆରୋରା କହିଛନ୍ତି ଯେ ରାଜ୍ୟ ଟିକା ଅପଚୟ ହାରକୁ ଯଥାକ୍ରମେ ୩.୧% ଏବଂ ୨.୪% କୁ ହ୍ରାସ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos