ବ୍ଲାକ ଫଙ୍ଗସ ପରେ ଚିନ୍ତା ବଢ଼ାଇଲା ଆଉ ଗୋଟିଏ ଫଙ୍ଗଲ, ୮ ଜଣ ହେଲେଣି ଆକ୍ରାନ୍ତ

ଭଦୋଦରା: କରୋନା ସଂକ୍ରମଣ ସାଙ୍ଗକୁ ବ୍ଲାକ ଫଙ୍ଗସ ବା ମ୍ୟୁକ୍ରୋମାଇସିସି ଚିନ୍ତା ବଢ଼ାଇଥିବା ବେଳେ ଏବେ ଆଉ ଫଙ୍ଗଲ ରୋଗ ସାମ୍ନାକୁ ଆସିଛି। ଗୁଜରାଟର ଭରୋଦରାରେ ବ୍ଲାକ ଫଙ୍ଗସ ପରେ ଏବେ ଆସପେରଗିଲୋସିସରେ ଲୋକମାନେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଏଯାଏ ୮ ଜଣ ଏହି ନୂଆ ଫଙ୍ଗଲ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବ୍ଲାକ ଫଙ୍ଗସ ପରି କରୋନାରୁ ନିକଟରେ ସୁସ୍ଥ ହେଉଥିବା ଲୋକଙ୍କ ଶରୀରରେ ଆସପେରଗିଲୋସିସ ଚିହ୍ନଟ ହେଉଛି। ଗୁରୁବାର ସୁଦ୍ଧା ୨୬୨ ଜଣ ବ୍ଲାକ ଫଙ୍ଗସରେ […]

Black-Fungus

Hemant Lenka
  • Published: Thursday, 27 May 2021
  • , Updated: 27 May 2021, 09:33 PM IST

ଭଦୋଦରା: କରୋନା ସଂକ୍ରମଣ ସାଙ୍ଗକୁ ବ୍ଲାକ ଫଙ୍ଗସ ବା ମ୍ୟୁକ୍ରୋମାଇସିସି ଚିନ୍ତା ବଢ଼ାଇଥିବା ବେଳେ ଏବେ ଆଉ ଫଙ୍ଗଲ ରୋଗ ସାମ୍ନାକୁ ଆସିଛି। ଗୁଜରାଟର ଭରୋଦରାରେ ବ୍ଲାକ ଫଙ୍ଗସ ପରେ ଏବେ ଆସପେରଗିଲୋସିସରେ ଲୋକମାନେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଏଯାଏ ୮ ଜଣ ଏହି ନୂଆ ଫଙ୍ଗଲ ରୋଗରେ ଆକ୍ରାନ୍ତ ହୋଇଛନ୍ତି।

ବ୍ଲାକ ଫଙ୍ଗସ ପରି କରୋନାରୁ ନିକଟରେ ସୁସ୍ଥ ହେଉଥିବା ଲୋକଙ୍କ ଶରୀରରେ ଆସପେରଗିଲୋସିସ ଚିହ୍ନଟ ହେଉଛି। ଗୁରୁବାର ସୁଦ୍ଧା ୨୬୨ ଜଣ ବ୍ଲାକ ଫଙ୍ଗସରେ ଚିହ୍ନଟ ହୋଇଥିବା ବେଳେ ୮ ଜଣ ନୂଆ ଆସପେରଗିଲୋସିସରେ ପୀଡ଼ିତ ହୋଇଛନ୍ତି। ଏହି ୮ ଜଣ ଆକ୍ରାନ୍ତଙ୍କୁ ଭଦୋଦରାର ଏସଏସଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଡାକ୍ତରଙ୍କ କହିବା କଥା ରୋଗ ପ୍ରତିରୋଧକ ଶକ୍ତି କମ ଥିବା ଲୋକଙ୍କ ଶରୀରରେ ସାଧାରଣତଃ ପୁଲମୋନାରୀ ଆସପେରଗିଲୋସିସ ଦେଖାଯାଏ। କିନ୍ତୁ ସିନସୁ ପୁଲମୋନାରୀ ଆସପେରଗିଲୋସିସ ବେଶ ବିରଳ। ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି କିମ୍ବା ଏଥିରୁ ଆରୋଗ୍ୟ ଲାଭ କରିଛନ୍ତି, ସେମାନଙ୍କ ଶରୀରରେ ଆସପେରଗିଲୋସିସ ଦେଖାଯାଉଛି।

ବ୍ଲାକ ଫଙ୍ଗସ ପରି ଆସପେରଗିଲୋସିସ ଅତ୍ୟନ୍ତ ଭୟଙ୍କର ନୁହେଁ। କିନ୍ତୁ ଏହା ରୋଗୀଙ୍କ ଜୀବନ ନେବାର କ୍ଷମତା ରଖିଛି। ଆସପେରଗିଲୋସିସରେ ପୀଡ଼ିତ ଲୋକଙ୍କ ଶରୀରରେ ଆଲର୍ଜି, ଫୁସଫୁସ ସଂକ୍ରମଣ ଓ ଶରୀରରେ ବିଭିନ୍ନ ଅଙ୍ଗରେ ସଂକ୍ରମଣ ଭଳି ଲକ୍ଷଣ ଦେଖାଯାଏ। ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ଓ ଯେଉଁମାନେ ବିଭିନ୍ନ ରୋଗରେ ପୀଡ଼ିତ, ସେମାନେ ଆସପେରଗିଲୋସିସ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ।

Related story