ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷାଣା କଲେ ୟୁକେ କୋର୍ଟ, ଜବତ ହେବ ସମ୍ପତ୍ତି

ନୂଆଦିଲ୍ଲୀ: ପଳାତକ ଘୋଷିତ ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବ୍ରିଟେନ ହାଇକୋର୍ଟ ଦେବାଳିଆ ଘୋଷଣା କରିଛନ୍ତି। ସେ ବ୍ରିଟେନରେ ଦେବାଳିଆ ଘୋଷିତ ହୋଇଥିବାରୁ ଏବେ ଭାରତୀୟ ବ୍ୟାଙ୍କଗୁଡ଼ିକ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ସହଜରେ ଜବତ କରି ନିଜର ଋଣ ଟଙ୍କା ହାସଲ କରିପାରିବେ। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ନେତୃତ୍ୱରେ ଭାରତୀୟ ବ୍ୟାଙ୍କଗୁଡ଼ିକର ବ୍ରିଟିଶ କୋର୍ଟରେ ମାଲ୍ୟାଙ୍କ ବିରୋଧରେ ଏକ ପିଟିସନ ଦାଖଲ କରିଥିଲେ। ଏହାର ଶୁଣାଣି କରି କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି। କିଙ୍ଗଫିସର ଏୟାରଲାଇନ୍ସକୁ […]

Mally

Hemant Lenka
  • Published: Monday, 26 July 2021
  • , Updated: 26 July 2021, 09:59 PM IST

ନୂଆଦିଲ୍ଲୀ: ପଳାତକ ଘୋଷିତ ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବ୍ରିଟେନ ହାଇକୋର୍ଟ ଦେବାଳିଆ ଘୋଷଣା କରିଛନ୍ତି। ସେ ବ୍ରିଟେନରେ ଦେବାଳିଆ ଘୋଷିତ ହୋଇଥିବାରୁ ଏବେ ଭାରତୀୟ ବ୍ୟାଙ୍କଗୁଡ଼ିକ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ସହଜରେ ଜବତ କରି ନିଜର ଋଣ ଟଙ୍କା ହାସଲ କରିପାରିବେ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ନେତୃତ୍ୱରେ ଭାରତୀୟ ବ୍ୟାଙ୍କଗୁଡ଼ିକର ବ୍ରିଟିଶ କୋର୍ଟରେ ମାଲ୍ୟାଙ୍କ ବିରୋଧରେ ଏକ ପିଟିସନ ଦାଖଲ କରିଥିଲେ। ଏହାର ଶୁଣାଣି କରି କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି।

କିଙ୍ଗଫିସର ଏୟାରଲାଇନ୍ସକୁ ଦିଆଯାଇଥିବା ଋଣ ଟଙ୍କାକୁ ଆଦାୟ କରିବା ପାଇଁ ବ୍ୟାଙ୍କଗୁଡ଼ିକ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିବାକୁ ଆବେଦନ କରିଥିଲେ। କୋର୍ଟ ଦେବାଳିଆ ଘୋଷଣା କରିଥିବା ବ୍ୟାଙ୍କଗୁଡ଼ି ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ମାଲ୍ୟାଙ୍କ ସମ୍ପତ୍ତି ଏବେ ବେଶ ସହଜରେ ଜବତ କରିପାରିବେ। ତେବେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ଆବେଦନ କରିବାର ଏକ ସୁଯୋଗ ମାଲ୍ୟାଙ୍କ ପାଖରେ ରହିଛି। ତାଙ୍କ ଓକିଲ ଖୁବଶୀଘ୍ର ଏହାକୁ ଚ୍ୟାଲେଞ୍ଜ କରିବେ ବୋଲି ଜଣାପଡ଼ିଛି।

ଜୁଲାଇରେ ବିଜୟ ମାଲ୍ୟାଙ୍କୁ ଋଣ ଦେଇଥିବା ବ୍ୟାଙ୍କଗୁଡ଼ିକ ତାଙ୍କ ଅଂଶଧନ ବିକ୍ରି କରି ୭୯୨.୧୨ କୋଟି ଟଙ୍କା ହାସଲ କରିଥିଲେ। ମନି ଲଣ୍ଡରିଂ ମାମଲାରେ ଇଡି ଏହି ଶେୟାର ଗୁଡ଼ିକୁ ଜବତ କରିଥିଲା।

ସୂଚନାଯୋଗ୍ୟ, କିଙ୍ଗଫିସର ଏୟାରଲାଇନ୍ସର ସେବା ଜାରି ରଖିବା ପାଇଁ ମାଲ୍ୟା ଏସବିଆଇ ଓ ଅନ୍ୟାନ୍ୟ ବ୍ୟାଙ୍କରୁ ୯,୯୯୦ କୋଟି ଟଙ୍କା ଋଣ ନେଇଥିଲେ। ତେବେ କିଙ୍ଗଫିସରର ଅବସ୍ଥା ଖରାପ ହେବାକୁ କମ୍ପାନୀ ବୁଡ଼ି ଯାଇଥିଲା। ଫଳରେ ମାଲ୍ୟା ଋଣ ଟଙ୍କା ବ୍ୟାଙ୍କକୁ ଫେରସ୍ତ କରିପାରିନଥିଲେ। ସେ ଋଣ ପରିଶୋଧ କରିବା ପରିବର୍ତ୍ତେ ବିଦେଶକୁ ଫେରାର ହୋଇଯାଇଥିଲେ। ତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରି ଇଡି ଓ ସିବିଆଇ ତଦନ୍ତ କରୁଛନ୍ତି।

ମାଲ୍ୟା ବ୍ରିଟେନରେ ଆତ୍ମଗୋପନ କରିଥିବା ବେଳେ ତାଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି।

Related story