ଧର୍ମ ଖେଳିଲା ରକ୍ତର ହୋଲି, ଭାଇ ସାଜିଲା ଭକ୍ଷକ...ଭୁଲି ପାରୁ ନାହାନ୍ତି ସୂଲତାନା

ହାଇଦ୍ରାବାଦ: ସେଦିନ ଆଖି ଆଗରେ ନିଜ ସ୍ୱାମୀଙ୍କୁ ନିଜ ଲୋକମାନେ ଯେଉଁ ଭଳି ନୃଂଶସ ଭାବେ ପିଟିଯାଉଥିଲେ ତାକୁ କେମିତିବା ଭୁଲିପାରିବେ ସୂଲତାନା। । ତୁହାକୁ ତୁହା ନିର୍ଦ୍ଦୟ ପ୍ରହାର, ଆଉ ସ୍ୱାମୀର ଆକୁଳ ଚିତ୍କାର ସବୁ ଯେମିତି ଗୋଟି ଗୋଟି ଦୃଷ୍ୟ ତାଙ୍କ ଚେହେରାରେ ଲିପିବଦ୍ଧ ହୋଇଯାଇଛି। ହୁଏତ ଜୀବନ ଥିବା ଯାଏ ଏ ଚିହ୍ନ ଲିଭିବନି। ଆଖି ଆଗରେ ଯନ୍ତ୍ରଣାରେ ଛଟପଟ ହୋଇ ସ୍ୱାମୀ ଚାଲିଯିବାର ଦୁଃଖ ଯେତେ ବେଳେ ବଖାଣୁଥିଲେ ସୁଲତାନାଙ୍କ ଚେହେରାରେ […]

ffff

ffff

Tapas Behera
  • Published: Friday, 06 May 2022
  • Updated: 06 May 2022, 10:13 PM IST

Sports

Latest News

ହାଇଦ୍ରାବାଦ: ସେଦିନ ଆଖି ଆଗରେ ନିଜ ସ୍ୱାମୀଙ୍କୁ ନିଜ ଲୋକମାନେ ଯେଉଁ ଭଳି ନୃଂଶସ ଭାବେ ପିଟିଯାଉଥିଲେ ତାକୁ କେମିତିବା ଭୁଲିପାରିବେ ସୂଲତାନା। । ତୁହାକୁ ତୁହା ନିର୍ଦ୍ଦୟ ପ୍ରହାର, ଆଉ ସ୍ୱାମୀର ଆକୁଳ ଚିତ୍କାର ସବୁ ଯେମିତି ଗୋଟି ଗୋଟି ଦୃଷ୍ୟ ତାଙ୍କ ଚେହେରାରେ ଲିପିବଦ୍ଧ ହୋଇଯାଇଛି। ହୁଏତ ଜୀବନ ଥିବା ଯାଏ ଏ ଚିହ୍ନ ଲିଭିବନି। ଆଖି ଆଗରେ ଯନ୍ତ୍ରଣାରେ ଛଟପଟ ହୋଇ ସ୍ୱାମୀ ଚାଲିଯିବାର ଦୁଃଖ ଯେତେ ବେଳେ ବଖାଣୁଥିଲେ ସୁଲତାନାଙ୍କ ଚେହେରାରେ  କିଛି ଏମିତି ପ୍ରତିଫଳନ ବାରି ହେଉଥିଲ।  ସେଦିନର ଘଟଣା ସତେ ଯେମିତି ତାଙ୍କ ଆଖିରୁ ଲୁହ ଗୁଡ଼ିକୁ ଶୁଖାଦେଇଛି । ସ୍ୱାମୀ ମୃତ୍ୟୁର ଦୁଇଦିନ ପରେ କ୍ୟାମେରା ସାମ୍ନା କରି ସୂଲତାନା କହିଥିଲେ ଯେ, ମୁଁ ମୋ ସ୍ୱାମୀଙ୍କ ସହ ବାଇକ୍‌ରେ ଯାଉଥିଲି। ରୋଡ୍‌ କ୍ରସ ପାଇଁ ମୋ ସ୍ୱାମୀ ବାଇକ୍ ଟିକେ ଧିରେ କଲେ। ସଙ୍ଗେ ସଙ୍ଗେ ଦୁଇଟି ବାଇକ୍ ଆସିଲା।  କିନ୍ତୁ ବାଇକ୍‌ରେ ଥିବା ଦୁଇଜଣ ମୋ ଭାଇ ବୋଲି ମୁଁ ଜାଣି ନଥିଲି ।

କାରଣ ସେମାନେ ହେଲମେଟ ପିନ୍ଧି ଥିଲେ। ଉଭୟେ ମୋ ସ୍ୱାମୀଙ୍କୁ ଧକ୍କା ଦେଲେ। ସ୍ୱାମୀ ତଳେ ପଡ଼ିଗଲା ପରେ  ଦୁଇ ଜଣ ରଡ଼ ଧରି ପିଟିବାକୁ ଲାଗିଲେ। ମୁଁ ମୋ ସ୍ୱାମୀଙ୍କୁ ବଞ୍ଚାଇବାକୁ ସମସ୍ତଙ୍କୁ ନେହୁରା ହେଉଥିଲି। କିନ୍ତୁ କେହି ସାହାଯ୍ୟ ପାଇଁ ଆସିନଥିଲେ।  କିନ୍ତୁ ସମସ୍ତେ ଭିଡିଓ ସୁଟ୍‌ କରୁଥିଲେ।  ତାଙ୍କୁ ବଞ୍ଚାଇବାକୁ ସୁଯୋଗ ଥିଲା। ମୋ ସ୍ୱାମୀଙ୍କୁ ସେମାନେ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଡ଼ରେ ନିର୍ଦ୍ଦୟ ଭାବେ ପିଟିଥିଲେ। ତାଙ୍କ ମୁଣ୍ଡକୁ ଛେଛି ଖଣ୍ଡବିଖଣ୍ଡିତ କରିଦେଇଥିଲେ। ସୁଲତାନା କହିଛନ୍ତି ଯେ, ଧର୍ମକୁ ନେଇ ଆମ ଦୁହିଙ୍କ ମଧ୍ୟରେ କେବେ କଳହ ନଥିଲା ।

ସ୍ୱାମୀ କହୁଥିଲେ ମୋ ଖୁସିରେ ତାଙ୍କ ଖୁସି। ମୋ ଖୁସି ପାଇଁ ସେ ଜୀବନ ଦେଇ ଦେବେ ବୋଲି କହିଥିଲେ। ଆମ ବାହାଘରରେ ମୋ ସ୍ୱାମୀଙ୍କ ପରିବାର ଲୋକେ ରାଜି ଥିଲେ। କିନ୍ତୁ ମୋ ଭାଇମାନେ ରାଜି ନଥିଲେ। ପାଖାପାଖି ୩୦ ମିନିଟ୍‌ ଧରି ସେମାନେ ଲଗାତାର ପିଟି ଚାଲିଥିଲେ। ମୋ ସ୍ୱାମୀଘଙ୍କୁ ବଞ୍ଚାଇବା ପାଇଁ  ମୁଁ ଚିତ୍କାର କରୁଥିଲି । ସମସ୍ତଙ୍କୁ ଯାଇ ନେହୁରା ହେଉଥିଲି। ହେଲେ କେହି ଆସିଲେନି। ମୁଁ ସମାଜ ଉପରେ ଭରସା କରି କିଛି ଲାଭ ହେଲାନି । ପୂର୍ବରୁ ଆମ ଦୁହିଙ୍କ ଜୀବନ ପ୍ରତି ବିପଦ ଥିଲା। ହେଲେ ମୋ ସ୍ୱାମୀ ଏକାଠି ବଞ୍ଚିବା ଓ ଏକାଠି ମରିବା କହିଥିଲେ  । ଯେଉଁଠି ରହିବା ସାଥୀ ହୋଇ ରହିବା। ମୁଁ ତୁମ ପାଇ ଜୀବନ ଦେବାକୁ ପ୍ରସ୍ତୁତ। ଆଜି ତାଙ୍କ କଥା ସତ ହୋଇଛି। କେବଳ ମୋ ପାଇଁ ଆଜି ତାଙ୍କ ଜୀବନ ଚାଲି ଯାଇଛି। ସୁଲତାନା ମୁସଲିମ ହୋଇ ଜଣେ ହିନ୍ଦୁ ଯୁବକଙ୍କୁ ବିବାହ କରିଥିବାରୁ ପରିବାର ଲୋକେ ପ୍ରତିଶୋଧପରାୟଣ ହୋଇ ସୂଲତାନାଙ୍କ ମଥାରୁ ସିନ୍ଦୂର ପୋଛିଦେଇଛନ୍ତି।

ସୂଲତାନାଙ୍କ ଦୁଇ ଭାଇ ହିଁ ତାଙ୍କୁ ବିଧବା ସଜାଇଦେଛନ୍ତି।  ବୁଧବାର ସନ୍ଧ୍ୟାରେ ହାଇଦ୍ରାବାଦର ସରୋରନଗର  ସୂଲତାନାଙ୍କ ସ୍ୱାମୀଙ୍କୁ ପରିବାର ଲୋକେ ପିଟି ପିଟି ହତ୍ୟା କରିଛନ୍ତି। ସୂଲତାନା ଏବଂ ତାଙ୍କ ସ୍ୱାମୀ ବି.ନାଗାରାଜଜୁ  ଏକ ସ୍କୁଟି ଯୋଗେ ଘରୁ ବାହାରି ଯାଉଥିବା ବେଳେ ହଠାତ୍‌ ସୂଲତାନାଙ୍କ ଦୁଇ ଭାଇ ଆସି ଅଟକାଇ ଏକ ଲୁହା ରଡ଼ରେ ବି.ନାଗାରାଜୁଙ୍କୁ ପିଟି ପିଟି ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ। ଗତ ଜାନୁଆରୀ ୩୧ରେ ଉଭୟେ ବି. ନାଗାରାଜୁ ଏବଂ ତାଙ୍କ ପତ୍ନୀ ଆଶ୍ରିନ୍‌ ସୂଲତାନା ପ୍ରେମ ବିବାହ କରିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos