ରାମ ମନ୍ଦିର ପାଇଁ ଆସିଲା ୧୧୫ଟି ଦେଶରୁ ଜଳ

ନୂଆଦିଲ୍ଲୀ: ବିଶ୍ୱର ୭ ମହାଦ୍ୱୀପର ୧୧୫ଟି ଦେଶରୁ ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ରାମ ମନ୍ଦିର ପାଇଁ ଆସିଛି ଜଳ। ବସୁଧୈବ କୁଟୁମ୍ବକମ ନୀତିକୁ ସମ୍ମାନ ଜଣାଇ ଏପରି ଅଭିନବ ଉପାୟ ଅବଲମ୍ବନ କରାଯାଇଥିବା ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଶ୍ରୀ ସିଂହ ସିଂହ ୧୧୫ଟି ଦେଶ ଦେଇ ପ୍ରବାହିତ ନଦୀ, ଝରଣା ଓ ସମୁଦ୍ରରୁ ସଂଗୃହୀତ ହୋଇଥିବା ଜଳକୁ ଆଜି ଆକବର ରୋଡ୍‌ ସ୍ଥିତ ନିଜ ବାସଭବନରେ ଗ୍ରହଣ କରିଛନ୍ତି। ଏହି ସମୟରେ ଶ୍ରୀରାମ […]

water

Hemant Lenka
  • Published: Saturday, 18 September 2021
  • , Updated: 18 September 2021, 09:27 PM IST

ନୂଆଦିଲ୍ଲୀ: ବିଶ୍ୱର ୭ ମହାଦ୍ୱୀପର ୧୧୫ଟି ଦେଶରୁ ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ରାମ ମନ୍ଦିର ପାଇଁ ଆସିଛି ଜଳ। ବସୁଧୈବ କୁଟୁମ୍ବକମ ନୀତିକୁ ସମ୍ମାନ ଜଣାଇ ଏପରି ଅଭିନବ ଉପାୟ ଅବଲମ୍ବନ କରାଯାଇଥିବା ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଶ୍ରୀ ସିଂହ ସିଂହ ୧୧୫ଟି ଦେଶ ଦେଇ ପ୍ରବାହିତ ନଦୀ, ଝରଣା ଓ ସମୁଦ୍ରରୁ ସଂଗୃହୀତ ହୋଇଥିବା ଜଳକୁ ଆଜି ଆକବର ରୋଡ୍‌ ସ୍ଥିତ ନିଜ ବାସଭବନରେ ଗ୍ରହଣ କରିଛନ୍ତି।

ଏହି ସମୟରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟ, ଡେନମାର୍କ, ଫିଜି ଓ ନାଇଜେରିଆ ସମେତ ଅନେକ ଦେଶର ରାଷ୍ଟ୍ରଦୂତ ଉପସ୍ଥିତ ରହିଥିଲେ। ଏହି ଜଳଗୁଡ଼ିକୁ ଦିଲ୍ଲୀ ଷ୍ଟଡି ସର୍କଲ ନାମକ ଗୋଟିଏ ଏନଜିଓ ବିଭିନ୍ନ ଦେଶରୁ ସଂଗ୍ରହ କରିଥିଲା। ଏହି ଏନଜିଓଟି ବିଜେପି ନେତା ବିଜୟ ଜଲିଙ୍କ ଦ୍ୱାରା ପରିଚାଳିତ।

ଏନଜିଓର ଏପରି ଉଦ୍ୟମକୁ ଶ୍ରୀ ସିଂହ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ବିଶ୍ୱର ପ୍ରାୟ ସମସ୍ତ ଦେଶରୁ ଜଳ ଆଣିବା ଭାରତର ବସୁଧୈବ କୁଟୁମ୍ବକମଙ୍କ ନୀତିକୁ ପ୍ରତିଫଳିତ କରୁଛି। ୧୧୫ଟି ଦେଶରୁ ରାମ ମନ୍ଦିର ପାଇଁ ଜଳ ସଂଗ୍ରହ କରିବା ଏକ ଚମତ୍କାର ବିଷୟ। ମୁଁ ଆଶା କରୁଛି ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ଅନ୍ୟ ୭୭ଟି ଦେଶରୁ ମଧ୍ୟ ଜଳ ଆସିପାରିବ। ଏହି ଜଳରେ ଆମେ ‘ରାମ ଲାଲା'ଙ୍କ ଜଲାଭିଷେକ କରିପାରିବୁ ବୋଲି ରାଜନାଥ କହିଛନ୍ତି।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଭାରତୀୟ ସଂସ୍କୃତି ଅତ୍ୟନ୍ତ ସମୃଦ୍ଧ। ଜାତି, ବର୍ଣ୍ଣ ଓ ଧର୍ମ ଆଧାରରେ ଏଠାରେ କୌଣସି ଭେଦଭାବ ପ୍ରଦର୍ଶିତ ହୁଏନାହିଁ ବୋଲି ମଧ୍ୟ ରାଜନାଥ ଆଜି କହିଛନ୍ତି।

ଚମ୍ପତ ରାୟ ଏହି ଅବସରରେ କହିଛନ୍ତି, ବିଶ୍ୱର ବିଭିନ୍ନ ଦେଶରୁ ଜଳ ଆସିବା ଗୋଟିଏ ଐତିହାସିକ ମୁହୂର୍ତ୍ତ। ଅଯୋଧ୍ୟାରେ 'ସାପ୍ତସାଗରା' ନାଁରେ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ଅଛି। ତ୍ରେତୟା ଯୁଗରେ ଭଗବାନ ରାମଙ୍କ ରାଜତିଳକ ସମୟରେ ବିଶ୍ୱର ସମସ୍ତ ମହାସାଗରର ଜଳ ଏଠାକୁ ଆସିଥିଲା ବୋଲି ବିଶ୍ୱାସ କରାଯାଏ।

ଆଜି ଯେତେବେଳେ ତାଙ୍କ ଜନ୍ମସ୍ଥାନରେ ରାମ ମନ୍ଦିର ମନ୍ଦିର ନିର୍ମାଣ ହେଉଛି ସେତେବେଳେ ପୃଥିବୀର ସମସ୍ତ ମହାସାଗରର ଜଳ ପୁଣି ଥରେ ଏଠାକୁ ଅଣାଯାଇଛି। ଏହା ଆମ ପାଇଁ ଏକ ଭାବପ୍ରବଣର ବିଷୟ ବୋଲି ସେ କହିଛନ୍ତି।

Related story