‘ବୁଲ୍ଲିବାଇ’ ଝଡ଼: ଆମେ ଏତଲା ନୁହଁ, ଗିରଫ ଚାହୁଁଛୁ

ନୂଆଦିଲ୍ଲୀ: ମୁସଲିମ ମହିଳାଙ୍କୁ ନିଲାମ ଘୋଷଣା କରି ବିବାଦ ଘେରକୁ ଆସିଥିବା ‘ବୁଲ୍ଲିବାଇ’ ବିରୋଧରେ ସ୍ୱର ତେଜିବାରେ ଲାଗିଛି। ବୁଲ୍ଲିବାଇ ବିରୋଧରେ ସୋଶାଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି। ସମ୍ପୃକ୍ତ ଆପ୍ ବିରୋଧରେ  ମାମଲା ରୁଜୁ ହୋଥିଲେ ମଧ୍ୟ ତାହା ଯଥେଷ୍ଟ ନୁହଁ ବୋଲି ମୁସଲିମ ମହିଳାମାନେ କହିଛନ୍ତି।   ଏହା ପଛରେ ଥିବା ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି ହୋଇଛି। ଏହି ବୁଲ୍ଲିବାଈରେ ଶିକାର ହୋଇଥିବା ଅନେକ ମୁସଲିମ ମହିଳା ଖୋଲାଖୋଲି ମୁହଁ ଖୋଲିଛନ୍ତି। ହିବା ବେଗ୍ […]

bulibai

bulibai

Tapas Behera
  • Published: Monday, 03 January 2022
  • Updated: 05 January 2022, 03:52 PM IST

Sports

Latest News

ନୂଆଦିଲ୍ଲୀ: ମୁସଲିମ ମହିଳାଙ୍କୁ ନିଲାମ ଘୋଷଣା କରି ବିବାଦ ଘେରକୁ ଆସିଥିବା ‘ବୁଲ୍ଲିବାଇ’ ବିରୋଧରେ ସ୍ୱର ତେଜିବାରେ ଲାଗିଛି। ବୁଲ୍ଲିବାଇ ବିରୋଧରେ ସୋଶାଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି। ସମ୍ପୃକ୍ତ ଆପ୍ ବିରୋଧରେ  ମାମଲା ରୁଜୁ ହୋଥିଲେ ମଧ୍ୟ ତାହା ଯଥେଷ୍ଟ ନୁହଁ ବୋଲି ମୁସଲିମ ମହିଳାମାନେ କହିଛନ୍ତି।   ଏହା ପଛରେ ଥିବା ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି ହୋଇଛି। ଏହି ବୁଲ୍ଲିବାଈରେ ଶିକାର ହୋଇଥିବା ଅନେକ ମୁସଲିମ ମହିଳା ଖୋଲାଖୋଲି ମୁହଁ ଖୋଲିଛନ୍ତି।

ହିବା ବେଗ୍ ନାମକ ଜଣେ ସାମ୍ବାଦିକା ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଆମେ ଏତଲା ଚାହୁଁନୁ। ଆମେ ଅଭିଯୁକ୍ତଙ୍କୁ ଗିରଫ ଚାହୁଁଛୁ। ତୁରନ୍ତ ସେହି ଅସାମାଜିକ ଗୋଷ୍ଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି  ସେ ଦାବି କରିଛନ୍ତି। ସିଦ୍ର ନାମ୍ନୀ ଜଣେ ମହିଳା ଦିଲ୍ଲୀ ମହିଳା କମିଶନ କରିଥିବା ଟ୍ୱିଟ୍‌ ଉପରେ ଜବାବ ଦେଇଛନ୍ତି। ମାମଲାକୁ ଗମ୍ଭୀରତାର ସହ ନିଆଯାଇଥିବା ଦିଲ୍ଲୀ ମହିଳା କମିଶନ ଲେଖିଛନ୍ତନ୍ତି। ଏଥିପାଇଁ ଦିଲ୍ଲୀ ପୁଲିସ କମିଶନଙ୍କୁ ଚିଠି କରାଯାଇ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁରକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଉଲ୍ଲେଖ ରହିଛି। ଏହି ଟ୍ୱିଟ୍‌ରେ ଜବାବ ଦେଇ ସିଦ୍ର ଲେଖିଛନ୍ତି ଯେ, କେବଳ ମାମଲାକୁ ଗମ୍ଭୀତାର ସହ ନିଆଯାଇଛି ନା ଆଉ କଣ ପଦକ୍ଷେପ ନିଆଯାଛି ବୋଲି କହି ସମାଲୋଚନା କରିଛନ୍ତି।
https://twitter.com/_sayema/status/1477263957580607489?s=20

ଇସ୍‌ମତ ଆରା ନାମ୍ନୀ ଜଣେ ମହିଳା ‘ଗିଟହବ୍‌’କୁ ଟ୍ୟାଗ କରି  ଲେଖିଛନ୍ତି ଯେ, ଆମେ ଆପଣଙ୍କ ଅନଲାଇନ୍‌ ପ୍ଲାଟଫର୍ମରେ ବିକ୍ରି  ହେଉଛୁ ଏବଂ ଆମର ନିଲାମି ହେଉଛି । ଆମେ ଏହାର ଜବା ଚାହୁଁଛୁ଼ ଏବଂ ଆପଣ ଉତ୍ତରଦାୟୀ ବୋଲି ସେ ଲେଖିଛନ୍ତି। ସୟେମା ନାମ୍ନୀ ଜଣେ ଯୁବତୀ ଲେଖିଛନ୍ତି ଯେ, ମୋ ଭଳି ଅନେକ ମୁସଲିମ ମହିଳାଙ୍କ ନାମ ଏହି ଆପ୍‌ରେ ରହିଛି। ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ସେ ନିନ୍ଦା କରିଛନ୍ତି।

ସୂଚନା ଅନୁଯାୟୀ ମୁସଲିମ ମହିଳାଙ୍କୁ ଟାର୍ଗେଟ ଉଦ୍ଦେଶ୍ୟରେ  ‘ବୁଲ୍ଲି ବାଈ’ ନାମରେ ଏକ ଆପ ତିଆରି କରାଯାଇ ଏଥିରେ ସେମାନଙ୍କ ଫଟୋ ଅପଲୋଡ଼ କରାଯାଉଛି। ସୁଲିଲି ଡିଲସ୍‌ ଏବଂ ଜିଟ୍‌ହଭ ଭଳି ଗ୍ରୁପ୍ ତିଆରି କରାଯାଇ ସୋଶାଲ ମିଡିଆରୁ ମୁସଲିମ ମହିଳାଙ୍କ ଫଟୋ ସଂଗ୍ରହ କରାଯାଉଛି। ପରେ ବୁଲ୍ଲି ବାଈରେ ଅପଲୋଡ଼ କରାଯାଉଛି।  ପରେ ନିଲାମରେ ଅଂଶଗ୍ରହଣ ପାଇଁ  ଡକରା ହେଉଛି। ଏହି  ‘ବୁଲ୍ଲି ବାଈ’ ଗ୍ରୁପ୍‌ରେ ଅନେକ ମୁସଲିମ ମହିଳାଙ୍କ ଫଟୋ ଅପଲୋଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଆପ୍‌ରେ ଜଣେ ମହିଳା ସାମ୍ବାଦିକା ଫସିବା ପରେ  ଟ୍ୱିଟ୍‌ କରି ଅଭିଯୋଗ କରିଥିଲେ। ଏହା ପରେ ଆକ୍ସନମୁଡ୍ ଆସିଥିଥିଲା ଦିଲ୍ଲୀ ପୁଲିସ ଏବଂ ଆଇଟି ମନ୍ତ୍ରଣାଳୟ।  ଉକ୍ତ ଆପ୍‌କୁ ବ୍ୟାନ୍‌ କରାଯାଇଥିବା ବେଳେ ପୁଲିସ ସାଇବର ଅପରାଧିକ ମାମଲା ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos