ବୁଷ୍ଟର ଡୋଜ୍‌ ସତ୍ତ୍ୱେ ସବୁ ଭାରତୀୟ ଓମିକ୍ରନ ପଞ୍ଝାରେ ପଡ଼ିବେ!

ନୂଆଦିଲ୍ଲୀ: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ ବର୍ତ୍ତମାନ ଅଣାୟତ୍ତ ହୋଇଯାଇଛି। ଏହି ଭାରିଏଣ୍ଟରେ ସମସ୍ତ ଭାରତୀୟ ଆକ୍ରାନ୍ତ ହେବେ। କରୋନା ଟିକାର ବୁଷ୍ଟର ଡୋଜ୍‌ ସଂକ୍ରମଣକୁ ରୋକିପାରିବ ନାହିଁ ବୋଲି ବରିଷ୍ଠ ସରକାରୀ ବିଶେଷଜ୍ଞ ଡା ଜୟ ପ୍ରକାଶ ମୁଲିୟିଲ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, କରୋନା ଆଉ ମାରାତ୍ମକ ରୋଗ ହୋଇନାହିଁ। କାରଣ ଏହାର ନୂଆ ଷ୍ଟ୍ରେନ ଯୋଗୁ ବହୁତ କମ ଲକ୍ଷଣ ଦେଖାଯାଉଛି। ହସ୍ପିଟାଲରେ ମଧ୍ୟ ଅଧିକ ଲୋକଙ୍କୁ ଭର୍ତ୍ତି ହେବାକୁ ପଡ଼ୁନି। ଓମିକ୍ରନ […]

Omicron

Hemant Lenka
  • Published: Tuesday, 11 January 2022
  • , Updated: 11 January 2022, 08:25 PM IST

ନୂଆଦିଲ୍ଲୀ: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ ବର୍ତ୍ତମାନ ଅଣାୟତ୍ତ ହୋଇଯାଇଛି। ଏହି ଭାରିଏଣ୍ଟରେ ସମସ୍ତ ଭାରତୀୟ ଆକ୍ରାନ୍ତ ହେବେ। କରୋନା ଟିକାର ବୁଷ୍ଟର ଡୋଜ୍‌ ସଂକ୍ରମଣକୁ ରୋକିପାରିବ ନାହିଁ ବୋଲି ବରିଷ୍ଠ ସରକାରୀ ବିଶେଷଜ୍ଞ ଡା ଜୟ ପ୍ରକାଶ ମୁଲିୟିଲ କହିଛନ୍ତି।

ତାଙ୍କ କହିବା ଅନୁଯାୟୀ, କରୋନା ଆଉ ମାରାତ୍ମକ ରୋଗ ହୋଇନାହିଁ। କାରଣ ଏହାର ନୂଆ ଷ୍ଟ୍ରେନ ଯୋଗୁ ବହୁତ କମ ଲକ୍ଷଣ ଦେଖାଯାଉଛି। ହସ୍ପିଟାଲରେ ମଧ୍ୟ ଅଧିକ ଲୋକଙ୍କୁ ଭର୍ତ୍ତି ହେବାକୁ ପଡ଼ୁନି। ଓମିକ୍ରନ ଏମିତି ଏକ ଭାରିଏଣ୍ଟ, ଯାହା ସହ ଆମେ ଲଢ଼େଇ କରିବାକୁ ସକ୍ଷମ ବୋଲି ଆଇସିଏମଆରର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଏପିଡେମିଓଲୋଜିର ଅଧ୍ୟକ୍ଷ ଡା ଜୟପ୍ରକାଶ କହିଛନ୍ତି।

ସେ କହିଛନ୍ତି, “ସଂକ୍ରମିତ ହୋଇଥିବା ସତ୍ତ୍ୱେ ଆମେ ଅଧିକାଂଶ ଏକଥା ଜାଣିପାରୁନୁ। ଏପରି କି ୮୦% ଭାରତୀୟ ଜାଣି ନାହାନ୍ତି, ସେମାନେ କେତେ ବେଳେ ଏହା ଦ୍ୱାରା ସଂକ୍ରମିତ ହୋଇଥିଲେ ବା ହୋଇଛନ୍ତି।” କୌଣସି ମେଡିକାଲ ସଂସ୍ଥା ବୁଷ୍ଟର ଡୋଜ୍‌ ସମ୍ପର୍କରେ ପ୍ରସ୍ତାବ ଦେଇ ନଥିବା ମଧ୍ୟ ଡା ଜୟପ୍ରକାଶ କହିଛନ୍ତି। ତାଙ୍କ କହିବା କଥା ମହାମାରୀର ପ୍ରାକୃତିକ ଗତିକୁ କୌଣସି ବୁଷ୍ଟର ଡୋଜ୍ କେବେ ହେଲେ ଅଟକାଇ ପାରିବନି।

ଭାଇରସର ସଂକ୍ରମିତ ହାର ଦୁଇ ଦିନରେ ଦୁଇ ଗୁଣ ହେଉଛି। ଟେଷ୍ଟ ଦ୍ୱାରା ଭାଇରସ ଠାବ ହେବା ପୂର୍ବରୁ ଏହା ଅନ୍ୟମାନଙ୍କୁ ସଂକ୍ରମିତ କରୁଛି। ତେଣୁ ଟେଷ୍ଟ କରିବା ପରେ ମଧ୍ୟ ଭାଇରସ ଠାରୁ ବହୁତ ପଛରେ ଆମେ ରହୁଛେ। ତେଣୁ ଏହା ମହାମାରୀ ଉପରେ କୌଣସି ପ୍ରଭାବ ଦେଖାଇ ପାରିବ ନାହିଁ।

କୌଣସି ସରକାରୀ ସଂସ୍ଥା ବୁଷ୍ଟର ଡୋଜ୍‌ ସପକ୍ଷରେ କେବେ ହେଲେ ପ୍ରସ୍ତାବ ଦେଇ ନାହାନ୍ତି। ଦେଶରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଦୁଇଟି ଡୋଜ୍ ନେଲେ ମଧ୍ୟ ସେମାନଙ୍କ ଶରୀରରେ କୌଣସି ପ୍ରକାରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେଉନାହିଁ। ବିଶେଷ କରି ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଏପରି ସ୍ଥିତି ଦେଖାଯାଉଛି। ସେହିପରି ଲୋକଙ୍କୁ ବୁଷ୍ଟର ଡୋଜ୍ ଦେବାକୁ କେବଳ ବିଚାର କରାଯାଇଥିଲା ବୋଲି ସେ କହିଛନ୍ତି।

ଲକଡାଉନ ସଂକ୍ରମଣକୁ ରୋକିପାରିବା ପ୍ରସଙ୍ଗରେ ମଧ୍ୟ ଡା ଜୟପ୍ରକାଶ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ଆମେ ଦୀର୍ଘ ଦିନ ଧରି ଘର ମଧ୍ୟରେ ବନ୍ଦ ହୋଇ ରହିପାରିବା ନାହିଁ। ଆମେ ସବୁବେଳେ କହି ଆସିଛୁ ଯେ ଡେଲ୍ଟା ତୁଲନାରେ ଓମିକ୍ରନ ଅତ୍ୟନ୍ତ ଦୁର୍ବଳ। ଭାରତରେ ଟିକା ଲଞ୍ଚ ହେବା ପୂର୍ବରୁ ହିଁ ୮୫% ଭାରତୀୟ କରୋନାରେ ସଂକ୍ରମିତ ହୋଇ ସାରିଥିଲେ।

ଏହାର ଅର୍ଥ ଭାରତରେ ପ୍ରଥମ ଡୋଜ୍ ହିଁ ବୁଷ୍ଟର। କାରଣ ଅଜାଣତରେ ସଂକ୍ରମିତ ହୋଇ ଲୋକଙ୍କ ଶରୀରରେ ପୂର୍ବରୁ ହିଁ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇସାରିଥିଲେ ବୋଲି ଡା ଜୟପ୍ରକାଶ କହିଛନ୍ତି।

Related story