ହାଇକୋର୍ଟଙ୍କୁ କହିଲା ହ୍ୱାଟସ୍‌ଆପ୍‌-ନୂଆ ପ୍ରାଇଭେସି ପଲିସିରେ ଲଗାଇଛି ରୋକ୍‌

ନୂଆଦିଲ୍ଲୀ: ନୂଆ ପ୍ରାଇଭେସି ପଲିସି ଉପରେ ବର୍ତ୍ତମାନ ପାଇଁ ରୋକ ଲଗାଯାଇଛି । ଡାଟା ପ୍ରୋଟେକ୍ସନ ବିଲ୍ ଲାଗୁ ନହେବା ଯାଏଁ ଏହା ଜାରି ରହିବ ବୋଲି ଦିଲ୍ଲୀ ହାଇକୋର୍ଟରେ ପକ୍ଷ ରଖି ଏହା ସ୍ପଷ୍ଟ କରିଛି ହ୍ୱାଟ୍ସଆପ୍ । ଏହାର ଅର୍ଥ ହେଉଛି ଯେ, ବର୍ତ୍ତମାନ ୟୁଜର ବ୍ୟବହାର କରୁଥିବା ସମସ୍ତ ସୁବିଧା ପୂର୍ବଭଳି ଜାରି ରହିବ। ହାଇକୋର୍ଟରେ ହ୍ୱାଟ୍ସଆପ କହିଛି ଯେ, ଏହି ମାମଲାରେ ତାର କୌଣସି ରେଗୁଲେଟର ବୋର୍ଡ ନାହିଁ। ଫଳରେ ସରକାର […]

Whatsapp

Whatsapp

Madhupriya Mistry
  • Published: Friday, 09 July 2021
  • Updated: 09 July 2021, 04:25 PM IST

ନୂଆଦିଲ୍ଲୀ: ନୂଆ ପ୍ରାଇଭେସି ପଲିସି ଉପରେ ବର୍ତ୍ତମାନ ପାଇଁ ରୋକ ଲଗାଯାଇଛି । ଡାଟା ପ୍ରୋଟେକ୍ସନ ବିଲ୍ ଲାଗୁ ନହେବା ଯାଏଁ ଏହା ଜାରି ରହିବ ବୋଲି ଦିଲ୍ଲୀ ହାଇକୋର୍ଟରେ ପକ୍ଷ ରଖି ଏହା ସ୍ପଷ୍ଟ କରିଛି ହ୍ୱାଟ୍ସଆପ୍ । ଏହାର ଅର୍ଥ ହେଉଛି ଯେ, ବର୍ତ୍ତମାନ ୟୁଜର ବ୍ୟବହାର କରୁଥିବା ସମସ୍ତ ସୁବିଧା ପୂର୍ବଭଳି ଜାରି ରହିବ।

ହାଇକୋର୍ଟରେ ହ୍ୱାଟ୍ସଆପ କହିଛି ଯେ, ଏହି ମାମଲାରେ ତାର କୌଣସି ରେଗୁଲେଟର ବୋର୍ଡ ନାହିଁ। ଫଳରେ ସରକାର ହିଁ ଚୂଡାନ୍ତ ନିଷ୍ପତ୍ତି ନେବେ। ତେଣୁ ଡାଟା ପ୍ରୋଟେକ୍ସନ ବିଲ୍ ଲାଗୁ ନହେବା ଯାଏଁ ନୂଆ ପ୍ରାଇଭେସି ପଲିସି ଲାଗୁ ହେବନି।

ଆଜି ମାମଲାର ଶୁଣାଣି ବେଳେ ହ୍ୱାଟ୍ସଆପକୁ କୋର୍ଟ ପ୍ରଶ୍ନ କରିଥିଲେ ଯେ, ଗ୍ରାହକଙ୍କ ତଥ୍ୟ ଏକାଠି କରି ଅନ୍ୟ ସଂସ୍ଥାକୁ ଦିଆଯିବା ନେଇ ହ୍ୱାଟ୍ସଆପ୍ ବିରୋଧରେ ଅଭିଯୋଗ ହୋଇଛି, ଯାହା ଅନ୍ୟ ସଂସ୍ଥାର ସହମତି ବିନା ଅସମ୍ଭବ। ଭାରତ ଏବଂ ୟୁରୋପ ପାଇଁ ହ୍ୱାଟ୍ସଆପ୍‌୍‌ର ଅଲଗା ଅଲଗା ନୀତି କି ବୋଲି କୋର୍ଟ ପ୍ରଶ୍ନ କରିଥିଲେ।

କୋର୍ଟଙ୍କ ପ୍ରଶ୍ନର ଜବାବରେ ହ୍ୱାଟ୍ସ ଆପ୍ କହିଛି ଯେ, ସଂସଦରେ ଆଇନ୍ ନ ଆସିଲା ଯାଏଁ କମ୍ପାନୀ କିଛି ବି ନିଷ୍ପତ୍ତି ନେବନି। ଯଦି ଭାରତ ପାଇଁ ଅଲଗା ନୀତି ତିଆରି କରିବାକୁ ସଂସଦ ଅନୁମତି ଦିଏ ତେବେ ହ୍ୱାଟ୍ସଆପ୍ ତାହା କରିପାରିବ।

ତେବେ ଯଦି ଅନ୍ୟ ସଂସ୍ଥା ସହ ତଥ୍ୟ ଆଦାନ ପ୍ରଦାନ ପାଇଁ ସଂସଦ ଅନୁମତି ଦିଏ ତେବେ ଏଥିରେ ସିସିଆଇ କିଛି କରିପାରିବନି। ସିସିଆଇର ନୂଆ ନୀତିକୁ ଚ୍ୟାଲେଂଜ କରି ହ୍ୱାଟ୍ସଆପ୍ ଏବଂ ଫେସବୁକ୍ ପକ୍ଷରୁ ଆଗତ ଆବେଦନ ଉପରେ କୋର୍ଟ ଶୁଣାଣି କରିଥିବା ବେଳେ ଆସନ୍ତା ଜୁଲାଇ ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos