ଭାରତର କରୋନା ଟିକା କୋଭାକ୍ସିନକୁ ମିଳିଲା ହୁ’ର ମାନ୍ୟତା

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ବୈଷୟିକ କମିଟି ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି। ସେହିପରି କୋଭାକ୍ସିନଟିକା ନେଇଥିବା ଲୋକଙ୍କ ପ୍ରବେଶ ଉପରେ କିଛି ରାଷ୍ଟ୍ର ଲଗାଉଥିବା କଟକଣା ଜନିତ ସମସ୍ୟା ମଧ୍ୟ ଆଜିର ସ୍ୱୀକୃତିରେ ସମ୍ଭବତଃ ଶେଷ ହୋଇଛି। କୋଭାକ୍ସିନ ନେଇଥିବା ଭାରତୀୟମାନେ ଏବେ ଅଚିନ୍ତାରେ ବିଭିନ୍ନ ରାଷ୍ଟ୍ରକୁ ପ୍ରବେଶ କରିପାରିବେ ବୋଲି ଆଶା କରାଯାଉଛି। […]

covaxin

Hemant Lenka
  • Published: Wednesday, 03 November 2021
  • , Updated: 03 November 2021, 05:35 PM IST

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ବୈଷୟିକ କମିଟି ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି। ସେହିପରି କୋଭାକ୍ସିନଟିକା ନେଇଥିବା ଲୋକଙ୍କ ପ୍ରବେଶ ଉପରେ କିଛି ରାଷ୍ଟ୍ର ଲଗାଉଥିବା କଟକଣା ଜନିତ ସମସ୍ୟା ମଧ୍ୟ ଆଜିର ସ୍ୱୀକୃତିରେ ସମ୍ଭବତଃ ଶେଷ ହୋଇଛି। କୋଭାକ୍ସିନ ନେଇଥିବା ଭାରତୀୟମାନେ ଏବେ ଅଚିନ୍ତାରେ ବିଭିନ୍ନ ରାଷ୍ଟ୍ରକୁ ପ୍ରବେଶ କରିପାରିବେ ବୋଲି ଆଶା କରାଯାଉଛି।

ହୁ’ କୋଭାକ୍ସିନକୁ ମାନ୍ୟତା ଦେବା ପୂର୍ବରୁ ଭାରତ ବାୟୋଟେକ ଟିକାର ସୁରକ୍ଷା ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଥିଲା। ହୁ’ ଏହା ଉପରେ ସମୀକ୍ଷା କରିବା ପରେ ଶେଷରେ କୋଭାକ୍ସିନକୁ ଅନୁମତି ଦେଇଛି।

ପୂର୍ବରୁ ଅକ୍ଟୋବର ୨୬ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ଭାରତ ବାୟୋଟେକକୁ ଅତିରିକ୍ତ ତଥ୍ୟ ମଧ୍ୟ ମଗାଯାଇଥିଲା। ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଷୟିକ ପରାମର୍ଶଦାତା କମିଟି ବୈଠକ ଆରମ୍ଭ କରିଥିଲା। ଏହି ବୈଠକରେ କୋଭାକ୍ସିନକୁ ଅନୁମିଳି ମିଳିଛି।

ସୂଚନାଯୋଗ୍ୟ, ଜାନୁଆରୀ ୩ରୁ ଭାରତରେ କୋଭାକ୍ସିନର ବ୍ୟବହାର ହେଉଛି। ତେବେ ଭାରତ ବାୟୋଟେକ୍ ଏପ୍ରିଲରେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ହୁ’ ନିକଟରେ ଆବେଦନ କରିଥିଲା |

ପୂର୍ବରୁ ଫାଇଜର ଓ କୋଭିସିଲଡ୍ ସହ ୬ଟି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଏବେ ଏଥରେ କୋଭାକ୍ସିନ ଯୋଡ଼ି ହୋଇ ଯାଇଛି।

ଅନ୍ୟପକ୍ଷରେ କୋଭାକ୍ସିନ ଟିକାକୁ ଇତି ମଧ୍ୟରେ ଅଷ୍ଟ୍ରେଲିଆ, ଗ୍ରୀସ, ଶ୍ରୀଲଙ୍କା, ଇରାନ, ମେକ୍ସିକୋ ସହ ୧୩ଟି ଦେଶ ଅନୁମତି ଦେଇ ସାରିଛନ୍ତି।

Related story